ଆଜି ଭାରତୀୟ ବଜାରରେ ଲଞ୍ଚ କରିବ Realme XT 730G

ସ୍ମାର୍ଟ ଫୋନ କମ୍ପାନୀ ରିୟଲ ମି ଆଜି ତାର Realme XT 730G ସ୍ମାର୍ଟ ଫୋନକୁ ଭାରତରେ ଲଞ୍ଚ କରିବ । ୟୁଜର୍ସ ମାନଙ୍କୁ ଏହି ଫୋନ ଟିରେ ଦମଦାର କ୍ୟାମେରା ସହ ଉନ୍ନତ ମାନର ଡିଷ୍ପ୍ଲେ ସପୋର୍ଟ ମିଳି ପାରିବ । ଏହା ସହ କମ୍ପାନୀ ରିୟଲମି ବଡ଼ସ ଓ ଷ୍ଟାର ୱାର ଏଡିସନକୁ ମଧ୍ୟ ବଜାରରେ ଲଞ୍ଚ କରିବ । ଏହା ପୂର୍ବରୁ କମ୍ପାନୀ Realme X2 ର ଚୀନ ବଜାରରେ ପ୍ରବେଶ କରାଇଥିଲା । କିନ୍ତୁ Realme XT 730Gର ପ୍ରକୃତ ଦର ଓ ବିଶେଷତା ଫୋନ ଲଞ୍ଚ ହେବା ପରେ ହିଁ ଜଣା ପଡିବ । ଏହା ଉପରେ କମ୍ପାନୀ ତାର କୌଣସି ସ୍ପଷ୍ଟୀକରଣ ଦେଇ ନାହିଁ ।realme xt

ରିୟଲମି ଏକ୍ସ ଟି ୭୩୦ ଜିର ଭାରତରେ ଦର ସମ୍ପର୍କରେ କୌଣସି ତଥ୍ୟ ଜଣା ପଡ଼ିନାହିଁ । କିନ୍ତୁ ଚୀନ ରିୟଲମି ଏକ୍ସ ୨ ସହ ୬ ଜିବି ରାମ ସହ ୬୪ ଜିବି ଷ୍ଟୋରେଜ ଵାଲା ଫୋନ କୁ ୧୫୯୯ ଚିନି ୟୁଆନ ବା ୧୬,୨୦୦ ଟଙ୍କାରେ ଲଞ୍ଚ କରାଯାଇଥିଲା । ଯେଉଁ ଠାରେ ୮ ଯିବି ରାମ ଓ ୧୨୮ ଷ୍ଟୋରେଜ ଭାରିୟାଣ୍ଟ ଦର ୧୮,୯୯ ୟୁଆନ ବା ଭାରତୀୟ ମୁଦ୍ରାରେ ୧୯,୩୦୦ ଟଙ୍କା ରଖାଯାଇଥିଲା । ପ୍ରକୃତରେ Realme XT 730G ହେଉଛି Realme X2 ର ଭାରତୀୟ ଭର୍ଜନ ।

ରିୟଲମି ଏକ୍ସ ୨ ରେ ୬.୪ ଇଞ୍ଚ ର ଫୁଲ ଏଚଡ଼ି ପ୍ଲସ ଡିଷ୍ପ୍ଲେର ସୁବିଧା ମିଳିବ । ଯାହାର ରିଜୋଲୁସନ ୧୦୮୦x ୨୩୪୦ ପିକସଲ । ଏହି ଫୋନ ଟିରେ ମଧ୍ୟ ସୁପର ଡିଷ୍ପ୍ଲେର ସୁବିଧା ମଧ୍ୟ ମିଳିପାରିବ | କ୍ୟାମେରା କଥା କହିଲେ ଏହି ଫୋନରେ ରିୟର କ୍ୟାମେରା ସେଟଅପର ସୁବିଧା ମିଳିବ । ଯେଉଁ ଥିରେ ଫ୍ରଣ୍ଟ କ୍ୟାମେରା ୬୪ ମେଗା ପିକସଲ ଓ ୩୨ ମେଗା ପିକସଲର ସେଲ୍ଫି କ୍ୟାମେରା ମିଳିପାରିବ । ଏଥିରେ ୪୦୦୦ mAHଫାଷ୍ଟ ଚାରଜିଙ୍ଗର ସପୋର୍ଟ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.