Categories: ସ୍ପେଶାଲ

ଜାଣିଛନ୍ତି କି ପ୍ରଥମ ଥର କେବେ ନୋଟରେ ଛପା ଯାଇଥିଲା ବାପୁଙ୍କୁ ? ପଢନ୍ତୁ ଫଟୋର ରହସ୍ୟ

ମହାତ୍ମା ଗାନ୍ଧୀ ଭାରତୀୟ ନୋଟ୍ ଦ୍ବାରା ଆପଣଙ୍କ ସହିତ ସବୁବେଳେ ରହିଥାନ୍ତି। ଭାରତୀୟ ନୋଟରେ ଗାନ୍ଧୀଙ୍କର ଫଟୋ ଛପା ଯାଇଥାଏ, ଯାହାକୁ ନେଇ ଅନେକ ପ୍ରଶ୍ନ ମଧ୍ୟ ଉଠିଛି। କିନ୍ତୁ କଣ ଆପଣ ଜାଣନ୍ତି କେବେଠୁ ଗାନ୍ଧୀଙ୍କର ଫଟୋ ନୋଟରେ ଛପା ଯାଉଛି ଏବଂ ଏହା ପଛରେ କଣ ରହସ୍ୟ ରହିଛି।

ନୋଟରେ ଗାନ୍ଧୀଜୀ ପ୍ରଥମ ଥର ୧୯୬୯ରେ ଦେଖା ଯାଇଥିଲେ। ଏହି ବର୍ଷ ତାଙ୍କ ଜନ୍ମ ଶତାବ୍ଦୀର ବର୍ଷ ଥିଲା ଏବଂ ନୋଟ ଉପରେ ତାଙ୍କ ଫଟୋ ପଛରେ ସେବାଗ୍ରାମ ଆଶ୍ରମ ମଧ୍ୟ ଥିଲା। ଅକ୍ଟୋବର ୧୯୮୭ରେ ପ୍ରଥମ ଥର ୫୦୦ ଟଙ୍କାର ନୋଟ ଆସିଲା ଏବଂ ଏହି ନୋଟ ଉପରେ ଗାନ୍ଧୀଙ୍କର ଫଟୋ ଥିଲା।

୧୯୯୬ ମସିହା ପୂର୍ବରୁ ୧୯୮୭ରେ ମହାତ୍ମା ଗାନ୍ଧୀଙ୍କ ଫଟୋକୁ ୱାଟରମାର୍କ ରୂପେ ବ୍ୟବହାର କରାଯାଉଥିଲା। ଯାହା ନୋଟର ବାମ ପଟେ ଦେଖାଯାଉଥିଲା। ପରେ ସବୁ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଛପା ଯାଉଛି। ଏକ ଆରଟିଆଇରେ ଏହା ସାମ୍ନାକୁ ଆସିଥିଲା ଯେ ୧୯୯୩ ମସିହାରେ ଆରବିଆଇ ନୋଟର ଡାହାଣ ପାର୍ଶ୍ବରେ ମହାତ୍ମା ଗାନ୍ଧୀଙ୍କ ଛବି ଛାପିବାକୁ କେନ୍ଦ୍ର ସରକାରଙ୍କୁ ନିବେଦନ କରିଥିଲେ।

ଏହା ମଧ୍ୟ ପଢ଼ନ୍ତୁ : ଦେଶ ସ୍ବାଧୀନ ହେବା ସମୟରେ କେଉଁଠି ଥିଲେ ମହାତ୍ମା ଗାନ୍ଧୀ ? କାହିଁକି ଜାତୀୟ ପତାକା ଉତ୍ତୋଳନ କରିନଥିଲେ ଜାତିର ପିତା

ଆହୁରୀ ପଢ଼ନ୍ତୁ : ନିଜର ଅନ୍ତିମ ଜନ୍ମଦିନରେ କଣ କରୁଥିଲେ ବାପୁ ? ପଢନ୍ତୁ ସେହି ଦିନର ପୁରା କାହାଣୀ

ବର୍ତ୍ତମାନ ଆପଣଙ୍କୁ ଏହା ମଧ୍ୟ ଜଣାଇବୁ ଯେ ନୋଟରେ ଗାନ୍ଧୀଙ୍କ ଫଟୋ ଛାପିବା ପଛରେ କଣ ରହସ୍ୟ ରହିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୧୯୪୬ ମହିହାରେ ଏହି ଫଟୋକୁ ଉଠା ଯାଇଥିଲା ଏବଂ ଏହି ଫଟୋ ଅସଲି ଅଟେ। ଏହି ଫଟୋ ସେହି ସମୟର ଯେତେବେଳେ ସେ ଲର୍ଡ ଫ୍ରେଡରିକ ପେଥିକ ଲୋରେନ୍ସ ଭିକ୍ଟ୍ରୀ ଆଉସକୁ ଆସିଥିଲେ।

ଆମ ଦେଶ ବିଭିନ୍ନତା ମଧ୍ୟରେ ଏକତାର ଦେଶ ଅଟେ ଏବଂ ମହାତ୍ମା ଗାନ୍ଧୀଙ୍କୁ ରାଷ୍ଟ୍ରୀୟ ପ୍ରତୀକ ବୋଲି ଧରାଯାଉଥିଲା। ଜାତିର ପିତାର ଉପାଧି ହାସଲ କରିଥିବା ଗାନ୍ଧୀ ସେହି ସମୟରେ ଜାତିର ଚେହେରା ଥିଲେ, ଏଥିପାଇଁ ତାଙ୍କ ନାମକୁ ନେଇ ଏହି ନିଷ୍ପତି ନିଆଗଲା। କାରଣ ଅନ୍ୟ ସେନାଙ୍କ ନାମରେ କ୍ଷେତ୍ରୀୟ ବିବାଦ ହୋଇପାରିଥାନ୍ତା। ଏହି ପ୍ରଶ୍ନକୁ ନେଇ କୌଣସି ଅଫିସିଆଲ ସୂଚନା ନାହିଁ।

ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମଧ୍ୟ ଲୋକସଭାରେ ଏହାର ଉତ୍ତର ଦେଇଥିଲେ ଯେ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ପ୍ୟାନେଲ ଗାନ୍ଧୀଙ୍କ ସ୍ଥାନରେ ଅନ୍ୟ ରାଷ୍ଟ୍ର ନେତାଙ୍କର ଛବିକୁ ନଛାପିବା ପାଇଁ ନିଷ୍ପତି ନେଇଥିଲେ, କାରଣ ମହାତ୍ମା ଗାନ୍ଧୀଙ୍କ ଠାରୁ କୌଣସି ଭି ବ୍ୟକ୍ତି ଦେଶର ସ୍ବଭାବକୁ ପ୍ରତିନିଧିତ୍ବ କରିପାରିବେ ନାହିଁ।

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନୁଯାୟୀ ୧୯୯୬ ମସିହାରେ ୫,୧୦,୨୦,୧୦୦,୫୦୦ ଏବଂ ୧୦୦୦ ଟଙ୍କିଆ ନୋଟରେ ଗାନ୍ଧୀଜୀଙ୍କ ଫଟୋ ଛପା ଯାଇଥିଲା। ଏହି କାରଣରୁ ଅଶୋକ ସ୍ତମ୍ଭ ଯାଗାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇଥିଲା। ଅଶୋକ ସ୍ତମ୍ଭର ଫଟୋ ନୋଟର ବାମ ପଟର ତଳ ଆଡକୁ ପ୍ରିଣ୍ଟ କରାଯାଇଥିଲା।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

9 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

24 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

39 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

49 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

60 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago