Categories: ମନୋରଂଜନ

ରିଲିଜ୍ ହେଲା ମଣିକର୍ଣ୍ଣିକାର ଟିଜର, ଲୋମ ଟାଙ୍କୁରୀ ଉଠିବ ଦେଖି କଙ୍ଗନାଙ୍କ ଅଭିନୟ

କଙ୍ଗନା ରାଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକା ବହୁ ସମୟରୁ ଲୋକଙ୍କ ମନରେ ଉତ୍ସାହ ଖେଳାଉଛି। ଯାହାହେଉ ଆଜି ଶେଷରେ ଏହି ଫିଲ୍ମଟିର ଟିଜର ରିଲିଜ୍ ହୋଇଛି । କଙ୍ଗନା ଝାନସି ରାଣି ଲକ୍ଷ୍ମୀବାଇଙ୍କ ଭୂମିକାରେ ଜବରଦସ୍ତ ଆକ୍ଟିଙ୍ଗ କରିଥିବାର ଦେଖିବାକୁ ମିଳିଛି । ଫିଲ୍ମଟିର ଟିଜର ଦେଖିଲେ ଲାଗୁଛି ଫିଲ୍ମଟି ସୁପର ହିଟ୍ ହେବ ।

କଙ୍ଗନା ଏହି ଫିଲ୍ମକୁ କରିବା ପାଇଁ ବହୁତ ସମୟ ଦେଇଛନ୍ତି । ଏହି ଟିଜରରେ ତାଙ୍କ ପରିଶ୍ରମ ଦେଖିବାକୁ ମିଳିଛି । ଏହି ଟିଜରଟି ଅମିତାଭ ବଚ୍ଚନଙ୍କ ଭଏସ୍ ରୁ ଆରମ୍ଭ ହେଉଛି । ଟିଜର ଆରମ୍ଭର ୪୫ ସେକେଣ୍ଡ ପରେ ହିଁ ଦର୍ଶକଙ୍କ ଲୋମଟାଙ୍କୁରି ହୋଇଯିବ । କଙ୍ଗନା ପ୍ରଥମ ଥର ପାଇଁ ଏକ ଐତିହାସିକ ଡ୍ରାମା ଫିଲ୍ମରେ ନଜର ଆସିବେ ।

ଏଠାରେ କହିରଖୁଛୁ ଯେ, ଏହି ଫିଲ୍ମଟି ଜି ଷ୍ଟୁଡିଓ ଦ୍ବାରା ନିର୍ମିତ ହୋଇଛି । ଯେଉଁଥିରେ କଙ୍ଗନାଙ୍କ ବ୍ଯତିତ ଅଙ୍କିତା ଲୋଖଣ୍ଡେ ଝଲକାରୀ ବାଇ ଭୂମୀକାରେ ନଜର ଆସୁଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ୨୫ ଜାନୁଆରୀ ୨୦୧୯ରେ ରିଲିଜ ହେବାର ଅଛି । ଏହି ଫିଲ୍ମଟିରେ ରାଣୀ ଲକ୍ଷ୍ମୀବାଇଙ୍କ ଛୋଟ ବେଳରୁ ଆରମ୍ଭ କରି ବିବାହ ଏବଂ ଇଂରେଜ ମାନଙ୍କ ସହିତ କହିଥିବା ଯୁଦ୍ଧର କାହାଣି ଦେଖିବାକୁ ମିଳିବ । ଦେଶର ବିଭିନ୍ନ ପ୍ରାନ୍ତରରୁ ଏହି ଫିଲ୍ମଟିର ସୁଟିଙ୍ଗ    କରାଯାଇଛି ।

ଯେଉଁଥିରେ ବନାରସ, ଆମେର, ଜୟପୁର ଆଦି ସ୍ଥାନ ସାମିଲ ଅଛି । ନିକଟରେ କଙ୍ଗନା କହିଥିଲେ ଯେ, ଫିଲ୍ମ ମଣିକର୍ଣ୍ଣିକାରେ ଏହି ବାହାଦୁର ଓ ପ୍ରେରଣାଦାୟକ ଚରିତ୍ର କରି ସେ ବହୁତ ଗର୍ବ ଅନୁଭବ କରୁଛନ୍ତି, ଏବଂ ଏହି ଫିଲ୍ମକୁ କରିବା ପାଇଁ ସେ ମନ ଏବଂ ଜୀବନ ସବୁ ଲଗେଇ ଦେଇଛନ୍ତି । କିଛି ଦିନ ପୂର୍ବରୁ ଏହି ଖବର ଆସିଥିଲା କି ସୋନୁ ସୁଦ୍ ଏହି ଫିଲ୍ମକୁ ଛାଡିଦେଇଛନ୍ତି । ଫିଲ୍ମରେ ସୋନୁ ମରାଠାର ସଦାଶିବ ରାୱ ଭାଓ ର ଚରିତ୍ର କରୁଥିଲେ । ଏହା ପରେ ଖବର ଆସିଥିଲା କି ଶ୍ବାତୀ ସେମବାଲ ମଧ୍ଯ ଏହି ଫିଲ୍ମଟି ଛାଡି ଦେଇଛନ୍ତି ବୋଲି ।

ଦେଖନ୍ତୁ ଟିଜର :

KNews Bureau

Recent Posts

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

19 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

27 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

43 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

1 hour ago