ସପ୍ତାହେ ପାଇଁ ସଟଡାଉନ ହେଲା ବଡ଼ବିଲ, ଘୋଷଣା କଲେ କେନ୍ଦୁଝର ଜିଲ୍ଲାପାଳ

ବଡ଼ବିଲ: ସପ୍ତାହେ ପାଇଁ ସଟ୍‌ଡାଉନ୍ ଘୋଷଣା ହେଲା କେନ୍ଦୁଝରର ବଡ଼ବିଲ ଅଂଚଳ ‌ । ଏନେଇ ଘୋଷଣା କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ଆଜି ଜିଲ୍ଲାରୁ ୧୧ଟି ଲୋକାଲ୍‌ କେସ୍‌ ବାହାରିବା ପରେ ବଡବିଲକୁ ସଟଡାଉନ୍‌ କରିଛି ଜିଲ୍ଲା ପ୍ରଶାସନ । ଏହି ସମୟ ଭିତରେ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ । ଏହାକୁ ଛାଡ଼ି ଦେଲେ ଅଣ-ଅତ୍ୟାବଶ୍ୟକ ସେବା ଓ ଗାଡ଼ି ମୋଟର ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି । ଏହି ସମୟ ମଧ୍ୟରେ ଜିଲ୍ଲା ବାସୀଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି କେନ୍ଦୁଝର ଜିଲ୍ଲାପାଳ । ବଡ଼ବିଲ ବ୍ୟତୀତ ରାଜ୍ୟର ଅଧିକାଂଶ ସ୍ଥାନରେ ବି ସଟଡାଉନ ଘୋଷଣା କରାଯାଇଛି ।

Leave A Reply

Your email address will not be published.