Below header

ରିଲିଜ୍ ହେଲା ମଣିକର୍ଣ୍ଣିକାର ଟିଜର, ଲୋମ ଟାଙ୍କୁରୀ ଉଠିବ ଦେଖି କଙ୍ଗନାଙ୍କ ଅଭିନୟ

କଙ୍ଗନା ରାଣାୱତଙ୍କ ଫିଲ୍ମ ମଣିକର୍ଣ୍ଣିକା ବହୁ ସମୟରୁ ଲୋକଙ୍କ ମନରେ ଉତ୍ସାହ ଖେଳାଉଛି। ଯାହାହେଉ ଆଜି ଶେଷରେ ଏହି ଫିଲ୍ମଟିର ଟିଜର ରିଲିଜ୍ ହୋଇଛି । କଙ୍ଗନା ଝାନସି ରାଣି ଲକ୍ଷ୍ମୀବାଇଙ୍କ ଭୂମିକାରେ ଜବରଦସ୍ତ ଆକ୍ଟିଙ୍ଗ କରିଥିବାର ଦେଖିବାକୁ ମିଳିଛି । ଫିଲ୍ମଟିର ଟିଜର ଦେଖିଲେ ଲାଗୁଛି ଫିଲ୍ମଟି ସୁପର ହିଟ୍ ହେବ ।

kanganasକଙ୍ଗନା ଏହି ଫିଲ୍ମକୁ କରିବା ପାଇଁ ବହୁତ ସମୟ ଦେଇଛନ୍ତି । ଏହି ଟିଜରରେ ତାଙ୍କ ପରିଶ୍ରମ ଦେଖିବାକୁ ମିଳିଛି । ଏହି ଟିଜରଟି ଅମିତାଭ ବଚ୍ଚନଙ୍କ ଭଏସ୍ ରୁ ଆରମ୍ଭ ହେଉଛି । ଟିଜର ଆରମ୍ଭର ୪୫ ସେକେଣ୍ଡ ପରେ ହିଁ ଦର୍ଶକଙ୍କ ଲୋମଟାଙ୍କୁରି ହୋଇଯିବ । କଙ୍ଗନା ପ୍ରଥମ ଥର ପାଇଁ ଏକ ଐତିହାସିକ ଡ୍ରାମା ଫିଲ୍ମରେ ନଜର ଆସିବେ ।

Manikarnika-Teaser-Kangana-Ranaut-Image-for-InUth-2ଏଠାରେ କହିରଖୁଛୁ ଯେ, ଏହି ଫିଲ୍ମଟି ଜି ଷ୍ଟୁଡିଓ ଦ୍ବାରା ନିର୍ମିତ ହୋଇଛି । ଯେଉଁଥିରେ କଙ୍ଗନାଙ୍କ ବ୍ଯତିତ ଅଙ୍କିତା ଲୋଖଣ୍ଡେ ଝଲକାରୀ ବାଇ ଭୂମୀକାରେ ନଜର ଆସୁଛନ୍ତି । ଫିଲ୍ମଟି ଆସନ୍ତା ବର୍ଷ ୨୫ ଜାନୁଆରୀ ୨୦୧୯ରେ ରିଲିଜ ହେବାର ଅଛି । ଏହି ଫିଲ୍ମଟିରେ ରାଣୀ ଲକ୍ଷ୍ମୀବାଇଙ୍କ ଛୋଟ ବେଳରୁ ଆରମ୍ଭ କରି ବିବାହ ଏବଂ ଇଂରେଜ ମାନଙ୍କ ସହିତ କହିଥିବା ଯୁଦ୍ଧର କାହାଣି ଦେଖିବାକୁ ମିଳିବ । ଦେଶର ବିଭିନ୍ନ ପ୍ରାନ୍ତରରୁ ଏହି ଫିଲ୍ମଟିର ସୁଟିଙ୍ଗ    କରାଯାଇଛି ।

Manikarnika-first-look

ଯେଉଁଥିରେ ବନାରସ, ଆମେର, ଜୟପୁର ଆଦି ସ୍ଥାନ ସାମିଲ ଅଛି । ନିକଟରେ କଙ୍ଗନା କହିଥିଲେ ଯେ, ଫିଲ୍ମ ମଣିକର୍ଣ୍ଣିକାରେ ଏହି ବାହାଦୁର ଓ ପ୍ରେରଣାଦାୟକ ଚରିତ୍ର କରି ସେ ବହୁତ ଗର୍ବ ଅନୁଭବ କରୁଛନ୍ତି, ଏବଂ ଏହି ଫିଲ୍ମକୁ କରିବା ପାଇଁ ସେ ମନ ଏବଂ ଜୀବନ ସବୁ ଲଗେଇ ଦେଇଛନ୍ତି । କିଛି ଦିନ ପୂର୍ବରୁ ଏହି ଖବର ଆସିଥିଲା କି ସୋନୁ ସୁଦ୍ ଏହି ଫିଲ୍ମକୁ ଛାଡିଦେଇଛନ୍ତି । ଫିଲ୍ମରେ ସୋନୁ ମରାଠାର ସଦାଶିବ ରାୱ ଭାଓ ର ଚରିତ୍ର କରୁଥିଲେ । ଏହା ପରେ ଖବର ଆସିଥିଲା କି ଶ୍ବାତୀ ସେମବାଲ ମଧ୍ଯ ଏହି ଫିଲ୍ମଟି ଛାଡି ଦେଇଛନ୍ତି ବୋଲି ।

ଦେଖନ୍ତୁ ଟିଜର :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.