Categories: ସ୍ପେଶାଲ

ପୋଲିସ୍ ଚେକିଙ୍ଗ୍ ର ସାମ୍ନା କରିବାକୁ ପଡୁଛି ? ତେବେ ଭୟ କରନ୍ତୁ ନାହିଁ, ଜାଣନ୍ତୁ କଣ ରହିଛି ଆପଣଙ୍କ ଅଧିକାର

ଚର୍ଚ୍ଚାରେ ଲକ୍ଷ୍ନୋର ବିବେକ୍ ତିୱାରୀ ହତ୍ଯାକାଣ୍ଡ । ଆପଲର ଏରିଆ ମ୍ଯାନେଜରଙ୍କୁ ଗୁଳି କରିଛନ୍ତି କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ । ବିବେକଙ୍କ ମୁଣ୍ଡରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଛି  । ଏହି ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି । ଅନ୍ଯପଟେ ଅଭିଯୁକ୍ତ ପ୍ରଶାନ୍ତଙ୍କ କହିବା ଅନୁଯାୟୀ ଆତ୍ମରକ୍ଷା ପାଇଁ ଗୁଳି କରିଥିଲେ ।

ତେବେ ପ୍ରକୃତ ଘଟଣା ହେଉଛି ଚେକିଂ ପାଇଁ ବିବେକଙ୍କ ଗାଡି ଅଟକାଇବାକୁ ଚାହୁଁଥିଲା ପୋଲିସ୍ । କିନ୍ତୁ ବିବେକଙ୍କ ସହ ତାଙ୍କର ସହକର୍ମୀ ସନା ଖାନ୍ ଥିଲେ । ତେଣୁ ଭୟରେ ପୋଲିସ୍ ଠାରୁ ବଂଚିବା ପାଇଁ ଗାଡି ଅଟକାଇନଥିଲେ ବିବେକ୍ । ଯାହା ଫଳରେ ଏହି ଘଟଣା ହୋଇଥିଲା । ତେବେ ବିବେକଙ୍କ ମୃତ୍ୟୁ ହୋଇନଥାନ୍ତା ଯଦି ସେ ଚେକିଙ୍ଗ୍ ସମୟରେ ଭୟ କରିନଥାନ୍ତେ ।

ତେଣୁ ଆପଣ ଯଦି କେବେ ଚେକିଙ୍ଗର ସମ୍ମୁଖୀନ ହେଉଛନ୍ତି ତେବେ ଭୟ କରିବାର କୌଣସି ଆବଶ୍ଯକତା ନାହିଁ । କାରଣ ଏଥିପାଇଁ ସାଧାରଣ ଜନତାଙ୍କ ମଧ୍ୟ ଅନେକ ଅଧିକାର ଅଛି । ଏବେ ନଜର ପକାନ୍ତୁ କଣ ରହିଛି ଆପଣଙ୍କ ଅଧିକାର ।

– ଚେକିଙ୍ଗ୍ ସମୟରେ ପୋଲିସ୍ କାହାକୁ ଗୁଳି ମାରିପାରିବ ନାହିଁ ।

– ଯଦି କୌଣସି କ୍ଷେତ୍ରରେ ପୋଲିସକୁ ସନ୍ଦେହ ହୁଏ ଯେ ସାମ୍ନା ଲୋକ ଅପରାଧୀ ବୋଲି ତେବେ ଏମିତି ସ୍ଥାନକୁ ଗୁଳି କରିପାରିବ ଯେମିତି ଉକ୍ତ ବ୍ଯକ୍ତିର ଜୀବନ ନଯାଏ ।

– କିନ୍ତୁ ସାମ୍ନା ବ୍ଯକ୍ତିକୁ ବିନା ଭୁଲରେ ଗୁଳି ମାରେ ପୋଲିସ୍ ତେବେ ଆଇପିସି ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ ହୋଇପାରିବ ।

– ଯଦି ପୋଲିସ୍ ଫାଙ୍କା ଗୁଳି ଚାଳନା କରେ ଆଉ ଭୁଲ୍ ବସତଃ ତାହା ସାମ୍ନା ବ୍ଯକ୍ତିକୁ ଲାଗିଯାଏ ତେବେ ଆଇପିସି ଧାରା ୩୦୪ ଅନୁଯାୟୀ ମାମଲା ରୁଜୁ କରିପାରିବେ । ଏଥିରେ ବ୍ଯକ୍ତିକୁ ମାରିବା ଲକ୍ଷ୍ଯ ନଥିଲା କିନ୍ତୁ ଭୁଲରେ ମୃତ୍ୟୁ ହୋଇଯାଇଛି ।

