ଗୋଟିଏ ସ୍ଥାନରେ ଏକତ୍ର ହୋଇ ପ୍ରଜନନ କରିଥାନ୍ତି ୭୦ ହଜାର ସାପ, ଜାଣନ୍ତୁ କେଉଁଠି

କାନାଡା: ପ୍ରତିବର୍ଷ ପାଖାପାଖି ୭୦ହଜାର ସାପ କାନାଡାର ମୋନିଟୋବାର ଏକ ଅଞ୍ଚଳରେ ଏକାଠି ହୋଇଥାନ୍ତି । ଏହି ସାପ ଏଠାରେ ଏଥିପାଇଁ ଏକାଠି ହୋଇଥାନ୍ତି କାରଣ ସେମାନେ ଯେପରି ସମୁହ ପ୍ରଜନନ କରିପାରିବେ । ଏହାକୁ ଦୁନିଆରେ ସାପଙ୍କ ସବୁଠାରୁ ବଡ ମେଳା ବୋଲି କୁହାଯାଇଥାଏ । ଉଭୟ ପୁରୁଷ ଏବଂ ନାରୀ ସାପ ଏଠାରେ ପ୍ରଜନନ କରିବା ପାଇଁ ଏକାଠି ହୋଇଥାନ୍ତି । ଖାସକରି ଗାର୍ଟର ସାପମାନେ ଏଠାରେ ବହୁ ସଂଖ୍ୟାରେ ଜମା ହୋଇଥାନ୍ତି ।

snakeଘଟଣାକୁ ଦେଖିବା ପାଇଁ କନାଡାରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଜମିଥାଏ । ଗରମ ଆସିବାପରେ ଏଠାରେ ସବୁଠାରୁ ପ୍ରଥମେ ସାପଙ୍କ ଛୁଆ ବାହାରିଥାଏ । ସାପମାନଙ୍କ ଭିତରେ ସମ୍ବନ୍ଧ ବସନ୍ତ ଋତୁରେ ବନିଥାଏ । ନାରସିସ ସ୍ନେକ୍ ଡ୍ୟାନ୍ସକୁ ଦେଖାରଖା କନାଡାର ୱାଇଲ୍ଡ ଲାଇଫ୍ ମ୍ୟାଜେମେଣ୍ଟ କରିଥାଏ । ସ୍ନେକ୍ ଡେନ୍ସ ନରସିସ୍ ନାମକ ସ୍ଥାନ କନାଡାରୁ ପାଖାପାଖି ୬କିମି ଦୁରରେ ରହିଛି । ଖବର ମୁତାବକ ପ୍ରତିବର୍ଷ ହଜାର ହଜାର ସାପଙ୍କ ମୃତ୍ୟୁ ମଧ୍ୟ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.