୨ ମାସ ଲକଡାଉନ୍ ବଢ଼ାଇଲା ସିଙ୍ଗାପୁର, ଏବେ ଯାଏଁ ଯାଇଛି ମାତ୍ର ୧୧ ଜୀବନ

ସାରା ବିଶ୍ୱରେ ଯେଉଁଭଳି ଭାବେ କରୋନା କାୟା ବିସ୍ତାର କରୁଛି ତାହାକୁ ଦୃଷ୍ଟିରେ ରଖି ଏବେ ସବୁ ଦେଶରେ ଲକଡାଉନର ଅବଧିକୁ ବୃଦ୍ଧି କରାଯାଉଛି। ଭାରତ ମଧ୍ୟ ଲକଡାଉନକୁ ମେ ୩ ଯାଏଁ ବଢ଼ାଇଛି। ତେବେ ଏହି ତାଲିକାରେ ଏବେ ସିଙ୍ଗାପୁର ସାମିଲ ହୋଇଛି। କରୋନାକୁ ଆୟତ୍ତ କରିବା ପାଇଁ ସିଙ୍ଗାପୁର ସରକାର ଲକଡାଉନକୁ ଜୁନ୍ ୧ ଯାଏଁ ବଢ଼ାଇ ଦେଇଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ଲି ହସେନ ଲୁଙ୍ଗ ସୂଚନା ଦେଇଛନ୍ତି।

Singapore Hotels, 5 Stars | Orchard Road | Grand Hyatt Singapore

ଲକଡାଉନ ଯୋଗୁ ଏବେ ଜୁନ ୧ ଯାଏଁ ସମସ୍ତ ମାର୍କେଟ, ସ୍କୁଲ, କଲେଜ, କମ୍ପାନୀ ଓ ଅଫିସ ବନ୍ଦ ରହିବ। ଏହି ସମୟରେ ସିଙ୍ଗାପୁରରେ ରାସନ ଦୋକାନ, ସୁପର ମାର୍କେଟ, ବ୍ୟାଙ୍କ, ହସ୍ପିଟାଲ ଆଦି ଜରୁରୀକାଳୀନ ସେବା ଖୋଲା ରହିବ। କିନ୍ତୁ ଲୋକମାନେ ସାମାଜିକ ଦୂରତ୍ୱ ବଜାୟ ରଖି ସେଠାରେ କାରବାର କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

Firms Bolster Practices in Singapore | Law.com International

ସୂଚନାଯୋଗ୍ୟ ଯେ ଅନ୍ୟ ଦେଶ ତୁଳନାରେ ସିଙ୍ଗାପୁରରେ କରୋନା ମାମଲା ଖୁବ କମ ରହିଛି। ରିପୋର୍ଟ ମୁତାବକ ସିଙ୍ଗାପୁରରେ ଏବେ ମୋଟ ୯,୧୨୫ଟି କରୋନା ପଜିଟିଭ ମାମଲା ଦେଖିବାକୁ ମିଳିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୮୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାଯାଇଛି।

Leave A Reply

Your email address will not be published.