ଜନ୍ମ ମୃତ୍ୟୁ , ଯିଏ ଏଇ ପୃଥିବୀକୁ ଆସିଥାଏ ତାର ମୃତ୍ୟୁ ସୁନିଶ୍ଚିତ। ମୃତ୍ୟୁ ପରେ ଆତ୍ମା ଅନ୍ୟ ଏକ ଶରୀରରେ ପ୍ରବେଶ କରିଥାଏ ବୋଲି ଆମେ ଶୁଣିଛନ୍ତି। କୁହାଯାଏ ଯେ ମୃତ୍ୟୁ ପରେ ପରଲୋକକୁ ଚାଲିଯାନ୍ତି କିନ୍ତୁ କେବେ ଭାବିଛନ୍ତି କଣ ସତରେ କୌଣସି ଅନ୍ୟ ଲୋକ ଅଛି? ଅନ୍ୟ ଲୋକରେ କଣ ଲୋକ ରହିଥାନ୍ତି? ଆମେ ଯେଉଁ ଜଗତରେ ରହୁଛନ୍ତି ତାହାକୁ ଭୌତିକ ଜଗତ କୁହାଯାଏ। କିନ୍ତୁ ଏହା ବାସ୍ତବ ନୁହେଁ। ଏହା ଇଶ୍ୱରଙ୍କ କଳ୍ପନା ଅଟେ। ଏହି ପ୍ରକାର ଇଶ୍ୱରଙ୍କ କଳ୍ପନାର ଅନେକ ଜଗତ ରହିଛି ଏବଂ ଅନେକ ଲୋକ ଆମ ମନ ଏବଂ ଆତ୍ମା ସହିତ ଯୋଡି ହୋଇଥାନ୍ତି। ଭୌତିକ ଜଗତ ସହିତ ଏକ ସୂକ୍ଷ୍ମ ଜଗତ ମଧ୍ୟ ରହିଥାଏ।
ଆମେ ଏହାକୁ ସାମାନ୍ୟ ଆଖିରେ ଦେଖିପାରନ୍ତି ନାହିଁ। ତେବେ ଆପଣ ଭାବୁଥିବେ ଆମେ ଏହାକୁ କେମିତି ଦେଖୁଥିବା ? ଆପଣଙ୍କର ଏହି ପ୍ରଶ୍ନର ଉତ୍ତର ହେଉଛି ଆମେ ଯେତେବେଳେ ଧ୍ୟାନ କରନ୍ତି କିମ୍ବା କେବେକେବେ କୌଣସି ଆବେଗରେ ଆମେ ଏହାକୁ ଦେଖିଥାଉ। ଏହି ସୂକ୍ଷ୍ମ ଜଗତରେ ମଧ୍ୟ ଅନେକ ଲୋକ ରୁହନ୍ତି। କିନ୍ତୁ ସେମାନଙ୍କ ପାଖରେ ପ୍ରୁଥିବୀ ତତ୍ତ୍ୱ ରହିନଥାଏ। ଏଥିପାଇଁ ତାହାକୁ ଦେଖିବା ସହଜ ହୋଇନଥାଏ।
-ସୂକ୍ଷ୍ମ ଜଗତକୁ ସାଧାରଣତଃ ଉନ୍ନତ ଆତ୍ମା ଯାଇଥାନ୍ତି।
-ସେଠାରେ ନିଜର ସଂସ୍କାର ଭୋଗକରି ମୁକ୍ତ ହୋଇଥାନ୍ତି।
-ଯଦି ତାଙ୍କ କର୍ମ ଭଲ ଭାବରେ ହୋଇଥାଏ ତେବେ ସେ ଆଗକୁ ଯାଇଥାନ୍ତି।
-କର୍ମ ଠିକ ଭାବେ ହୋଇନଥିଲେ କିଛି ସମୟ ରହିବା ପରେ ସେମାନେ ଭୌତିକ ଜଗତକୁ ଫେରିଆସନ୍ତି।
-ବ୍ୟକ୍ତି କର୍ମ ଫଳ ଭୋଗିବା ପାଇଁ ନୂଆ ଶରୀର ଅପେକ୍ଷାରେ ରହିଥାଏ।
-ଯେ ପର୍ଯ୍ୟନ୍ତ ଆତ୍ମା ନୂଆ ଶରୀରରେ ପ୍ରବେଶ ନକରିଥାଏ ସେତେପଯ୍ୟର୍ନ୍ତ ଆତ୍ମାକୁ ନିଷ୍କ୍ରୀୟ ଅବସ୍ଥାରେ ରଖାଯାଇଥାଏ।
-ବ୍ୟକ୍ତିଙ୍କ କର୍ମ ଏବଂ ସଂସ୍କାରର ଅନୁରୂପ ଗର୍ଭ ହେବା ପରେ ଆତ୍ମା ସେଠାରେ ପ୍ରବେଶ କରି ନୂଆ ଶରୀରର ନିର୍ମାଣ କରିଥାଏ।
-କେବେକେବେ ମୃତ୍ୟୁ ପରେ ପୁର୍ନବାର ଜନ୍ମ ନେବାରେ ବହୁତ ବର୍ଷ ଲାଗିଥାଏ ଏବଂ କେବେ କେବେ ମଧ୍ୟ ତତ୍କାଳ ଜନ୍ମ ହୋଇଥାଏ।
-ସାଧନା ଦ୍ୱାରା କିଛି ବିଶେଷ ଦଶାକୁ ଜିଇଁଥିବା ଅବସ୍ଥାରେ ଆତ୍ମାକୁ ଶରୀର ଠାରୁ ଅଲଗା କରିଯାଇପାରିବ କିନ୍ତୁ ଏହାକୁ ମ୍ରୁତ୍ୟୁ କୁହାଯିବନାହିଁ।
ଜୀବନ କାଳ ମଧ୍ୟରେ ଯେଉଁ କାମନା ସବୁବେଳେ ରହିଥାଏ ସେହି ଅନୁସାରେ ବ୍ୟକ୍ତି କୌଣସି ଖାସ୍ ଯୋନିରେ ଯାଇଥାନ୍ତି।
-ମୃତ୍ୟୁ ସମୟରେ ବ୍ୟକ୍ତିଙ୍କ ମନରେ ଯେଉଁଭଳି ଭାବନା ଆସିଥାଏ, ସେହିଭଳି ଯୋନି ମଧ୍ୟ ବ୍ୟକ୍ତିଙ୍କୁ ମିଳିଥାଏ।
