ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର, ଜାଣନ୍ତୁ କେମିତି ରଖିବେ ବ୍ରତ

ହିନ୍ଦୁ ଧର୍ମରେ ସବୁଠାରୁ ପବିତ୍ର ମାସ ହେଉଛି ଶ୍ରାବଣ ମାସ। ଶାସ୍ତ୍ର ଅନୁଯାୟୀ ଏହି ମାସରେ ବ୍ରତ ପାଳନ କରିବା ଉଚିତ। ଏହି ମାସର ସୋମବାରଷର ଉପବାସ କରିବା ଉଚିତ। ଏହି ମାସରୁ ଚର୍ତୁମାସ ଆରମ୍ଭ ହୋଇଥାଏ। ଏହି ମାସରେ ପୁରା ଦିନ ବ୍ରତ ରଖିବାର ପରମ୍ପରା ରହିଛି କିନ୍ତୁ ଯେଉଁ ଲୋକମାନେ ବ୍ରତ ରଖିପାରିବେ ନାହିଁ ସେମାନେ କେବଳ ସୋମବାର ଦିନ ଉପବାସ କରିପାରିବେ। କାରଣ ଶ୍ରାବଣ ମାସର ସୋମବାର ମହତ୍ତ୍ବପୂର୍ଣ୍ଣ ହୋଇଥାଏ। ଏହି ମାସରେ ଉପବାସ କରିବା ଦ୍ବାରା ମାନସିକ ଏବଂ ଶାରୀରିକ ରୋଗ ଦୂର କରାଯାଇପାରିବ।

shiva-lingaବ୍ରତର ବିଧାନ:

ଶ୍ରାବଣ ସୋମବାର ବ୍ରତ ସୂର୍ଯ୍ଯୋଦୟ ପ୍ରାରମ୍ଭରୁ ଆରମ୍ଭ କରି ତ୍ତୀୟ ପ୍ରହର ପର୍ଯ୍ଯନ୍ତ କରାଯାଇଥାଏ। ବ୍ରତ ସମୟରେ ଥରେ ଭୋଜନ କରିବାର ନିୟମ ରହିଛି। ଏହି ବ୍ରତ ଅତ୍ଯନ୍ତ କଠିନ ହୋଇଥାଏ। ଆପଣ ଚାହିଁଲେ ସକାଳ ସମୟରେ ଫଳ ଆହାର କରି ମଧ୍ଯାହ୍ନରେ ଭୋଜନ କରିପାରିବେ। ପୁରାଣ ଏବଂ ଶାସ୍ତ୍ର ଅନୁଯାୟୀ ସୋମବାର ବ୍ରତ ତିନି ପ୍ରକାର ହୋଇଥାଏ। ଯେପରି ଶ୍ରାବଣ ସୋମବାର, ଷୋହଳ ସୋମବାର ଏବଂ ସୋମ ପ୍ରଦୋଷ।

Shiva Lingaବିଶେଷ ରୂପେ ମହିଳାମାନଙ୍କ ପାଇଁ ଶ୍ରାବଣ ସୋମବାର ବ୍ରତ କରିବା ଅନେକ ଫଳଦାୟୀ ହୋଇଥାଏ। ବିଧି ବିଧାନର ସହ ଉପବାସ କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ। ସେହିଭଳି ଯେଉଁମାନେ ୧୬ ସୋମବାର ବ୍ରତ କରିବାକୁ ଚାହୁଁଛନ୍ତି ସେମାନେ ଶ୍ରାବଣ ମାସର ପ୍ରଥମ ସୋମବାର ଅର୍ଥାତ ଆସନ୍ତା କାଲି ଠାରୁ ଆରମ୍ଭ କରିପାରିବେ। ଏହି ମାସରେ ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରି ପୂଜା କରିବା ଶ୍ରେଷ୍ଠ ଏବଂ ଶୁଭ ଫଳଦାୟକ ହୋଇଥାଏ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.