କରୋନା: ରମଜାନ ମାସରେ ମସଜିଦ ଖୋଲା ରଖିବେ ପାକିସ୍ତାନ ସରକାର ! ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କହିଲେ, ‘ଆମେ ସ୍ୱାଧୀନ ଦେଶ, ଯାହା ଇଛା ସେୟା କରିବୁ’

ପାକିସ୍ତାନରେ କରୋନା ଭାଇରସର ନୂଆ ମାମଲା ସାମ୍ନାକୁ ଆସୁଥିବା ସତ୍ତ୍ୱେ ଇମ୍ରାନ ସରକାର ରମଜାନ ସମୟରେ ମସଜିଦଗୁଡିକରେ ନମାଜ ପଢିବା ନେଇ ଅନୁମତି ଦେଇଛନ୍ତି। କଠୋରପନ୍ଥୀ ମୌଲାନାମାନଙ୍କ ଚାପରେ ଆସି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ନିଷ୍ପତ୍ତି ସହିତ ସରକାର ଏହା ବି ଚେତାବନୀ ଦେଇଛନ୍ତି ଯେ ଯଦି ମସଜିଦଗୁଡିକରେ ସୋସିଆଲ ଡିସଷ୍ଟାନସିଙ୍ଗର ପାଳନ ନ କରାଯିବ, ତା’ ହେଲେ ଏହାକୁ ପୁଣିଥରେ ବନ୍ଦ କରିଦିଆଯିବ।

88

ମସଜିଦ ଖୋଲିବା ନେଇ ଇମ୍ରାନ କହିଛନ୍ତି, ‘ଆମେ ସ୍ୱାଧୀନ ଦେଶ, ଯାହା ଠିକ ଲାଗିବ ସେୟା କରିବୁ’। କିଛିଦିନ ତଳେ ମସଜିଦଗୁଡିକରେ ସାମାଜିକ ଦୂରତା ବଜାୟ ରଖିବା ପାଇଁ ଜାରି ସରକାରୀ ନିର୍ଦ୍ଦେଶ ପାଳନ କରିବାକୁ ମୌଲବୀମାନେ ସହମତି ପ୍ରକାଶ କରିଥିଲେ। ଏହାପରେ ସରକାର ରମଜାନ ମାସରେ ମସଜିଦରେ ନମାଜ ପାଠ କରିବା ପାଇଁ ଅନୁମତି ଦେଇଥିଲେ।

ସରକାରୀ ନିୟମ ଅନୁସାରେ, 50ରୁ ଅଧିକ ବୟସର ଲୋକ, ନାବାଳକ ଏବଂ ଜ୍ୱରରେ ପୀଡିତ ଲୋକଙ୍କୁ ମସଜିଦରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ନମାଜ ପାଠ ସମୟରେ ଲୋକଙ୍କୁ 6 ଫୁଟ ଦୂରତା ବଜାୟ ରଖିବାକୁ ହେବ ଏବଂ ମାସ୍କ ବି ପିନ୍ଧିବାକୁ ପଡିବ। ଅନ୍ୟପକ୍ଷରେ ଇମ୍ରାନ ଖାନ ଲୋକଙ୍କୁ ଘରେ ହିଁ ନମାଜ ପଢିବାକୁ ଆହ୍ୱାନ କରିଛନ୍ତି ଏବଂ କହିଛନ୍ତି, ମସଜିଦ ଯିବାକୁ ଥିବା ଲୋକେ ସରକାରୀ ନିୟମ ପାଳନ କରିବା ଉଚିତ।

77

ସେ ଆହୁରି କହିଥିଲେ ଯେ ‘ମହାମାରୀରୁ ମୁକୁଳିବାରେ ଅନ୍ୟ ଦେଶ ତୁଳନାରେ ପାକିସ୍ତାନ ସାମ୍ନାରେ ବଡ଼ ଚ୍ୟାଲେଞ୍ଜ ରହିଛି। କାରଣ, ବର୍ତ୍ତମାନ ଲକଡାଉନ ମଝିରେ ଦେଶକୁ ଗରିବୀର ସାମ୍ନା କରିବାକୁ ପଡିବ ଏବଂ ସଙ୍କଟର ପ୍ରଭାବ ଅର୍ଥ ବ୍ୟବସ୍ଥା ଉପରେ ପଡିପାରେ’।

Leave A Reply

Your email address will not be published.