-ମୋଟ ଦୁଇ ପ୍ରକାର ଯୋନିକୁ ବ୍ୟକ୍ତି ଯାଇଥାନ୍ତି।
ନିଶ୍ଚିତ ପଢନ୍ତୁ : ଆପଣ ବି କରି ପାରିବେ ଏହି ଅଦଭୁତ କାମ, ନିଜ ଆତ୍ମାକୁ ଅନ୍ୟ ଶରୀରରେ ପ୍ରବେଶ କରାଇ ପାରିବେ
-ଗୋଟିଏ ହେଉଛି ପ୍ରେତ ଯୋନି ଏବଂ ଅନ୍ୟ ଏକ ପିତ୍ରୁ ଯୋନି।
-ଗନ୍ଧର୍ବ, ବିଦ୍ୟାଧର, ଯକ୍ଷ ଏବଂ ସିଦ୍ଧ ପିତ୍ରୁ ଯୋନିରେ ରହିଥାନ୍ତି।
-ସିଦ୍ଧ ଯୋନି ସର୍ବଶ୍ରେଷ୍ଠ ଯୋନି ବୋଲି ଧରାଯାଏ।
-ବ୍ୟକ୍ତି ଯେତେବେଳେ ବହୁତ ଅଧିକ ପାପ କର୍ମ କରି ମୃତ୍ୟୁ ବରଣ କରିଥାନ୍ତି ସେତେବେଳେ ତାଙ୍କର ଅନେକ ଇଚ୍ଛା ମୃତ୍ୟୁ ସମୟରେ ହିଁ ରହିଯାଇଥାଏ ତେବେ ସେ ପ୍ରେତ ଯୋନିରେ ଚାଲିଯାଇଥାନ୍ତି।
-ଏହିପରି ପ୍ରେତ ଯୋନି ଆତ୍ମା ଅତ୍ରୁପ୍ତ ରହିଥାଏ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ବୁଲିଥାଏ, ଯେତେ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର ଉପାୟ ନ କରାଯାଇଛି।
ଏହାସହ ପଢନ୍ତୁ : ପରିପାର୍ଶ୍ଵିକ ସଂକେତରୁ ଜାଣିପାରିବେ ଆପଣଙ୍କ ଆଖପାଖରେ ଆତ୍ମାର ଉପସ୍ଥିତି, ଏମାନଙ୍କୁ ଅନୁଭବ କରିବା ଅତି ସହଜ
-କୌଣସି ଶୁଭ କର୍ମର ବ୍ୟକ୍ତି ମୃତ୍ୟୁ ପରେ ମଧ୍ୟ ଇତଃସ୍ତତଃ ବୁଲିଥାଏ ଯେତେ ପର୍ଯ୍ୟନ୍ତ ନୂଆ ଶରୀର ନିର୍ମାଣ ନ ହୋଇଛି।
-ଏମିତି ଆତ୍ମା ଲୋକଙ୍କ ପାଇଁ ଶୁଭ କରିଥାନ୍ତି ଏବଂ ସତ୍ ମାର୍ଗ ଦେଖାଇଥାନ୍ତି। ଏମାନଙ୍କୁ ପିତ୍ରୁ ଆତ୍ମା କୁହାଯାଏ।
-ପିତ୍ରୁ ଶକ୍ତି ରହିବା ଏକ ସୁରକ୍ଷା, ଯାହା ବ୍ୟକ୍ତିଙ୍କର ରକ୍ଷା କରିଥାଏ।
-ଏହାର ସର୍ବୋତ୍ତମ ଉପାୟ ହେଉଛି ଶ୍ରୀମଦଭାଗବତ ପାଠ କରିବା ଏବଂ ଏହାକୁ ମନରେ ଚିନ୍ତା କରିବା।
-ଅମାବାସ୍ୟାରେ କୌଣସି ନିର୍ଦ୍ଧନ ବ୍ୟକ୍ତିଙ୍କୁ ଦାନ କରିବାକ ଉଚିତ ଏବଂ ତାଙ୍କର ସେବା କରିବା ଉଚିତ।
-ଗାଈ ଏବଂ କୁକୁରକୁ ବିଶେଷ ରୂପରେ ଯତ୍ନ ନେବା ଉଚିତ।
-ଭଗବାନ କ୍ରୁଷ୍ଣ ଏବଂ ଭଗବାନ ଶିବଙ୍କର ଉପାସନାରୁ ମଧ୍ୟ ମୁକ୍ତି ସରଳତାରେ ପ୍ରାପ୍ତ ହୋଇଥାଏ।
ଭୁବନେଶ୍ୱର (କେନ୍ୟୁଜ): ଆଗାମୀ ୩ ରୁ ୪ ଦିନ ମଧ୍ୟରେ ଓଡ଼ିଶାର ସବୁ ଜିଲ୍ଲାକୁ ଛୁଇଁବ ମୌସୁମୀ । ସୁନ୍ଦରଗଡ଼…
ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…
ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…
ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…
ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…
ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…