Categories: ସ୍ପେଶାଲ

କାହିଁକି ନିଜ ଝିଅର ନାମ ‘ବାଂସୁରୀ’ ରଖିଥିଲେ ସୁଷମା ସ୍ୱରାଜ, ବହୁତ ରୋଚକ ଏହା ପଛରେ ଥିବା କାହାଣୀ

କୃଷ୍ଣ ପ୍ରେମୀ ଥିଲେ ସୁଷମା ସ୍ୱରାଜ। ସେ ଭଗବାନ କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ। ତାଙ୍କର ଭଗବାନ କ୍ରୁଷ୍ଣଙ୍କ ପ୍ରତି ଅପାର ଶ୍ରଦ୍ଧା ଏବଂ ଭକ୍ତି ଥିଲା। ସେ କୃଷ୍ଣଙ୍କ ଜୀବନୀକୁ ନେଇ ଏତେ ପ୍ରଭାବିତ ଥିଲେ ଯେ ସେ ଭଗବାନଙ୍କ ଭଳି ଅନେକ ରୂପରେ ନିଜର କର୍ତ୍ତବ୍ୟ ନିଭାଇକୁ ଚାହୁଁଥିଲେ। ଏହାକୁ ସହଜରେ କହିବାକୁ ଗଲେ ସେ ଜଣେ ଝିଅ, ସ୍ତ୍ରୀ, ମା’ ଏବଂ ଜଣେ ରାଜନୀତିଜ୍ଞ ରୂପରେ ଜୀବନକୁ ଉପଭୋଗ କରିଥିଲେ। ତାଙ୍କ ଜୀବନରେ ତାଙ୍କ ଝିଅ ତାଙ୍କର ବହୁତ ଖାସ ସ୍ଥାନରେ ରହିଥିଲେ ଏବଂ ଏଥିପାଇଁ ତାଙ୍କ ନାମକରଣ ବହୁତ ଭାବିଚିନ୍ତି ଦେଇଥିଲେ।

ଯେଉଁଭଳି ଭାବେ ଭଗବାନ କୃଷ୍ଣଙ୍କୁ ତାଙ୍କ ବଂଶୀ ବହୁତ ପ୍ରିୟ ଥିଲା ସେହିଭଳି ଭାବେ ସୁଷମାଙ୍କୁ ତାଙ୍କ ଝିଅ ମଧ୍ୟ ବହୁତ ପ୍ରିୟ ଥିଲା। ଏହି କାରଣରୁ ସେ ତାଙ୍କ ଝିଅର ନାମ ‘ବାଂସୁରୀ’ ରଖିଥିଲେ।

ବାଂସୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଛନ୍ତି ଏବଂ ଓକିଲାତିରେ ଡିଗ୍ରୀ ମଧ୍ୟ କରିସାରିଲେଣି। ନିଜ ପିତାଙ୍କ ଭଳି ସେ ମଧ୍ୟ ଅପରାଧିକ ମାମଲାର ଓକିଲ ଏବଂ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରୀମକୋର୍ଟରେ ଓକିଲାତି କରୁଛନ୍ତି।

ଏହାସହ ପଢନ୍ତୁ : କଲେଜରୁ ଆରମ୍ଭ ହୋଇଥିଲା ସୁଷମା ସ୍ୱରାଜଙ୍କ ଲଭ ଷ୍ଟୋରୀ, ମା ବାପାଙ୍କ ଅନିଚ୍ଛା ସତ୍ତ୍ୱେ କରିଥିଲେ ପ୍ରେମ ବିବାହ

ଝିଅ ବାଂସୁରୀ ବ୍ୟତୀତ ଆହୁରି ଅନେକ କାହାଣୀରେ ମଧ୍ୟ ସୁଷମାଙ୍କ ଜୀବନୀ ବହୁତ ଖାସ୍‌ ରହିଥିଲା। ନିଜର ସମସ୍ତ ପ୍ରିୟ ଜିନିଷ ସହିତ ସେ ଅଲଗା ପ୍ରକାରର ସମ୍ପର୍କ ରଖୁଥିଲେ।

ବର୍ଷ ୨୦୦୯ରେ ସେ ବିଦିଶା ଲୋକସଭାରୁ ସାଂସଦ ଭାବ,ରେ ନିର୍ବାଚିତ ହୋଇଥିଲେ। ସାଂସଦ ଥିବା ସମୟରେ ସେ ଏକ ପୁସ୍ତକାଳୟ କରିଥିଲେ। ସେ ଲୋକମାନଙ୍କୁ ଏତେ ଭଲ ପାଉଥିଲେ ଯେ ବିଦେଶୀ ଲୋକଙ୍କ ପାଇଁ ଏକ ଖାସ୍‌ ସୁବିଧା ରଖିଥିଲେ। ସୁଷମା ସ୍ୱରାଜ ନିଜ ଲାଇବ୍ରେରୀରେ ବଡ ଅକ୍ଷରରେ ଲେଖି ରଖିଥିଲେ ଯେ ‘ବିଦେଶୀ ଲୋକ ଏହି ଲାଇବ୍ରେରୀରୁ ନିଜ ପସନ୍ଦର କୌଣସି ବି ବହି ନେଇ ଯାଇପାରିବେ।’

ବହି ପଢ଼ିବା ବ୍ୟତୀତ ସୁଷମା ସ୍ୱରାଜଙ୍କୁ ସଂଗୀତ ଶୁଣିବାକୁ ବହୁତ ପସନ୍ଦ ଥିଲା। କିନ୍ତୁ ଖାଲି ସମୟରେ ଫିଲ୍ମ ଗୀତ ବଦଳରେ ସେ ଶିବ ତାଣ୍ଡବ ଶୁଣିବାକୁ ଭଲ ପାଉଥିଲେ।

Pritiparna

Recent Posts

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

17 mins ago

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

42 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

46 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

48 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

54 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

1 hour ago