Below header

ବିଏସଏନଏଲ୍ ଗ୍ରାହକଙ୍କୁ ଦେଲା ଦମଦାର ୧୮ଟଙ୍କାର ପ୍ଯାକ୍, ମିଳିବ ଡ଼ାଟା ଏବଂ ମଗଣା କଲର ସୁବିଧା

ନୂଆଦିଲ୍ଲୀ : ସରକାରୀ ଟେଲିକମ୍ କମ୍ପାନି ବିଏସଏନଏଲ ତାହାର ୧୮ ବର୍ଷ ପୂରିବା ସହ ଜିଓକୁ ଟକ୍କର ଦେବା ପାଇଁ ଲଞ୍ଚ କରିଛି ଦମଦାର ଅଫର। ଏହାର ମୂଲ୍ଯ ୧୮ ଟଙ୍କା ରହିଥିବା ବେଳେ ଏଥିରେ ଗ୍ରହାକଙ୍କୁ ମାଗଣା ଭଏସ କଲିଂ, ଅନଲିମିଡ଼େଟ୍ ଭିଡ଼ିଓ କଲ ସହ ଅନଲିମିଟେଡ଼୍ ଡ଼ାଟାର ସୁବିଧା ମିଳିବ।  ତେବେ ଏହାକୁ ୧ ରୁ ୧୮ ଅକ୍ଟୋବର ମଧ୍ୟରେ ରିଚାର୍ଜ କଲେ ତାହାର ଫାଇଦା ଆପଣ ଉଠାଇ ପାରିବେ। ଏହି ପ୍ଳାନ ସବୁ ସର୍କଲ ପାଇଁ ଲାଗୁ କରାଯାଇଛି।

bsnl 2

ଏହା ବ୍ଯତୀତ କମ୍ପାନି ୧୮ ପ୍ରତିଶତ ଅତିରିକ୍ତ ଟକଟାଇମ୍ ଏବଂ ଡ଼ାଟାର ପ୍ରିମିୟମ୍ ରିଚାର୍ଜ ପ୍ଯାକ୍ସକୁ ମଧ୍ୟ ଲଞ୍ଚ କରିଛି। ୧,୮୦୧ ଟଙ୍କାର ପ୍ଳାନରେ ୨,୧୨୫ଟଙ୍କାର ଟକଟାଇମ୍ ମିଳିବା ସହ ୧୫ଜିବି ଡ଼ାଟା ମିଳିବ। ସେହିପରି ୧,୨୦୧ ଟଙ୍କାର ପ୍ଲାନରେ ୧,୪୧୭ଟଙ୍କାର ଟକଟାଇମ୍ ଏବଂ ୧୦ଜିବି ଡ଼ାଟା ମିଳିବ। ଏଥିସହ କମ୍ପାନି ୬୦୧ ଟଙ୍କାର ଟଙ୍କାର ରିଚାର୍ଜ ପ୍ଲାନ ଲଞ୍ଚ କରିଛି। ଏହା ଦ୍ବାରା ଗ୍ରାହକ ୭୦୯ ଟଙ୍କା ପାଇବା ସହ ୫ଜିବି ଡ଼ାଟା ପାଇପାରିବେ। ଏହି ପ୍ଲାନ ଗୁଡ଼ିକର ବୈଧତା ୯୦ ଦିନ ପର୍ଯ୍ଯନ୍ତ ରହିବ।

ବିଏସଏନଏଲର ୧୮ଟଙ୍କାର ପ୍ଲାନ ରିଲାଏନ୍ସ ଜିଓର ୧୯ଟଙ୍କା ପ୍ଲାନକୁ ଟକ୍କର ଦେଉଛି। ଜିଓର ୧୯ଟଙ୍କାର ପ୍ଲାନରେ ପ୍ରତିଦିନ ୦.୧୫ ଜିବି ଡ଼ାଟା ସହ, ଅନଲିମିଟେଡ଼୍ କଲିଂ ଏବଂ ୨୦ଟି ଏସଏମଏସର ସୁବିଧା ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.