Below header

ବଣାଇ: ଭୁଲିଗଲେ ସମ୍ପର୍କ, ସାମାନ୍ୟ ବଚସାକୁ କେନ୍ଦ୍ର କରି ଇଟାରେ ଛେଚି ବାପାକୁ ହତ୍ୟା କଲେ ୨ ପୁଅ

ବଣାଇ(କେନ୍ୟୁଜ୍): ନୃଶଂସ ପୁଅ। ସାମାନ୍ୟ ବଚସାରୁ ଇଟାରେ ଛେଚି ବାପାକୁ ହତ୍ୟା କଲେ ୨ ପୁଅ। ମୃତକ ହେଲେ ବାଇଧର ମୁଣ୍ଡା। ବଣାଇ କୋଇଡ଼ା ଥାନା କ୍ରିୟାକୁଦର ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ପୁରୁଣା କବାଟ ଲଗାଇବାନେଇ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ୨ ପୁଅ ମିଶି ବାପାଙ୍କୁ ଇଟାରେ ଛେଚି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାପରେ ପୁଅ ଦୁଇ ଜଣ ଫେରାର ହୋଇଯାଇଛନ୍ତି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.