ସ୍ପେଶାଲ

ଭାରତୀୟ ସେନାର ସାହସ ବଢ଼ାଇଛି ରାଫେଲ, ଜାଣନ୍ତୁ ରାଫେଲ ବିଷୟରେ କିଛି ଅଜଣା କଥା

ନୂଆଦିଲ୍ଲୀ : ଭାରତ ଏକ ଶାନ୍ତି ପ୍ରିୟ ଦେଶ । କାହା ସହିତ ଶତ୍ରୁତା କରିବାକୁ ଚାହେଁ ନାହିଁ । ହେଲେ ତାକୁ ଆକ୍ରମଣ କଲେ ସେ ଛାଡ଼ିବ ନାହିଁ । ଏକା ତାର ଶତ୍ରୁ ଦେଶମାନେ ଭଲ କରି ଜାଣି ରଖିବା ଉଚିତ । ଇଏ ହେଉଛି ଭାରତୀୟ ନେତାଙ୍କ ଶତ୍ରୁ ଦେଶକୁ ଚେତାବନୀ । ଆଉ ଏ ଚେତାବନୀ ଖାଲି ଶୁଖିଲା ଧମକ ନୁହେଁ । ନିଜକୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ରରେ ସଜେଇ ରଖିଛି ଭାରତୀୟ ସେନା । ଆଉ ଏବେ ୭ ହଜାର କିଲୋମିଟର ପାର୍ କରି ସୁଦୂର ଫ୍ରାନ୍ସରୁ ଆସି ଭାରତରେ ପହଞ୍ଚିଛି ୫ଟି ରାଫେଲ ଯୁଦ୍ଧ ବିମାନ । ହରିଆଣାର ଅମ୍ବାଲାରେ ସଗୌରବେ ଓହ୍ଲାଇଛି ଏହି ଜେଟ୍ । ଆଉ ସାମିଲ ହୋଇଛି ଭାରତୀୟ ବାୟୁ ସେନାରେ । ଯାହା ଭାରତୀୟ ସେନାର ଶକ୍ତିକୁ ବହୁଗୁଣରେ ବଢ଼ାଇଛି ।

ସାରା ଭାରତକୁ ଅପେକ୍ଷା ରହିଥିଲା ଏହି ରାଫେଲ ଜେଟ୍ । ପ୍ରଥମ ବ୍ୟାଚ ଫ୍ରାନ୍ସରୁ ଆସି ପହଞ୍ଚି ସାରିଛି । ଫ୍ରାନ୍ସର ବୋର୍ଡଏକ୍ସ ସ୍ଥିତ ମରିନାକ ବାୟୁସେନା ଆଡ୍ଡାରୁ ଭାରତ ଅଭିମୁଖେ ବାହାରିଥିଲା ପ୍ରଥମ ୫ଟି ରାଫେଲ ଜେଟ । ଭାରତୀୟ ବାୟୁସେନା ଏୟାର ବେସ୍‌ରେ ପହଞ୍ଚିଛି ଏହି ଯୁଦ୍ଧ ବିମାନ ।

ଗତ ଚାରି ବର୍ଷ ତଳେ ଭାରତୀୟ ବାୟୁସେନା ୩୬ଟି ରାଫେଲ ବିମାନ କିଣିବାକୁ ଫ୍ରାନ୍ସ ସହିତ ପ୍ରାୟ ୫୯ ହଜାର କୋଟି ଟଙ୍କାର ଚୁକ୍ତି କରିଥିଲା। ଏହି ପାଞ୍ଚଟି ବିମାନ ମଧ୍ୟରୁ ତିନିଟି ସିଙ୍ଗଲ ସିଟର ହୋଇଥିବା ବେଳେ ଅନ୍ୟ ଦୁଇଟି ଡବଲ ସିଟର ବିମାନ ରହିଛି । ଆସନ୍ତୁ ଜାଣିବା ଏହି ରାଫେଲ ବିମାନ ବିଷୟରେ କିଛି ଖାସ କଥା ।

ରାଫେଲ ବିମାନର ଲମ୍ବ ୧୦.୩ ମିଟର ଏବଂ ଓସାର ୫.୩ ମିଟର। ଓଜନ ୧୦ ଟନ୍‌ । ଏହା ସହିତ ଏଥିରେ M-8882 ର ଦୁଇଟି ଇଞିନ ଲାଗିଛି । ରାଫେଲର ବିଶେଷତ୍ୱ ହେଉଛି,ଏହି ବିମାନ ଘଣ୍ଟା ପ୍ରତି ୧୩୮୯ କିଲୋମିଟର ବେଗରେ ଉଡ଼ିପାରେ । ପୁଣି ପ୍ରାୟ ୩୭୦୦ କିଲାମିଟର ଦୂରକୁ ଲକ୍ଷ୍ୟ ଭେଦ କରିପାରିବ । ଆହୁରି ମଧ୍ୟ ଏହା ଆକାଶରେ ଉଡୁଥିବା ବେଳେତେଲ ସରି ଆସିଲେ ନିଜେ ନିଜେ ତେଲ ଭରି ପାରିବ ।ଏହି ଫାଇଟର ଜେଟର MBDA MICA, MBDA METER, ଓ MBDA APACHI STORM SHADOW SCAALP ନାମକ ତିନିଟି ଶକ୍ତିଶାଳୀ ମିସାଇଲ ଲାଗିଛି ଯାହା ଦେଶର ବାୟୁସେନାକୁ ବହୁଗୁଣରେ ଶକ୍ତିଶାଳୀ କରିବ । ନିକଟରେ ଭାରତ ଓ ଚୀନ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ପରେ ଦୁଇ ଦେଶ ଭିତରେ ଉପୁଜିଥିଲା ଯୁଦ୍ଧ ପରିସ୍ଥିତି । ଏହି ପରିପ୍ରେକ୍ଷୀରେ ରାଫେଲ ପହଞ୍ଚିବା ଘଟଣା ଭାରତୀୟ ସେନାର ସାହସ ବଢ଼ାଇଛି । ପରୋକ୍ଷରେ ଚୀନ୍‌ ଓ ପାକିସ୍ତାନକୁ ଏହା ଚେତାବନୀ କହିଲେ ଭୁଲ ହେବ ନାହିଁ ।

KNews Bureau

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

3 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

35 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

37 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

44 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

53 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

53 mins ago