Below header

ନାଲକୋ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନ ‘ୱେଷ୍ଟରୁ ୱେଲଥ’

ଭୁବନେଶ୍ବର (କେନ୍ୟୁଜ୍) : ନାଲକୋ ପକ୍ଷରୁ ଆରମ୍ଭ ହୋଇଛି ସ୍ୱଚ୍ଛତା ହିଁ ସେବା ଅଭିଯାନ । ନାଲକୋ ପ୍ଲାଣ୍ଟ ଅଫିସ ପରିସରକୁ ସ୍ୱଚ୍ଛ ରଖିବା ସହ ସ୍ବଚ୍ଛତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ନାଲକୋ । ଏଥିପାଇଁ ୫-ଏସ୍ ଟେକନିକର ସାହାଯ୍ୟ ନିଆଯାଉଛି । ଅଭିଯାନର ନାଁ ରହିଛି ‘ୱେଷ୍ଟରୁ ୱେଲଥ’ । ଆଜି ଭୁବନେଶ୍ବର ଠାରେ କରାଯାଇଥିବା ଏହି ସ୍ବଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ ନିଜେ ନାଲକୋ ସିଏମଡି ଏବଂ ସମାଜର ବିଭିନ୍ନ ବର୍ଗର ସେଲିବ୍ରେଟି । ଆବର୍ଜନାରୁ କିପରି ରାଜସ୍ୱ ବାହାରି ପାରିବ ଏବଂ ସିଙ୍ଗଲ ୟୁଜଡ୍‌ ପ୍ଲାଷ୍ଟିକକୁ କିଭଳି ଗୁରୁତ୍ୱ ଦିଆଯାଉଛି ତା ଉପରେ ଆଲୋଚନା କରାଯାଇଛି ।

ଦିବ୍ୟାଙ୍ଗଙ୍କୁ ସହାୟତା

ଏହି ଅବସରରେ ସ୍ୱଚ୍ଛତା ଅଭିଯାନକୁ ତ୍ୱାରାନ୍ବିତ କରିବା ପାଇଁ ଝିଅମାନଙ୍କୁ ହ୍ୟାଣ୍ଡଓ୍ଵାସ କିଟ୍ ବଣ୍ଟନ କରାଯାଇଥିଲା । ସେହିପରି ଦିବ୍ୟାଙ୍ଗମାନଙ୍କୁ ସହାୟତାର ହାତ ବଢାଇଛି ନାଲକୋ । ପ୍ରତ୍ୟକ ମାସରେ ୨ ହଜାର ହ୍ୟାଣ୍ଡଓ୍ଵାସ କିଟ୍ ବଣ୍ଟନ କରାଯିବ । ନାଲୋକ ମହିଳା ସମିତି ମଧ୍ୟ୍ ସ୍ୱଚ୍ଛତା ନେଇ ବହୁ କାର୍ଯ୍ୟ ହାତକୁ ନେଇଛି ବୋଲି ସିଏମଡିଙ୍କ ପତ୍ନୀ ତଥା ନାଲକୋ ମହିଳା ସମିତିର ମୁଖ୍ୟ ପ୍ରୀତି ରାୟ କହିଛନ୍ତି ।

nalco 1

ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିସ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରେକୃଷ୍ଣ ଶତପଥୀ, କଳିଙ୍ଗ ଟିଭିର ସିଏମଡି ହିମାଂଶୁ ଖଟୁଆ, ଅନେକ ମହିଳା ସ୍ୱେଚ୍ଛାସେବୀ, କ୍ରୀଡ଼ା ତାରକା ଉପସ୍ଥିତ ଥିଲେ । ଏହି ଅବସରରେ ସ୍ବଚ୍ଛତା ଉପରେ କୁନି କୁନି ପିଲାମାନେ କରିଥିବା ଚିତ୍ରର ପ୍ରଦର୍ଶନୀ ଏବଂ ସଚେତନତା ଉଦ୍ଦେଶ୍ୟରେ ନାଟକର ମଧ୍ୟ କରାଯାଇଥିଲା ।

nalco 2

କାମାକ୍ଷାନଗରରେ ନୂଆ ଫଏଲ ପ୍ଲାଣ୍ଟ

ରାଜ୍ୟରେ ଆଲୁମିନିୟମ ଉତ୍ପାଦନ ବଢାଇବା ପାଇଁ ଯୋଜନା କରିଛି ନାଲକୋ । ଏଥିପାଇଁ କାମାକ୍ଷାନଗର ଠାରେ ଏକ ଫଏଲ ପ୍ଲାଣ୍ଟ ପ୍ରତିଷ୍ଠା କରାଯିବ । ୧୮୦ ଏକର ଜାଗାରେ ଏହି ପ୍ଲାଣ୍ଟ ତିଆରି ହେବ । ଏଥିପାଇଁ ୯ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଏହି ଅବସରରେ ସୂଚନା ଦେଇଛନ୍ତି ସିଏମଡି ତପନ ଚାନ୍ଦ ।

https://www.youtube.com/watch?v=QsgvljXwvWo

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.