କାହିଁକି ନିଜ ଝିଅର ନାମ ‘ବାଂସୁରୀ’ ରଖିଥିଲେ ସୁଷମା ସ୍ୱରାଜ, ବହୁତ ରୋଚକ ଏହା ପଛରେ ଥିବା କାହାଣୀ

କୃଷ୍ଣ ପ୍ରେମୀ ଥିଲେ ସୁଷମା ସ୍ୱରାଜ। ସେ ଭଗବାନ କୃଷ୍ଣଙ୍କର ବହୁତ ବଡ ଭକ୍ତ ଥିଲେ। ତାଙ୍କର ଭଗବାନ କ୍ରୁଷ୍ଣଙ୍କ ପ୍ରତି ଅପାର ଶ୍ରଦ୍ଧା ଏବଂ ଭକ୍ତି ଥିଲା। ସେ କୃଷ୍ଣଙ୍କ ଜୀବନୀକୁ ନେଇ ଏତେ ପ୍ରଭାବିତ ଥିଲେ ଯେ ସେ ଭଗବାନଙ୍କ ଭଳି ଅନେକ ରୂପରେ ନିଜର କର୍ତ୍ତବ୍ୟ ନିଭାଇକୁ ଚାହୁଁଥିଲେ। ଏହାକୁ ସହଜରେ କହିବାକୁ ଗଲେ ସେ ଜଣେ ଝିଅ, ସ୍ତ୍ରୀ, ମା’ ଏବଂ ଜଣେ ରାଜନୀତିଜ୍ଞ ରୂପରେ ଜୀବନକୁ ଉପଭୋଗ କରିଥିଲେ। ତାଙ୍କ ଜୀବନରେ ତାଙ୍କ ଝିଅ ତାଙ୍କର ବହୁତ ଖାସ ସ୍ଥାନରେ ରହିଥିଲେ ଏବଂ ଏଥିପାଇଁ ତାଙ୍କ ନାମକରଣ ବହୁତ ଭାବିଚିନ୍ତି ଦେଇଥିଲେ।

ଯେଉଁଭଳି ଭାବେ ଭଗବାନ କୃଷ୍ଣଙ୍କୁ ତାଙ୍କ ବଂଶୀ ବହୁତ ପ୍ରିୟ ଥିଲା ସେହିଭଳି ଭାବେ ସୁଷମାଙ୍କୁ ତାଙ୍କ ଝିଅ ମଧ୍ୟ ବହୁତ ପ୍ରିୟ ଥିଲା। ଏହି କାରଣରୁ ସେ ତାଙ୍କ ଝିଅର ନାମ ‘ବାଂସୁରୀ’ ରଖିଥିଲେ।

sushma daughterବାଂସୁରୀ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଗ୍ରାଜୁଏସନ କରିଛନ୍ତି ଏବଂ ଓକିଲାତିରେ ଡିଗ୍ରୀ ମଧ୍ୟ କରିସାରିଲେଣି। ନିଜ ପିତାଙ୍କ ଭଳି ସେ ମଧ୍ୟ ଅପରାଧିକ ମାମଲାର ଓକିଲ ଏବଂ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରୀମକୋର୍ଟରେ ଓକିଲାତି କରୁଛନ୍ତି।

ଏହାସହ ପଢନ୍ତୁ : କଲେଜରୁ ଆରମ୍ଭ ହୋଇଥିଲା ସୁଷମା ସ୍ୱରାଜଙ୍କ ଲଭ ଷ୍ଟୋରୀ, ମା ବାପାଙ୍କ ଅନିଚ୍ଛା ସତ୍ତ୍ୱେ କରିଥିଲେ ପ୍ରେମ ବିବାହ

ଝିଅ ବାଂସୁରୀ ବ୍ୟତୀତ ଆହୁରି ଅନେକ କାହାଣୀରେ ମଧ୍ୟ ସୁଷମାଙ୍କ ଜୀବନୀ ବହୁତ ଖାସ୍‌ ରହିଥିଲା। ନିଜର ସମସ୍ତ ପ୍ରିୟ ଜିନିଷ ସହିତ ସେ ଅଲଗା ପ୍ରକାରର ସମ୍ପର୍କ ରଖୁଥିଲେ।

Sushmaବର୍ଷ ୨୦୦୯ରେ ସେ ବିଦିଶା ଲୋକସଭାରୁ ସାଂସଦ ଭାବ,ରେ ନିର୍ବାଚିତ ହୋଇଥିଲେ। ସାଂସଦ ଥିବା ସମୟରେ ସେ ଏକ ପୁସ୍ତକାଳୟ କରିଥିଲେ। ସେ ଲୋକମାନଙ୍କୁ ଏତେ ଭଲ ପାଉଥିଲେ ଯେ ବିଦେଶୀ ଲୋକଙ୍କ ପାଇଁ ଏକ ଖାସ୍‌ ସୁବିଧା ରଖିଥିଲେ। ସୁଷମା ସ୍ୱରାଜ ନିଜ ଲାଇବ୍ରେରୀରେ ବଡ ଅକ୍ଷରରେ ଲେଖି ରଖିଥିଲେ ଯେ ‘ବିଦେଶୀ ଲୋକ ଏହି ଲାଇବ୍ରେରୀରୁ ନିଜ ପସନ୍ଦର କୌଣସି ବି ବହି ନେଇ ଯାଇପାରିବେ।’

ବହି ପଢ଼ିବା ବ୍ୟତୀତ ସୁଷମା ସ୍ୱରାଜଙ୍କୁ ସଂଗୀତ ଶୁଣିବାକୁ ବହୁତ ପସନ୍ଦ ଥିଲା। କିନ୍ତୁ ଖାଲି ସମୟରେ ଫିଲ୍ମ ଗୀତ ବଦଳରେ ସେ ଶିବ ତାଣ୍ଡବ ଶୁଣିବାକୁ ଭଲ ପାଉଥିଲେ।