Below header

ପରିବାରର ପୋଷିବା ପାଇଁ ଗାଉଥିଲେ ଗୀତ , ଏବେ ବଲିଉଡ଼ର ଆଗଧାଡ଼ିର ଗାୟକ

ମୁମ୍ବାଇ : ଆଜି ଗାୟକ ଶାନ୍‌ଙ୍କ ଜନ୍ମଦିନ। ୧୯୭୨ ମସିହା ସେପ୍ଟେମ୍ବର ମାସ ୩୦ ତାରିଖରେ ପ୍ରସିଦ୍ଧ କଣ୍ଠଶିଳ୍ପୀ ଶାନ୍‌ ଜନ୍ମଗ୍ରହଣ କରିଥିବା ଆଜି ୪୬ବର୍ଷରେ ପାଦ ଦେଇଛନ୍ତି। ଗାୟକ ଶାନ୍‌ ବର୍ତ୍ତମାନ ପର୍ଯ୍ଯନ୍ତ ବଙ୍ଗାଳି, ମରାଠୀ, ଉର୍ଦ୍ଦ୍ବ, ତେଲୁଗୁ ଏବଂ କନ୍ନଡ଼ ଭାଷାରେ ସୁମଧୁର ଗୀତ ଗାଇସାରିଛନ୍ତି ଲାଗେ। ତେବେ ବିଗତ କିଛି ବର୍ଷ ହେବ ସେ ଫିଲ୍ମରେ ଗାଇବା ବହୁ ମାତ୍ରାରେ କମ କରିଦେଇଛନ୍ତି। କିନ୍ତୁ ଏବେ ମଧ୍ୟ ବଲିଉଡ଼ ତଥା ଦେଶର ଜଣେ ଜଣାଶୁଣା ଗାୟକଙ୍କ ମଧ୍ୟରେ ସେ ଗଣା।

shaan

ଖାଲି ସାନ୍ ନୁହଁ ତାଙ୍କ ପରିବାରର ଅନେକ ସଦସ୍ଯ ସଂଙ୍ଗୀତ ଦୁନିଆ ସହ ଜଡ଼ିତ ରହିଛନ୍ତି। ରୋମାଣ୍ଟିକ୍ ଗୀତରେ ସାନଙ୍କର ଜବାବ ନାହିଁ। ଶାନଙ୍କ ଜେଜେବାପା ଜାହର ଜାହର ମୁଖାର୍ଜୀ ଜଣେ ଲିରିସିଷ୍ଟ ଥିବା ବେଳେ ତାଙ୍କ ପିତା ମାନସ ମୁଖାର୍ଜୀ ଜଣେ ମ୍ଯୁଜିକ୍ ଡ଼ାରେକ୍ଟର। ୧୩ ବର୍ଷ ବୟସରେ ସାନଙ୍କ ପିତାଙ୍କ ଦେହାନ୍ତ ହୋଇଥିବା ବେଳେ ତାଙ୍କ ମା ଗୀତ ଗାଇ ନିଜ ସହ ପିଲାଛୁଆଙ୍କର ପେଟ ପୋଷୁଥିଲେ।  ସାନ୍ ତାଙ୍କ କଣ୍ଠରେ ବମ ବମ ବୋଲେ , ଚାନ୍ଦ ସିପାରିସ, ବେହେତି ହୱା କା ଥା ୱୋ ଆଦି ହିଟ ସଂଙ୍ଗୀତ ଦର୍ଶକ ମାନଙ୍କୁ ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.