ପୋଲିସ୍ ଚେକିଙ୍ଗ୍ ର ସାମ୍ନା କରିବାକୁ ପଡୁଛି ? ତେବେ ଭୟ କରନ୍ତୁ ନାହିଁ, ଜାଣନ୍ତୁ କଣ ରହିଛି ଆପଣଙ୍କ ଅଧିକାର

ଚର୍ଚ୍ଚାରେ ଲକ୍ଷ୍ନୋର ବିବେକ୍ ତିୱାରୀ ହତ୍ଯାକାଣ୍ଡ । ଆପଲର ଏରିଆ ମ୍ଯାନେଜରଙ୍କୁ ଗୁଳି କରିଛନ୍ତି କନେଷ୍ଟବଳ ପ୍ରଶାନ୍ତ ଚୌଧୁରୀ । ବିବେକଙ୍କ ମୁଣ୍ଡରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଛି  । ଏହି ଅଭିଯୋଗରେ ପ୍ରଶାନ୍ତଙ୍କୁ ଗିରଫ କରାଯାଇଛି । ଅନ୍ଯପଟେ ଅଭିଯୁକ୍ତ ପ୍ରଶାନ୍ତଙ୍କ କହିବା ଅନୁଯାୟୀ ଆତ୍ମରକ୍ଷା ପାଇଁ ଗୁଳି କରିଥିଲେ ।

ତେବେ ପ୍ରକୃତ ଘଟଣା ହେଉଛି ଚେକିଂ ପାଇଁ ବିବେକଙ୍କ ଗାଡି ଅଟକାଇବାକୁ ଚାହୁଁଥିଲା ପୋଲିସ୍ । କିନ୍ତୁ ବିବେକଙ୍କ ସହ ତାଙ୍କର ସହକର୍ମୀ ସନା ଖାନ୍ ଥିଲେ । ତେଣୁ ଭୟରେ ପୋଲିସ୍ ଠାରୁ ବଂଚିବା ପାଇଁ ଗାଡି ଅଟକାଇନଥିଲେ ବିବେକ୍ । ଯାହା ଫଳରେ ଏହି ଘଟଣା ହୋଇଥିଲା । ତେବେ ବିବେକଙ୍କ ମୃତ୍ୟୁ ହୋଇନଥାନ୍ତା ଯଦି ସେ ଚେକିଙ୍ଗ୍ ସମୟରେ ଭୟ କରିନଥାନ୍ତେ ।

ତେଣୁ ଆପଣ ଯଦି କେବେ ଚେକିଙ୍ଗର ସମ୍ମୁଖୀନ ହେଉଛନ୍ତି ତେବେ ଭୟ କରିବାର କୌଣସି ଆବଶ୍ଯକତା ନାହିଁ । କାରଣ ଏଥିପାଇଁ ସାଧାରଣ ଜନତାଙ୍କ ମଧ୍ୟ ଅନେକ ଅଧିକାର ଅଛି । ଏବେ ନଜର ପକାନ୍ତୁ କଣ ରହିଛି ଆପଣଙ୍କ ଅଧିକାର ।

police checking– ଚେକିଙ୍ଗ୍ ସମୟରେ ପୋଲିସ୍ କାହାକୁ ଗୁଳି ମାରିପାରିବ ନାହିଁ ।

– ଯଦି କୌଣସି କ୍ଷେତ୍ରରେ ପୋଲିସକୁ ସନ୍ଦେହ ହୁଏ ଯେ ସାମ୍ନା ଲୋକ ଅପରାଧୀ ବୋଲି ତେବେ ଏମିତି ସ୍ଥାନକୁ ଗୁଳି କରିପାରିବ ଯେମିତି ଉକ୍ତ ବ୍ଯକ୍ତିର ଜୀବନ ନଯାଏ ।

– କିନ୍ତୁ ସାମ୍ନା ବ୍ଯକ୍ତିକୁ ବିନା ଭୁଲରେ ଗୁଳି ମାରେ ପୋଲିସ୍ ତେବେ ଆଇପିସି ଧାରା ୩୦୨ ଅନୁଯାୟୀ ମାମଲା ରୁଜୁ ହୋଇପାରିବ ।

– ଯଦି ପୋଲିସ୍ ଫାଙ୍କା ଗୁଳି ଚାଳନା କରେ ଆଉ ଭୁଲ୍ ବସତଃ ତାହା ସାମ୍ନା ବ୍ଯକ୍ତିକୁ ଲାଗିଯାଏ ତେବେ ଆଇପିସି ଧାରା ୩୦୪ ଅନୁଯାୟୀ ମାମଲା ରୁଜୁ କରିପାରିବେ । ଏଥିରେ ବ୍ଯକ୍ତିକୁ ମାରିବା ଲକ୍ଷ୍ଯ ନଥିଲା କିନ୍ତୁ ଭୁଲରେ ମୃତ୍ୟୁ ହୋଇଯାଇଛି ।

– ଯଦି ପୁଅ ଝିଅ ପ୍ରାପ୍ତ ବୟସ୍କ ତେବେ ଚେକିଂ ସମୟରେ ନିଜ ପରିଚୟ କହି ଯାଇପାରିବେ । ପୋଲିସ୍ ସେମାନଙ୍କୁ ଅଟକାଇପାରିବ ନାହିଁ ।Police check– ଯଦି ପୁଅ ଝିଅଙ୍କ ବୟସ ୧୮ ବର୍ଷ ପରେ ତେବେ ପୋଲିସ୍ ସେମାନଙ୍କୁ ଘର ଲୋକଙ୍କ ଫୋନ୍ ନମ୍ବର ମାଗିଥାଏ । କିନ୍ତୁ ଫୋନ୍ ଦେବା ଜରୁରୀ ନୁହେଁ । ପୋଲିସ୍ ସେମାନଙ୍କୁ ଫୋନ୍ ନମ୍ବର ଦେବାକୁ ବାଧ୍ୟ କରି ପାରିବ ନାହିଁ ତେଣିକି ଯେତେ ରାତି ହୋଇଥାଉ ନା କାହିଁକି ।

– କିନ୍ତୁ ଯଦି ପୁଅ ଝିଅଙ୍କ ବୟସ ୧୮ ବର୍ଷରୁ କମ୍ ତେବେ ସେ କ୍ଷେତ୍ରରେ ପୋଲିସ୍ ସେମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇପାରିବ ।

– ଘଟଣା ସ୍ଥଳରେ ଆପଣ କୌଣସି କାର୍ଯ୍ଯାନୁଷ୍ଠାନ ନେଇପାରିବେ ନାହିଁ । କିନ୍ତୁ ପରେ ଉଚ୍ଚ ଅଧିକାରୀଙ୍କ ଅଭିଯୋଗ କରିପାରିବେ ଯେ ଚେକିଂ ନାମରେ ମାନସିକ କିମ୍ବା ଶାରୀରିକ ନିର୍ଯାତନା ଦିଆଯାଇଛି ବୋଲି । କୋର୍ଟରେ ଏହାର କୌଣସି ମାମଲା ହୋଇନଥାଏ ।

– ଯଦି ଡ୍ରାଇଭିଙ୍ଗ୍ ଲାଇସେନ୍ସ , ଗାଡିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍ ଏବଂ ଇନ୍ସୁରାନ୍ସ ଭଳି ଡକ୍ଯୁମେଂଟ୍ ନାହିଁ ତେବେ ପୋଲିସର କେବଳ ଚାଲାଣ କାଟିବାର ଅଧିକାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.