ଦେଶ ବିଦେଶ

ପ୍ରତୀକାତ୍ମକ ଆନ୍ଦୋଳନରୁ ଓହରିଲା IMA: ଗୃହ ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି, ଡାକ୍ତରଙ୍କ କାମକୁ ପ୍ରଶଂସା ସହ ସୁରକ୍ଷା ପ୍ରତିଶ୍ରୁତି ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ପ୍ରତୀକାତ୍ମକ ଆନ୍ଦୋଳନରୁ ଓହରିଲା ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ବା IMA । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆସୋସିଏସନ କର୍ମକର୍ତ୍ତମାନେ ଆଲୋଚନା କରିଥିଲେ । କରୋନା ମୁକାବିଲା ବେଳେ ଆଇଏମଏ ଓ ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ପ୍ରଶଂସା କରିଛନ୍ତି ଅମିତ ଶାହ । କହିଥିଲେ ଡାକ୍ତରମାନେ ପ୍ରତୀକାତ୍ମକ ଆନ୍ଦୋଳନରୁ ବିରୋଧ ରୁହନ୍ତୁ, ସରକାର ସେମାନଙ୍କ ସହ ଅଛନ୍ତି । ଡାକ୍ତରଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶାହ ପ୍ରତିଶ୍ରୁତି ଦେଇଥିବା ଆଇଏମଏ କହିଛି ।

ଏହାପରେ ଆସୋସିଏସନ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି । ଚେନ୍ନାଇରେ ଡାକ୍ତରଙ୍କ ଶେଷକୃତ୍ୟରେ ବାଧା ସୃଷ୍ଟି ଘଟଣାକୁ ଗୁରୁତର ସହ ନେଇଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମଏ । ଆଗକୁ ଏପରି ଘଟଣାରେ କଡ଼ା ଜବାବ ଦିଆଯିବ ବୋଲି କୁହାଯାଇଥିଲା । ସବୁ ଡାକ୍ତର ଆଜି ରାତି ୯ଟାରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ ଜଣାଇବେ ବୋଲି କହିଥିଲେ ।

 

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

31 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

37 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

11 hours ago