୧୦୦% ଲୋନ୍ ଫେରାଇବାକୁ ପୁଣି ପ୍ରସ୍ତାବ ଦେଲେ ପଳାତକ ବିଜୟ ମାଲ୍ୟା
![vijay mallya](https://knewsodisha.com/wp-content/uploads/2019/08/vijay-mallya.jpg)
ମଦ ବ୍ୟବସାୟୀ ବିଜୟ ମାଲ୍ୟା ପୁଣି ଥରେ ଟ୍ବିଟ୍ କରି ଭାରତର ସରକାରୀ ବ୍ୟାଙ୍କଠାରୁ ନେଇଥିବା ଋଣ ୧୦୦ ପ୍ରତିଶତ ଫେରାଇବାର ପ୍ରସ୍ତାବ ଦେଇଥିବା ଜଣାପଡିଛି। କିଙ୍ଗଫିସର ଏୟାରଲାଇନ୍ସର ପୂର୍ବ ମାଲିକ ୬୩ ବର୍ଷିୟ ମାଲ୍ୟା ଲଣ୍ଡନର ହାଇକୋଟରେ ବ୍ୟାଙ୍କ ସହିତ ଜାଲିଆତି ଏବଂ ମନି ଲଣ୍ଡରିଙ୍ଗ ଅଭିଯୋଗରେ ଭାରତରୁ ପଳାୟନ ହୋଇଥିବା ମାମଲାରେ ଲଢୁଛନ୍ତି । ସେ ନିଜ ଟ୍ବିଟ୍ ରେ ଅର୍ଥ ମନ୍ତ୍ରୀ ସୀତାରମଣଙ୍କ ଲୋକସଭାରେ ଗତ ସପ୍ତାହରେ ଦିଆଯାଇଥିବା ବୟାନ କଥା ଉଠାଇ କହିଛନ୍ତି କି, ଦେଶରେ ବ୍ୟବସାୟ ଅସଫଳ ହେବା କିମ୍ବା ଆଗକୁ ନବଢିବାକୁ ଏକ ଅଭିସାପ ବୋଲି ଭାବିବା ଉଚିତ୍ ନୁହେଁ । ମତେ ଏଥିରୁ ବାହାରିବାକୁ ଏକ ସମ୍ମାନଜନକ ରାସ୍ତା କିମ୍ବା ଏହି ସମସ୍ୟାର ସମାଧାନ କରିବାର ଦିଗ ବତାଇବା ଉଚିତ୍ । ଅର୍ଥ ମନ୍ତ୍ରୀଙ୍କ ଏହି ଭାବନାରୁ ଆଖିରେ ରଖି ତାଙ୍କର ୧୦୦ ପ୍ରତିଶତ ଋଣ ଫେରାଇବା ପ୍ରସ୍ତାବକୁ ସ୍ବୀକାର କରିନେବା ଉଚିତ୍ ବୋଲି ସେ ଲେଖିଛନ୍ତି । ସୀତାରମଣ ଏହି ବୟାନ କାଫେ କଫି ଡେର ପ୍ରମୁଖ ସିର୍ଦ୍ଧାର୍ଥଙ୍କ ମୃତ୍ୟୁକୁ ନେଇ ଦେଇଥିଲେ । ଏହା ପୂର୍ବରୁ ମାଲ୍ୟା ମଧ୍ୟ ନିଜର ଅବସ୍ଥା ସିଦ୍ଧାର୍ଥଙ୍କ ପରି ଥିବା ନେଇ ଟ୍ବିଟ୍ କରିଥିଲେ ।
ଏହାସହ ପଢନ୍ତୁ : ମୋଦୀ ସରକାରଙ୍କ ଉପରେ ବର୍ଷିଲେ ବିଜୟ ମାଲ୍ୟା , କହିଲେ ‘ସରକାର ମୋର ୧୪ ହଜାର କୋଟି ଟଙ୍କା ଜବତ କରି…