ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ରହିଛି ଶୁଭ ସଂଯୋଗ, ଯେ କୌଣସି ସମୟରେ ବାନ୍ଧି ପାରିବେ ରାକ୍ଷୀ

ଖୁବ୍ ଶୀଘ୍ର ଆସୁଛି ଭାଇ ଭଉଣୀର ପବତ୍ର ବନ୍ଧନ ରାକ୍ଷୀ ପୂର୍ଣ୍ଣିମା । ଆସନ୍ତା ୧୫ ଅଗଷ୍ଟ ଭଉଣୀମାନେ ନିଜ ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧିବେ। ସବୁ ଭଉଣୀମାନେ ଶ୍ରାବଣ ମାସର ପୂର୍ଣ୍ଣିମାକୁ ଅପେକ୍ଷା କରି ରହିଥାନ୍ତି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଗୁରୁବାରେ ପଡୁଥିବାର ଅନେକ ଶୁଭ ସଂଯୋଗ ରହିଛି। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଶ୍ରାବଣ ନକ୍ଷତ୍ର, ସୌଭାଗ୍ୟ ଯୋଗ୍ୟ ରହିବା ସହ ସୂର୍ଯ୍ୟଙ୍କର କର୍କଟ ରାଶିରେ ପ୍ରବେଶ ଏବଂ ଚନ୍ଦ୍ରମାଙ୍କର ମକର ରାଶିରେ ପ୍ରବେଶ ହେବ। ଉଲ୍ଲେଖ ରହିଛି ଭାଦ୍ରବ ମାସର ସମୟ ଆରମ୍ଭହେବା ମାତ୍ରେ ରାକ୍ଷୀ ବନ୍ଧାଯାଇନଥାଏ। କାରଣ ଏହି ମାସରେ ରାକ୍ଷୀ ବାନ୍ଧିବା ଅଶୁଭ ହୋଇଥାଏ।
ଏହାସହ ପଢନ୍ତୁ: ଜାଣନ୍ତୁ ରାକ୍ଷୀର ପୌରାଣିକ ଅସ୍ତିତ୍ବ, କେମିତି ଆରମ୍ଭ ହୋଇଥିଲା ଏହି ପରମ୍ପରା
ଶାସ୍ତ୍ର ଅନୁଯାୟୀ ଭଦ୍ରା ଭଗବାନ ସୂର୍ଯ୍ୟ ଦେବଙ୍କର ପୁତ୍ରୀ ଏବଂ ଶନି ଦେବଙ୍କର ଭଉଣୀ। ଯେଉଁଭଳି ଭଗବାନ ଶନିଙ୍କର ସ୍ବଭାବ କ୍ରୋଧିତ ହୋଇଥାଏ ସେହିଭଳି ସ୍ବଭାବ ଭଉଣୀଙ୍କର ମଧ୍ୟ ରହିଛି। ଭଦ୍ରାଙ୍କର ଉଗ୍ର ସ୍ବଭାବ କାରଣରୁ ବ୍ରହ୍ମା ତାଙ୍କୁ ପଚାଂଗର ଏକ ପ୍ରମୁଖ ଅଂଗ କରଣରେ ସ୍ଥାନ ଦେଇଛନ୍ତି। ପଚାଂଗରେ ତାଙ୍କ ନାମ ଭିଷ୍ଟୀକରଣ ରଖାଯାଇଛି। ବିଶେଷ ରୂପେ ଭଦ୍ରା କରଣ ଲାଗିବା ଦ୍ବାରା ଶୁଭ କାର୍ଯ୍ୟ କରିବା ନିଷେଧ ହୋଇଥାଏ। ଅନ୍ୟ ଶାସ୍ତ୍ରମତ ଅନୁଯାୟୀ ରାବଣର ଭଉଣୀ ଭଦ୍ରାକାଳ ମଧ୍ୟ ନିଜ ଭାଇଙ୍କ ହାତରେ ରକ୍ଷା ସୂତ୍ର ବାନ୍ଧିଥିଲେ। ଯେଉଁକାରଣରୁ ହିଁ ରାବଣର ସର୍ବନାଶ ହୋଇଥିଲା। ଚଳିତ ବର୍ଷ ରାକ୍ଷୀ ପୂର୍ଣ୍ଣିମା ଦିନ ଭଦ୍ରାକାଳ ରହିନଥିବାରୁ ଦିନରୁ ରାତି ମଧ୍ୟରେ ଯେ କୌଣସି ସମୟରେ ରାକ୍ଷୀ ବାନ୍ଧିପାରିବେ।