Below header

ପାକିସ୍ତାନୀ ଅଧିକାରୀଙ୍କ ଲଜ୍ଜାଜନକ କାଣ୍ଡ, କୁଏତ୍ ରାଷ୍ଟ୍ରଦୂତଙ୍କ ପର୍ସ ଚୋରି କରି ଧରାପଡିଲେ

ପୁଣି ବିଶ୍ବଦରବାରରେ ନିନ୍ଦିତ ହେଲା ପଡୋଶୀ ପାକିସ୍ତାନ । ଚୋରି କରିବା ସମୟରେ ଧରା ପଡିଛନ୍ତି ପାକିସ୍ତାନୀ ବ୍ଯୁରୋକ୍ରାଟ୍ । ଏକ ଉଚ୍ଚସ୍ତରୀୟ ବୈଠକରେ କୁଏତ୍ ରାଜଦୂତ ହୈଦର ଖାନଙ୍କ ପର୍ସ ଚୋରି କରିବା ସମୟରେ ସେ ଧରାପଡିଛନ୍ତି । ଆଉ ବରିଷ୍ଠ ଅଧିକାରୀଙ୍କ ଏହି ଲଜ୍ଜାଜନକ କାମ କ୍ଯାମେରାରେ ମଧ୍ୟ କଏଦ୍ ହୋଇଛି । କ୍ଯାମେରାରେ ସ୍ପଷ୍ଟ ଭାବରେ ଦେଖା ଯାଉଛି ପାକିସ୍ତାନୀ ଅଧିକାରୀ ଜଣକ ପର୍ସ ଚୋରି କରି ନିଜ ପକେଟରେ ରଖୁଛନ୍ତି । ଅଧିକାରୀ ଜଣକ ପାକିସ୍ତାନର ଜଣେ ଗ୍ରେଡ୍ ୨୦ ଅଫିସର୍ ।

ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ କୁଏତ୍ ରାଜଦୂତ ହୈଦର ନିଜ ପର୍ସ ଚୋରି ହେବାର ଅଭିଯୋଗ କରିଥିଲେ । ଯେତେବେଳେ ସିସିଟିଭି ଯାଂଚ ହୋଇଥିଲା ସେତେବେଳେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଥିଲା । ତେବେ ଏହି ଘଟଣା ସେତେବେଳେ ହୋଇଥିଲା ଯେତବେଳେ ଦୁଇ ଦେଶ ମଧ୍ୟରେ ଉଚ୍ଚସ୍ତରୀୟ ବୈଠକ ଚାଲୁଥିଲା ।  ଭିଡିଓଟିକୁ ପାକିସ୍ତାନର ଜଣେ ସାମ୍ବାଦିକ ନିଜ ଟୁଇଟର ଆକାଉଂଟରେ ସେୟାର କରିଥିଲେ । ଏବେ ଏହି ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.