Below header

ପ୍ରତୀକାତ୍ମକ ଆନ୍ଦୋଳନରୁ ଓହରିଲା IMA: ଗୃହ ମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ନିଷ୍ପତ୍ତି, ଡାକ୍ତରଙ୍କ କାମକୁ ପ୍ରଶଂସା ସହ ସୁରକ୍ଷା ପ୍ରତିଶ୍ରୁତି ଦେଲେ ଅମିତ ଶାହ

ନୂଆଦିଲ୍ଲୀ: ପ୍ରତୀକାତ୍ମକ ଆନ୍ଦୋଳନରୁ ଓହରିଲା ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ ବା IMA । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆସୋସିଏସନ କର୍ମକର୍ତ୍ତମାନେ ଆଲୋଚନା କରିଥିଲେ । କରୋନା ମୁକାବିଲା ବେଳେ ଆଇଏମଏ ଓ ସ୍ୱାସ୍ଥ୍ୟକର୍ମୀଙ୍କ କାମକୁ ପ୍ରଶଂସା କରିଛନ୍ତି ଅମିତ ଶାହ । କହିଥିଲେ ଡାକ୍ତରମାନେ ପ୍ରତୀକାତ୍ମକ ଆନ୍ଦୋଳନରୁ ବିରୋଧ ରୁହନ୍ତୁ, ସରକାର ସେମାନଙ୍କ ସହ ଅଛନ୍ତି । ଡାକ୍ତରଙ୍କ ସୁରକ୍ଷା ଓ ସମ୍ମାନ ରକ୍ଷା ପାଇଁ କେନ୍ଦ୍ର ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଶାହ ପ୍ରତିଶ୍ରୁତି ଦେଇଥିବା ଆଇଏମଏ କହିଛି ।

IMAଏହାପରେ ଆସୋସିଏସନ ଆନ୍ଦୋଳନକୁ ପ୍ରତ୍ୟାହାର କରିନେଇଛି । ଚେନ୍ନାଇରେ ଡାକ୍ତରଙ୍କ ଶେଷକୃତ୍ୟରେ ବାଧା ସୃଷ୍ଟି ଘଟଣାକୁ ଗୁରୁତର ସହ ନେଇଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ-ଆଇଏମଏ । ଆଗକୁ ଏପରି ଘଟଣାରେ କଡ଼ା ଜବାବ ଦିଆଯିବ ବୋଲି କୁହାଯାଇଥିଲା । ସବୁ ଡାକ୍ତର ଆଜି ରାତି ୯ଟାରେ କ୍ୟାଣ୍ଡେଲ ଜାଳି ପ୍ରତିବାଦ ଜଣାଇବେ ବୋଲି କହିଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.