Categories: ସ୍ପେଶାଲ

ପିଲାଙ୍କ ନାମକରଣ କରିବା ବେଳେ କରନ୍ତୁନି ଏସବୁ ଭୁଲ, ହୋଇପାରେ ବଡ଼ ଅସୁବିଧା

ଘରେ ପିଲାଟିଏ ଜନ୍ମ ନେଲେ ପରିବାର ଲୋକଙ୍କ ସମେତ ବନ୍ଧୁବାନ୍ଧବମାନେ ମଧ୍ୟ ନାମକରଣକୁ ନେଇ ଖୁବ୍‌ ଉତ୍ସାହିତ ଥାଆନ୍ତି। ଏଣୁ ସମସ୍ତେ ନିଜ ମନପସନ୍ଦର କିଛି କିଛି ନାଁ କହିଥାନ୍ତି। ସେଥିମଧ୍ୟରୁ ବାଛି ବାଛି ସବୁଠାରୁ ଭଲ ନାଁଟିକୁ ଶିଶୁର ନାମକରଣ କରାଯାଏ। ଯାହା ସାରା ଜୀବନ ପର୍ଯ୍ୟନ୍ତ ପିଲାର ପରିଚୟ ସାଜିଥାଏ।

ପିଲାମାନଙ୍କ ନାମକରଣ କରିବା ଆଦୌ ସହଜ କାମ ନୁହେଁ। କାରଣ ନାଁ ହିଁ ଭବିଷ୍ୟତରେ ପିଲାଟିର ପରିଚୟ ପାଲଟିଥାଏ। ଏଣୁ ଜୀବନକୁ ପ୍ରଭାବିତ କରିବାରେ ମଧ୍ୟ ନାଁର ଭୂମିକା ଗୁରୁତ୍ୱପୂର୍ଣ୍ଣ। ତେଣୁ ପିଲାମାନଙ୍କ ନାମକରଣ କରିବା ବେଳେ କେତେକ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଶିଶୁମାନଙ୍କ ନାମକରଣ କରିବା ବେଳେ କେଉଁ କେଉଁ ବିଷୟ ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ…

ଜାଗାର ନାମ ଅନୁସାରେ ରଖନ୍ତୁନାହିଁ:

କୌଣସି ସ୍ଥାନ ଅନୁସାରେ ପିଲାଙ୍କ ନାମ ରଖନ୍ତୁ ନାହିଁ। ବର୍ତ୍ତମାନ ଏହା ସମସ୍ୟା ସୃଷ୍ଟି କରୁନଥିଲେ ମଧ୍ୟ ଭବିଷ୍ୟତରେ ଅସୁବିଧା ହୋଇପାରେ। ଏଣୁ ପିଲାଙ୍କ ନାମ ମଥୁରା, ଆଗ୍ରା ବା ଭୁବନେଶ୍ୱର ରଖନ୍ତୁ ନାହିଁ।

କହିବା ବେଳେ ଯେଭଳି କଷ୍ଟ ନ ନୁହେଁ:

ପିଲାଙ୍କ ନାଁ ଏମିତି ରଖନ୍ତୁ ଯେଭଳି କହିବା ବେଳେ କଷ୍ଟ ନ ହୁଏ। କଷ୍ଟ ନାଁକୁ ସମସ୍ତେ ଠିକ୍‌ ଭାବେ ଉଚ୍ଚାରଣ କରିପାରିବେ ନାହିଁ। ବେଳେବେଳେ ପିଲାମାନେ ନିଜ ନାଁକୁ ମଧ୍ୟ ଅନ୍ୟମାନଙ୍କ ସାମ୍ନାରେ ଠିକ୍‌ଭାବେ କହିପାରନ୍ତି ନାହିଁ। ଫଳରେ ଲଜ୍ଜା ଅନୁଭବ କରିଥାନ୍ତି।

ଶାବ୍ଦିକ ଅର୍ଥ ଥିବା ନାଁ ରଖନ୍ତୁ:

ପିଲାଙ୍କ ନାଁ ରଖିବା ବେଳେ ସବୁବେଳେ ଏମିତି ନାଁ ବାଛନ୍ତୁ ଯାହାର କିଛି ଅର୍ଥ ଥିବ। ନାଁର ଅର୍ଥ କିଛି ଅଜବ ହୋଇଥିଲେ ସାଙ୍ଗମାନେ ପିଲାର ମଜାକ୍‌ ଉଡ଼ାଇବା ସମ୍ଭାବନା ରହିଛି। ଏଣୁ ସବୁବେଳେ ଅର୍ଥ ବୁଝାଉଥିବା ନାଁ ରଖନ୍ତୁ।

ହାସ୍ୟସ୍ପଦ ନାଁ ରଖନ୍ତୁନି:

