Categories: ସ୍ପେଶାଲ

ଆଜିର ଦୁନିଆରେ ସବୁ ସମ୍ଭବ : ଦୀର୍ଘ ୧୦ ବର୍ଷ ଧରି ‘କୃତ୍ରିମ ହୃତପିଣ୍ଡ’ ସହିତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏହି ବ୍ୟକ୍ତି, ବନାଇଲେ ଏହି ଖାସ୍‌ ରେକର୍ଡ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ହାର୍ଟ ପେସେଣ୍ଟ ଆର୍ଟିଫିସିଆଲ ହାର୍ଟ ସହିତ ସବୁଠାରୁ ଅଧିକ ଦିନ ସୁସ୍ଥ ରହିବାର ରେକର୍ଡ କରିଛନ୍ତି। କୋଲକାତାରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ସନ୍ତୋଷ ଦୁଗର। ସେ ପେଶାରେ ଜଣେ ଉଦ୍ୟେଗପତି, ଯିଏ କି ହୃଦରୋଗରେ ପୀଡିତ ଥିଲେ। ସନ୍ତୋଷଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ ପ୍ରକାର ଚିକିତ୍ସା କରିଯିବା ସହିତ ବହୁତ ପ୍ରକାର ଔଷଧ ଦିଆଗଲା। ଏହାସହିତ ତାଙ୍କୁ ଅନେକ ଡାକ୍ତରଙ୍କୁ ମଧ୍ୟ ଦେଖାଗଲା କିନ୍ତୁ କୌଣସି ବି ପଦ୍ଧତିର ପ୍ରଭାବ ପଡିଲାନାହିଁ।

ଏହାପରେ ତାଙ୍କର ଅପରେସନ ମଧ୍ୟ କରାଗଲା କିନ୍ତୁ ଏହାଦ୍ୱାରା ତାଙ୍କର କୌଣସି ଲାଭ ହେଲା ନାହିଁ। ତାଙ୍କର ହୃଦୟ ଅଳ୍ପ ବହୁତ କାମ କରୁଥିଲା ହେଁ ସେଥିରେ ତାଙ୍କର ବଞ୍ଚିରହିବା ଆଶା କମ୍‌ ଥିଲା କାରଣ ଅପରେସନ ପରେ ତାଙ୍କ ହାର୍ଟ ଯେତିକି କାମ କରିବା କଥା ସେତିକି କାମ କରିବା ବନ୍ଦ କରିଦେଇଥିଲା। ସମସ୍ତ ପଦ୍ଧତିକୁ ଆପଣାଇ ସାରିବା ପରେ ସେ ଏକ ପ୍ରକାର ଆଶା ଛାଡିଦେଇଥିଲେ।

ଏହାପରେ ତାଙ୍କ ଶରୀରରେ କୃତ୍ରିମ ହୃତପିଣ୍ଡ ଲଗାଗଲା। ଏ ପର୍ଯ୍ୟନ୍ତ ସେ ସ˚ପୂର୍ଣ୍ଣ ସୁସ୍ଥ ଜୀବନ ବିତାଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୨୦ ଜଣ ଭାରତୀୟଙ୍କ ଶରୀରରେ ଏ ପରି କୃତ୍ରିମ ହୃତପିଣ୍ଡ ଲଗାଯାଇଥିଲେ ହେଁ, ସନ୍ତୋଷ ସବୁଠାରୁ ଅଧିକ ସମୟ ସୁସ୍ଥ ଭାବେ ବଞ୍ଚିରହିଥିବା ମଣିଷ। ଜୀବନର ଶେଷ ମୁହୂର୍ତ୍ତରେ ହୃଦରୋଗ ବିଶେଷଜ୍ଞ ପିକେ ହାଜରାଙ୍କ ପରାମର୍ଶ କ୍ରମେ ସନ୍ତୋଷ ଆମେରିକା ଯାଇଥିଲେ ଏବ˚ ୨୦୦୯ ସେପ୍ଟେମ୍ବରରେ ତାଙ୍କ ଶରୀରରେ କୃତ୍ରିମ ହୃତପିଣ୍ଡ ଲଗାଯାଇଥିଲା। ସେହି ବ୍ୟାଟେରି ଚାଳିତ ମେସିନର ଓଜନ ୪୦୦ ଗ୍ରାମ୍। ସେତେ ବେଳେ ମୂଲ୍ୟ ଥିଲା ଏକ କୋଟି ଟଙ୍କା। ଏବେ ଏହାର ମୂଲ୍ୟ ସାମାନ୍ୟ କମିଛି। ୨୦୧୮ରୁ ଆମ ଦେଶରେ ଏ ପରି କୃତ୍ରିମ ହୃତପିଣ୍ଡ ରୋପଣର ସୁବିଧା ମିଳିପାରୁଛି।ଯାହାର ମୂଲ୍ୟ ୪୦ ରୁ ୬୦ ଲକ୍ଷ ଟଙ୍କା ରହିଛି।

Pritiparna

Recent Posts

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

4 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

20 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

29 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

37 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

54 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

1 hour ago