ସ୍ପେଶାଲ

ପୂର୍ବଜଙ୍କୁ ହତ୍ୟା କରି ଶାସନଗାଦିରେ ବସିଥିଲେ କିମ୍ ଜୋଙ୍ଗ ଉନ! ଏହି ଉପାୟରେ ବନିଛନ୍ତି ମୁଖ୍ୟ

ଉତ୍ତର କୋରିଆର ସର୍ବେସର୍ବା କିମ୍ ଜୋଙ୍ଗ ଉନଙ୍କ ସ୍ୱାସ୍ଥ୍ୟବସ୍ଥା ଏବେ ଗୁରୁତର ରହିଛି। ଏପ୍ରିଲ ପହିଲାରେ ତାଙ୍କର ହାର୍ଟ ସର୍ଜରୀ ହୋଇଥିଲା। ରିପୋର୍ଟ ମୁତାବକ ଆମେରିକାର ଗୁଇନ୍ଦା ବିଭାଗ କିମଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି।

ତେବେ କିମ୍ ସତରେ ଅସୁସ୍ଥ ଅଛନ୍ତି କି ନାହିଁ ସେ ନେଇ ଏବେ ସନ୍ଦେହ ଉପୁଜିଛି। କିମ୍ ଅସୁସ୍ଥ ଥିବା ନେଇ ଦକ୍ଷିଣ କୋରିଆ କହୁଥିବା ବେଳେ ଚୀନ ଏହାକୁ ଖଣ୍ଡନ କରିଛି। କିମଙ୍କ ଦେହ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି ଯୁକ୍ତି ବାଢ଼ିଛି ଚୀନ। ସୂଚନାଯୋଗ୍ୟ ଯେ ଏପ୍ରିଲ ୧୫ ତାରିଖରେ ଦେଶର ସବୁଠାରୁ ବଡ଼ କାର୍ଯ୍ୟକ୍ରମରେ କିମ ଯୋଗ ଦେଇନଥିବାରୁ ତାଙ୍କ ଦେହ ଅସୁସ୍ଥ ଥିବା ନେଇ କୁହାଯାଉଛି।

କିମ୍ ଜୋଙ୍ଗ ଉନଙ୍କ ଜୀବନ:

ଉତ୍ତର କୋରିଆର ଶାସକ କିମ୍ ଜୋଙ୍ଗ ଉନଙ୍କ ଜୀବନ ବିଷୟରେ ସତ କଥା ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନି। ତାଙ୍କ ଜୀବନକୁ ନେଇ କେବଳ ଅନୁମାନ ହିଁ କରାଯାଇଛି। କୁହାଯାଏ ଯେ ତାଙ୍କ ବୟସ ପ୍ରାୟ ୩୭-୩୮ ବର୍ଷ। ସେ ତାଙ୍କ ପିତାଙ୍କ ଦ୍ଵିତୀୟ ସନ୍ତାନ। ତାଙ୍କର ଜଣେ ସାନ ଭଉଣୀ ଅଛନ୍ତି, ଯାହାର ଜନ୍ମ ୧୯୮୭ ରେ ହୋଇଥିଲା ବୋଲି କୁହାଯାଏ। ୨୦୦୯ ରେ ସେ ରି ସୋଲ ଉନଙ୍କୁ ବିବାହ କରିଥିଲେ ବୋଲି କୁହାଯାଉଛି।

୧୯୮୨ ମସିହାରେ ତାଙ୍କ ଜନ୍ମକୁ ନେଇ ମଧ୍ୟ ବିରୋଧାଭାସ ପ୍ରକାଶ ପାଇଥିଲା। ପିତାଙ୍କ ମୃତ୍ୟୁ ପରେ ୨୦୧୧ ଡିସେମ୍ବରରେ କିମ୍ ଜୋଙ୍ଗ ଉନ ଉତ୍ତର କୋରିଆର ଶାସନଭାର ସମ୍ଭାଳିଥିଲେ। ସେତେବେଳେ ସେ ପ୍ରଥମ ଥର ପାଇଁ ମିସାଇଲ ଟେଷ୍ଟ କରି ସାରା ବିଶ୍ୱକୁ ଚମକାଇଦେଇଥିଲେ। ଏମିତିକି ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ମଧ୍ୟ କିମ୍ ଜୋଙ୍ଗ ଉନ ସୋସିଆଲ ମିଡିଆରେ ଧମକ ଦେଇଥିଲେ। ଏହି ଧମକ ପରେ ମଧ୍ୟ ଉଭୟ ପରସ୍ପରକୁ ଦୁଇ ଥର ଭେଟି ସାରିଛନ୍ତି। ତେବେ ବର୍ତ୍ତମାନ ତାଙ୍କ ଶରୀର ଅସୁସ୍ଥ ଥିବା ବେଳେ ଆମେରିକା ରାଷ୍ଟ୍ରପତି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

WCW 11

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

5 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

20 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

26 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

40 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

2 hours ago