– ଯଦି ପୁଅ ଝିଅ ପ୍ରାପ୍ତ ବୟସ୍କ ତେବେ ଚେକିଂ ସମୟରେ ନିଜ ପରିଚୟ କହି ଯାଇପାରିବେ । ପୋଲିସ୍ ସେମାନଙ୍କୁ ଅଟକାଇପାରିବ ନାହିଁ ।– ଯଦି ପୁଅ ଝିଅଙ୍କ ବୟସ ୧୮ ବର୍ଷ ପରେ ତେବେ ପୋଲିସ୍ ସେମାନଙ୍କୁ ଘର ଲୋକଙ୍କ ଫୋନ୍ ନମ୍ବର ମାଗିଥାଏ । କିନ୍ତୁ ଫୋନ୍ ଦେବା ଜରୁରୀ ନୁହେଁ । ପୋଲିସ୍ ସେମାନଙ୍କୁ ଫୋନ୍ ନମ୍ବର ଦେବାକୁ ବାଧ୍ୟ କରି ପାରିବ ନାହିଁ ତେଣିକି ଯେତେ ରାତି ହୋଇଥାଉ ନା କାହିଁକି ।

– କିନ୍ତୁ ଯଦି ପୁଅ ଝିଅଙ୍କ ବୟସ ୧୮ ବର୍ଷରୁ କମ୍ ତେବେ ସେ କ୍ଷେତ୍ରରେ ପୋଲିସ୍ ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇପାରିବ ।

– ଘଟଣା ସ୍ଥଳରେ ଆପଣ କୌଣସି କାର୍ଯ୍ଯାନୁଷ୍ଠାନ ନେଇପାରିବେ ନାହିଁ । କିନ୍ତୁ ପରେ ଉଚ୍ଚ ଅଧିକାରୀଙ୍କ ଅଭିଯୋଗ କରିପାରିବେ ଯେ ଚେକିଂ ନାମରେ ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦିଆଯାଇଛି ବୋଲି । କୋର୍ଟରେ ଏହାର କୌଣସି ମାମଲା ହୋଇନଥାଏ ।

– ଯଦି ଡ୍ରାଇଭିଙ୍ଗ୍ ଲାଇସେନ୍ସ , ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଏବଂ ଇନ୍ସୁରାନ୍ସ ଭଳି ଡକ୍ଯୁମେଂଟ୍ ନାହିଁ ତେବେ ପୋଲିସର କେବଳ ଚାଲାଣ କାଟିବାର ଅଧିକାର ରହିଛି ।

KNews Bureau

Recent Posts

ପ୍ରଶାନ୍ତ ଜଗଦ୍ଦେବ ଅସୁସ୍ଥ, SCB ମେଡିକାଲରେ ଭର୍ତ୍ତି

କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ।  ସ୍ୱାସ୍ଥ୍ୟ ଅବସ୍ଥା ଖରାପ…

1 hour ago

ଜୟପୁର ସହରରୁ ଜବତ ହୋଇଛି ମାଳ ମାଳ ନକଲି ଗୁଟୁଖା ! ବ୍ୟବସାୟୀ କହୁଛନ୍ତି ‘ମୁଁ କିଛି ଜାଣିନି’

ଜୟପୁର(କେନ୍ୟୁଜ): ହୋଇଯାଆନ୍ତୁ ସାମଧାନ । ବିଡ଼ି, ସିଗାରେଟ, ଗୁଟୁଖା,ଖଇନି ଖାଉଥିଲେ ଚାଲିଯିବ ଜୀବନ । କାଳ ସାଜିପାରେ ଗୁଟୁଖା ଖାଇବା…

1 hour ago

ପେଟ୍ରୋଲ-ଡିଜେଲ ଦର : ଚେକ୍ କରନ୍ତୁ ମୂଲ୍ୟରେ କେତେ ହେଲା ପରିବର୍ତ୍ତନ

ଭୁବନେଶ୍ୱର ପେଟ୍ରୋଲ ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ସେହିପରି ଦେଶ ଅନ୍ୟ କିଛି ସ୍ଥାନରେ ଦର ଖସି…

2 hours ago

ପୁଣି ବଢିଲା ସୁନା ଦର, ଏବେ କିଣି ନିଅନ୍ତୁ ଆଗକୁ ଆହୁରି ବଢିବ!

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

2 hours ago

ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍; ଜଣେ ମୃତ, ୧୦ ଆହତ

ଯାଜପୁର (କେନ୍ୟୁଜ): ହାଇୱାକୁ ପଛପଟୁ ଧକ୍କା ଦେଲା ବସ୍ । ଜଣେ ମୃତ, ୧୦ ଆହତ । ଯାଜପୁର ୧୬ନଂ…

2 hours ago

ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା, ଶେଷ ହେବ ତିନି ରଥର ଚକ ଅଖ ଡେରା ନୀତି

ପୁରୀ (କେନ୍ୟୁଜ): ଆଜି ଶ୍ରୀକ୍ଷେତ୍ରରେ ଭଉଁରୀ ଯାତ୍ରା । ଶ୍ରୀକ୍ଷେତ୍ରରେ ସମ୍ପୂର୍ଣ୍ଣ ହେବ ତିନି ରଥର ଚକ ଅଖ ଡେରା…

2 hours ago