ଏହି ୧୦ଟି ରୁ ଯେ କୌଣସି ଗୋଟିଏ ଉପାୟ କଲେ ବି ଶିବ ହେବେ ପ୍ରସନ୍ନ, ଦୂର ହେବ ସମସ୍ତ ସମସ୍ୟା

ଶିବ ପୁରାଣ ଅନୁସାରେ ଭଗବାନ ଶିବଙ୍କ ଇଛାରେ ହିଁ ସମ୍ପୂର୍ଣ୍ଣ ସୃଷ୍ଟିର ରଚନା କରିଥିଲେ ଭଗବାନ୍ ବ୍ରହ୍ମା । ଆଉ ଏହି ସୃଷ୍ଟିର ପାଳନ କରୁଛନ୍ତି ଭଗବାନ୍ ବିଷ୍ଣୁ । ତେଣୁ ଭଗବାନ ଭୋଳାନାଥଙ୍କ ପୂଜା କଲେ ବଡ ବଡ ସମସ୍ୟାର ଦୂର ହୋଇଥାଏ। ଭଗବାନ୍ ଶିବଙ୍କ ପୂଜା ପାଇଁ ସୋମବାର ହେଉଛି ସବୁଠାରୁ ଶ୍ରେଷ୍ଠ ଦିନ । ତେବେ ଭଗବାନ ଶିବଙ୍କ ପୂଜା ବିଧି ପାଇଁ ରହିଛି ୧୦ଟି ଭିନ୍ନ ଭିନ୍ନ ଉପାୟ । ଏମାନଙ୍କ ମଧ୍ୟରୁ ଯେ କୌଣସି ଗୋଟିଏ ଉପାୟ କଲେ ଆପଣଙ୍କ ସବୁ ସମସ୍ୟା ଦୂର କରିଦେବ ।

Shiva-Linga-pictures– ଯଦି କୌଣସି ବ୍ୟକ୍ତିଙ୍କ ବିବାହରେ ବାଧା ସୃଷ୍ଟି ହେଉଛି ତେବେ ଶିବଲିଙ୍ଗରେ କେଶର ମିଶାଇ କ୍ଷୀର ଢାଳନ୍ତୁ । ମାତା ପାର୍ବତୀଙ୍କ ପୂଜା ମଧ୍ୟ କରନ୍ତୁ ।

– ମାଛକୁ ଅଟା ଗୁଳା ଖାଇବାକୁ ଦିଅନ୍ତୁ । ଆଉ ଏହି ସମୟରେ ଓଁ ନମଃ ଶିବାୟ ଜପ କରନ୍ତୁ । ଏହି ଉପାୟ ସୋମବାର ଆରମ୍ଭ କରନ୍ତୁ ଏବଂ ପ୍ରତିଦିନ କରନ୍ତୁ । ଯାହା ଦ୍ବାରା ଖରାପ ସମୟ ଖୁବ୍ ଶ୍ରୀଘ୍ର ଦୂର ହୋଇଯିବ ।

– ୨୧ଟି ବେଲ ପତ୍ରରେ ଚନ୍ଦନରେ ଓଁ ନମଃ ଶିବାୟ ଲେଖି ଶିବଲିଙ୍ଗରେ ଚଢାନ୍ତୁ । ଏହା ଦ୍ବାରା ଭୋଳାନାଥଙ୍କ କୃପା ମିଳିଥାଏ ।

shiv ling

– ଶିବଙ୍କ ବାହନ ନନ୍ଦି ଅର୍ଥାତ୍ ଷଣ୍ଢକୁ ପ୍ରତିଦିନ ସବୁଜ ଘାସ ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ଜୀବନରେ ସୁଖ ଏବଂ ସମୃଦ୍ଧି ବଢିଥାଏ ଏବଂ ସମସ୍ତ ସମସ୍ୟା ଦୂର ହୋଇଯାଏ ।

– ନିଜ ସମର୍ଥ୍ୟ ଅନୁସାରେ ଗରିବଙ୍କୁ ଖାଇବାକୁ ଦିଅନ୍ତୁ । ଏହା ଦ୍ବାରା ଆପଣଙ୍କ ଘରେ କେବେ ଅନ୍ନର ଅଭାବ ହେବନାହିଁ । ଏହା ସହ ପିତୃ ପୁରୁଷଙ୍କ ଆତ୍ମାକୁ ମଧ୍ୟ ଶାନ୍ତି ମିଳିଥାଏ ।

– ତମ୍ବାର ଲୋଟାରେ ପାଣି ନେଇ ସେଥିରେ କଳା ରାଶି ମିଶାନ୍ତୁ । ଏହି ଜଳକୁ ଶିବଲିଙ୍ଗରେ ଚଢାଇବା ସମୟରେ ଓଁ ନମଃ ଶିବାୟ ମନ୍ତ୍ର ଜାପ କରନ୍ତୁ । ଏହା ଦ୍ବାରା ଶନିଦୋଷ ଦୂର ହୋଇଥାଏ ।

shiva-linga

– ଘରକୁ ପାରଦ ଶିବଲିଙ୍ଗ ଆଣନ୍ତୁ ଏବଂ ପ୍ରତିଦିନ ଏହାକୁ ପୂଜା କରନ୍ତୁ । ଏହା ଦ୍ବାରା ଆପଣଙ୍କ ରୋଜଗାର ବଢିବ ।

– ଅଟାରେ ୧୧ଟି ଶିବଲିଙ୍ଗ କରି ୧୧ ଥର ଏହାକୁ ଜଳାଭିଷେକ କରନ୍ତୁ । ଏହି ଉପାୟରେ ସନ୍ତାନ ପ୍ରାପ୍ତି ଯୋଗ ହୋଇଥାଏ।

– ଶିବଲିଙ୍ଗରେ ଶୁଦ୍ଧ ଘିଅ ଚଢାନ୍ତୁ । ପୁଣି ଜଳ ଚଢାନ୍ତୁ । ଏହା ଦ୍ବାରା ସନ୍ତାନ ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଥାଏ ।

– ଭଗବାନ୍ ଶିବଙ୍ଗ ଅଭିଷେକ କରନ୍ତୁ । ଏହା ସହ ଓଁ ନମଃ ଶିବାୟ ଜପ କରନ୍ତୁ । ସଂଧ୍ୟାରେ ଶିବ ମନ୍ଦିରରେ ୧୧ଟି ଘିଅ ଦୀପ ଜଳାନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.