Below header

ବଲାଙ୍ଗୀର: ଭାରସାମ୍ୟ ହରାଇ ଓଲଟିଲା ପିକଅପ ଗାଡି, ଜଣେ ମୃତ, ୧୨ ଠିକା ଶ୍ରମିକଆହତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ତୁରେକଲା ଥାନା ଅନ୍ତର୍ଗତ ବୁଡିବାହାଲ ଅଂଚଳରେ ଭାରସାମ୍ୟ ହରାଇ ଏକ ପିକଅପ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ପୁରୀ ଜିଲ୍ଲାର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ଠିକା ଶ୍ରମିକ ଆହତ ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରେ ତୁରେକଲା ପୋଲିସ ପହଞ୍ଚି ଆହତଙ୍କୁ ଡାକ୍ତରଖାନା ପଠାଇ ଥିବା ବେଳେ ସେଠାରେ ତାଙ୍କର ଚିକିତ୍ସା ଆରମ୍ଭ କରି ଦିଆଯାଇଛି ।

ମୃତକଙ୍କୁ ଚିହ୍ନଟ କରାଯିବା ସହ ପୋଷ୍ଟ ମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରି ଦିଆଯାଇଛି ।ଘଟଣାଟି ବିଳମ୍ବିତ ରାତିରେ ଘଟିଥିବା ବେଳେ ସ୍ଥାନୀୟ ଯୁବକ ପହଂଚି ଉଦ୍ଧ୍ୱାରା କାର୍ଯ୍ୟ ଆରମ୍ଭ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.