Below header

ରାଜଧାନୀରେ କାୟା ମେଲାଉଛି କରୋନା, ଆଜି ନୂଆ ୧୯ ପଜିଟିଭ ଚିହ୍ନଟ

ଭୁବନେଶ୍ୱରରୁ ଆଉ ୧୯ ଜଣ କରୋନା ପଜିଟିଭ୍‌ । ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ୯, ଲୋକାଲ କଣ୍ଟାକ୍ଟ କେସ୍‌ ୮ଟି ଓ ୨ ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ଲୋକାଲ କଣ୍ଟାଣ୍ଟ କେସ୍‌ ମଧ୍ୟରେ ବଡଗଡ ନେତାଜୀ କ୍ଲବ ନିକଟରୁ ଜଣେ ୨୭ ବର୍ଷୀୟ ଯୁବକ, ଭରତପୁରରୁ ଜଣେ ୬୦ ବର୍ଷୀୟ ବୃଦ୍ଧା, ଘାଟିକିଆରୁ ୨ ଜଣ, ୟୁନିଟ୍‌-୪ରୁ ୨୪ ବର୍ଷୀୟ ଯୁବକ, ଝାରପଡା, ସୁନ୍ଦରପଦା ଓ ପଳାସପଲ୍ଲୀ ଅଞ୍ଚଳରୁ ଜଣେ ଲେଖାଏ ସଂକ୍ରମିତ ହୋଇଛନ୍ତି । ସେହିପରି ହୋମ୍‌ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ୯ ଆକ୍ରାନ୍ତଙ୍କ ମଧ୍ୟରେ ନୂଆଗାଁରୁ ୨ ଜଣ, ଘରୋଇ ହସ୍ପିଟାଲର ୪ ଜଣ, କେନ୍ଦ୍ରୀୟ ହସ୍ପିଟାଲର ଜଣେ, ପାହାଳ ଓ ବରମୁଣ୍ଡା ଅଞ୍ଚଳର ଜଣେ ଲେଖାଏ ରହିଛନ୍ତି ।

ସେହିପରି କରୋନା ଯୋଦ୍ଧାଙ୍କ ମଧ୍ୟରେ କଳ୍ପନା ସ୍କୋୟେର ନିକଟରେ ଥିବା ଏକ ସରକାରୀ ଅଫିସରୁ ୨ ଜଣ ପଜିଟିଭ୍‌ ହୋଇଛନ୍ତି । ସେହିପରି ଭୁବନେଶ୍ୱରରୁ ଆଉ ୨୩ ଜଣ ସୁସ୍ଥ ହୋଇଛନ୍ତି । ଭୁବନେଶ୍ୱରରେ ମୋଟ୍‌ ୪୩୩ ଜଣ ପଜିଟିଭ୍‌ ହୋଇଥିବା ବେଳେ ଆକ୍ଟିଭ୍‌ କେସ୍‌ ୧୫୬ ରହିଛି । ୨୭୦ ଜଣ ସୁସ୍ଥ ହୋଇଛନ୍ତି । ୬ ଜଣଙ୍କ ଜୀବନ ନେଇଛି କରୋନା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.