ସ୍ପେଶାଲ

ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଜାଣନ୍ତୁ କେମିତି ରଖିବେ ବ୍ରତ

ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାରଷର ଉପବାସ କରିବା ଉଚିତ। ଏହି ମାସରୁ ଚର୍ତୁମାସ ଆରମ୍ଭ ହୋଇଥାଏ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି କିନ୍ତୁ ଯେଉଁ ଲୋକମାନେ ବ୍ରତ ରଖିପାରିବେ ନାହିଁ ସେମାନେ କେବଳ ସୋମବାର ଦିନ ଉପବାସ କରିପାରିବେ। କାରଣ ଶ୍ରାବଣ ମାସର ସୋମବାର ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଏହି ମାସରେ ଉପବାସ କରିବା ଦ୍ବାରା ମାନସିକ ଏବଂ ଶାରୀରିକ ରୋଗ ଦୂର କରାଯାଇପାରିବ।

ବ୍ରତର ବିଧାନ:

ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ଯୋଦୟ ପ୍ରାରମ୍ଭରୁ ଆରମ୍ଭ କରି ତ୍ତୀୟ ପ୍ରହର ପର୍ଯ୍ଯନ୍ତ କରାଯାଇଥାଏ। ବ୍ରତ ସମୟରେ ଥରେ ଭୋଜନ କରିବାର ନିୟମ ରହିଛି। ଏହି ବ୍ରତ ଅତ୍ଯନ୍ତ କଠିନ ହୋଇଥାଏ। ଆପଣ ଚାହିଁଲେ ସକାଳ ସମୟରେ ଫଳ ଆହାର କରି ମଧ୍ଯାହ୍ନରେ ଭୋଜନ କରିପାରିବେ। ପୁରାଣ ଏବଂ ଶାସ୍ତ୍ର ଅନୁଯାୟୀ ସୋମବାର ବ୍ରତ ତିନି ପ୍ରକାର ହୋଇଥାଏ। ଯେପରି ଶ୍ରାବଣ ସୋମବାର, ଷୋହଳ ସୋମବାର ଏବଂ ସୋମ ପ୍ରଦୋଷ।

ବିଶେଷ ରୂପେ ମହିଳାମାନଙ୍କ ପାଇଁ ଶ୍ରାବଣ ସୋମବାର ବ୍ରତ କରିବା ଅନେକ ଫଳଦାୟୀ ହୋଇଥାଏ। ବିଧି ବିଧାନର ସହ ଉପବାସ କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ସେହିଭଳି ଯେଉଁମାନେ ୧୬ ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି ସେମାନେ ଶ୍ରାବଣ ମାସର ପ୍ରଥମ ସୋମବାର ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ କରିପାରିବେ। ଏହି ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜା କରିବା ଶ୍ରେଷ୍ଠ ଏବଂ ଶୁଭ ଫଳଦାୟକ ହୋଇଥାଏ।

 

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

26 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

28 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

34 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

43 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

43 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

1 hour ago