Categories: ସ୍ପେଶାଲ

ଏ କି ବିଚିତ୍ର ପରମ୍ପରା, ଯେଉଁଠି ସ୍ୱାମୀଙ୍କ ସୁସ୍ଥ ଜୀବନ ପାଇଁ ସ୍ତ୍ରୀ ସାଜେ ବିଧବା ବେଶ

ଆମ ଦେଶ ଭାରତରେ ଆଜି ବି ଏମିତି କିଛି ପରମ୍ପରା ଉଜ୍ଜୀବିତ ରହିଛି, ଯାହା ଆମକୁ ଅଡ଼ୁଆରେ ପକାଇଥାଏ। ସ୍ୱାମୀଙ୍କ ସୁସ୍ଥ ଜୀବନ କାମନା କରି ଏଠାରେ ସ୍ତ୍ରୀଙ୍କୁ ବିଧବା ଜୀବନ ଜିଇଁବାକୁ ପଡ଼ିଥାଏ। ଏହି ପରମ୍ପରା ଗଛବାହ ସମ୍ପ୍ରଦାୟ ସହ ଜଡ଼ିତ ରହିଛି। ଏହି ସମ୍ପ୍ରଦାୟ ପୂର୍ବ ଉତ୍ତରପ୍ରଦେଶର ଗୋରଖପୁର, ଦେବରିୟା ଏବଂ ଏହା ନିକଟସ୍ଥ ବିହାରର କିଛି ଅଞ୍ଚଳରେ ଅଛନ୍ତି। ଏମାନେ ତାଡ଼ି ବେପାର କରି ଚଳନ୍ତି।

ଏହି ସମ୍ପ୍ରଦାୟର ଲୋକେ ନଡ଼ିଆ ଗଛରେ ଚଢ଼ି ତାଡ଼ି ବାହାର କରନ୍ତି। ଏହା ବହୁତ କଠିନ କାମ ହୋଇଥାଏ। ଏହି କାମ ସାଧାରଣତଃ ଚୈତ୍ର ମାସରୁ ଶ୍ରାବଣ ମାସ ଭିତରେ କରାଯାଇଥାଏ। ଗଛବାହ ମହିଳାମାନେ ଏହି ୪ ମାସ ନା ମଥାରେ ସିନ୍ଦୂର ଲଗାନ୍ତି ନା ସଜବାଜ ହୁଅନ୍ତି। ସେମାନେ ନିଜ ସୁହାଗର ସମସ୍ତ ଚିହ୍ନ ତରକୁଲହା ଦେବୀଙ୍କ ପାଖରେ ଅର୍ପଣ କରି ନିଜ ସ୍ୱାମୀଙ୍କ ସୁସ୍ଥ ଜୀବନ କାମନା କରନ୍ତି।

ଏହାସହ ପଢ଼ନ୍ତୁ: ଛୁଇଁବା ମାତ୍ରେ ହିଁ ଦୂର ହୋଇଯାଏ ସବୁ ରୋଗ, ଜାଣନ୍ତୁ ମହାଭାରତ ସହ ସମ୍ବନ୍ଧ ଥିବା ଏହି ବୃକ୍ଷ ବିଷୟରେ

ତରକୁଲହା ଦେବୀ ଗଛବାହ ସମ୍ପ୍ରଦାୟର ଇଷ୍ଟ ଦେବୀ ଅଟନ୍ତି। ମା’ଙ୍କ ମନ୍ଦିର ଗୋରଖପୁରଠାରୁ ୨୦ କିଲୋମିଟର ଦୂରରେ ରହିଛି। ଏହା ହିନ୍ଦୁମାନଙ୍କର ଏକ ପ୍ରମୁଖ ଧାର୍ମିକ ସ୍ଥଳ। ଏହି ସମ୍ପ୍ରଦାୟର ମହିଳାମାନେ ଚୈତ୍ର ମାସର ରାମ ନବମୀଠାରୁ ଶ୍ରାବଣ ମାସର ନାଗପଞ୍ଚମୀ ପଯ୍ୟର୍ନ୍ତ ଏହି ବେଶରେ ରହିଥାଆନ୍ତି। ତାଡ଼ି କାମ ଶେଷ ହେବା ପରେ ସବୁ ଲୋକ ତରକୁଲହା ଦେବୀଙ୍କ ମନ୍ଦିରରେ ଏକାଠି ହୁଅନ୍ତି। ମା’ଙ୍କ ପୂଜା କରିବା ପରେ ମହିଳାମାନେ ମଥାରେ ସିନ୍ଦୂର ଲଗାନ୍ତି। ଏହି ପୂଜାରେ ପଶୁବଳି ମଧ୍ୟ ଦିଆଯାଇଥାଏ।

ଏହାସହ ପଢ଼ନ୍ତୁ: ଏ ହେଉଛି ଦୁନିଆର ୯ଟି ଆଶ୍ଚର୍ଯ୍ୟମୟ ଜିନିଷ, ଆଜି ବି ଏହାର ରହସ୍ୟରୁ ଉଠିପାରିନାହିଁ ପର୍ଦ୍ଦା

ଗଛବାହ ସମ୍ପ୍ରଦାୟରେ ଏହି ପରମ୍ପରା କେବେଠୁ ଚାଲିଆସୁଛି, ଏହାର କୌଣସି ସଠିକ୍‌ ତଥ୍ୟ ନାହିଁ। ଅନେକ ଲୋକଙ୍କ କହିବା ହେଲା, ସେମାନେ ଏହି ପରମ୍ପରା ସେମାନଙ୍କ ପୂର୍ବଜଙ୍କଠାରୁ ଶୁଣିଆସୁଛନ୍ତି। ହିନ୍ଦୁ ଧର୍ମରେ ସ୍ୱାମୀ ଥାଉ ଥାଉ ସ୍ତ୍ରୀ ମଥାରେ ସିନ୍ଦୂର ନ ଲଗାଇବା ଅଶୁଭ ବୋଲି କୁହାଯାଉଥିବା ବେଳେ ଗଛବାହ ସମ୍ପ୍ରଦାୟରେ ଏହାକୁ ଶୁଭ ବୋଲି ଗଣାଯାଇଥାଏ।

Roshni

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

5 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

8 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

8 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

8 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

9 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

9 hours ago