ପିଲାଙ୍କ ନାମକରଣ କରିବା ବେଳେ ଯେଭଳି ମଜାଳିଆ ନାଁ ରଖନ୍ତୁ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ଏହା ଦ୍ୱାରା ସାଙ୍ଗମାନେ ଚିଡ଼ାଇବା ସମ୍ଭାବନା ରହିଥାଏ। ଏଣୁ ସବୁବେଳେ ସାଧାରଣ ନାଁ ରଖନ୍ତୁ।

ଦେବାଦେବୀଙ୍କ ନାଁ ଆଦୌ ରଖନ୍ତୁନାହିଁ:

ପିଲାଙ୍କ ନାଁକୁ କେବେ ବି କୌଣସି ଠାକୁରଙ୍କ ନାଁ ରଖନ୍ତୁ ନାହିଁ। କାରଣ ଠାକୁରଙ୍କ ନାଁ ଲୋକଙ୍କ ଧାର୍ମିକ ଭାବନା ସହ ଜଡ଼ିତ ଥାଏ।

ଲମ୍ବା ନାଁ ରଖନ୍ତୁନି:

ପିଲାଙ୍କ ନାଁ ସବୁବେଳେ ଛୋଟ ଛୋଟ ରଖନ୍ତୁ। କାରଣ ଲମ୍ବା ନାଁକୁ ଲୋକମାନେ ସହଜରେ ଉଚ୍ଚାରଣ କରିପାରନ୍ତି ନାହିଁ। ନାଁ ଛୋଟ ଓ କହିବାକୁ ସହଜ ହୋଇଥିଲେ ଲୋକମାନେ ମନେ ରଖିବାକୁ ମଧ୍ୟ ସହଜ ହେବ।

WCW 11

Recent Posts

ଘୁମେଇ ପଡ଼ିଲେ ଡ୍ରାଇଭର, ଡମ୍ପର ସହ ପଛପଟୁ ପିଟି ହେଲା ବସ୍‌; ଚାଳକଙ୍କ ସମେତ ୪ ମୃତ

ଉତ୍ତର ପ୍ରଦେଶର ଗାଜିପୁରରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଅଯୋଧ୍ୟାରୁ ରାମଲାଲାଙ୍କ ଦର୍ଶନ ସାରି ବିହାର ଫେରୁଥିବା…

14 mins ago

ଆସନ୍ତା କାଲି ନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ମା’ ନାରାୟଣୀ, ଧୁମଧାମରେ ପାଳିତ ହେଉଛି ଯାତ୍ରା

କନ୍ଧମାଳ(କେନ୍ୟୁଜ): ଫୁଲବାଣୀର ଅଧିଷ୍ଠାତ୍ରୀ ଦେବୀ ଆଦିଶକ୍ତି ମା’ ନାରାୟଣୀଙ୍କ ଯାତ୍ରା ଧୁମଧାମରେ ପାଳିତ ହେଉଛି । ଏହି ଯାତ୍ରା ପ୍ରତି…

37 mins ago

ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା, ଥାନାରେ ଜ୍ୱାଇଁ ଅଟକ

ନୟାଗଡ (କେନ୍ୟୁଜ୍‌): ମହିଳାଙ୍କ ବେକ କାଟି ବିଭତ୍ସ ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ।…

42 mins ago

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଶତ୍ରୁଘ୍ନ ସିହ୍ନାଙ୍କ ଲାଡଲି ସୋନାକ୍ଷୀ

ସଞ୍ଜୟ ଲୀଲା ଭଂସାଲୀଙ୍କ ସିରିଜ୍‌ ‘ହୀରାମଣ୍ଡି: ଡାଇମଣ୍ଡ ବଜାର’ ରେ ଫରିଦାନଙ୍କ ଭୂମିକାରେ ଲୋକଙ୍କ ହୃଦୟ ଜିତିଥିବା ଅଭିନେତ୍ରୀ ସୋନାକ୍ଷୀ…

1 hour ago

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ପରେ ପାକିସ୍ତାନରୁ ଆସିଲା ଶୁଭେଚ୍ଛା ବାର୍ତ୍ତା, ଏମିତି ଲେଖିଲେ ପାକ୍‌ ପିଏମ୍‌ ଶେହବାଜ ସରିଫ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସମଗ୍ର ମନ୍ତ୍ରୀମଣ୍ଡଳ ସହିତ ଶପଥ ଗ୍ରହଣ କରିଛନ୍ତି । ଜୁନ୍ ୪ରେ ଲୋକସଭା ନିର୍ବାଚନର…

1 hour ago

କେଉଁ ଧାତୁରେ ପ୍ରସ୍ତୁତ କରାଯାଏ ମୁଦ୍ରା, ୧୦ ଟଙ୍କିଆ ମୁଦ୍ରାରେ ରହିଛି ଖାସ୍‌

ଆପଣ ନିଶ୍ଚିତ ଭାବରେ ଅନେକ ଲୋକଙ୍କୁ ଦେଖିଥିବେ ଯେଉଁମାନେ ନିଜ ପାଖରେ ନୂଆ ଏବଂ ପୁରୁଣା କଏନକୁ ସଂଗ୍ରହ କରି…

1 hour ago