Below header

ଆଜିର ଦୁନିଆରେ ସବୁ ସମ୍ଭବ : ଦୀର୍ଘ ୧୦ ବର୍ଷ ଧରି ‘କୃତ୍ରିମ ହୃତପିଣ୍ଡ’ ସହିତ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏହି ବ୍ୟକ୍ତି, ବନାଇଲେ ଏହି ଖାସ୍‌ ରେକର୍ଡ

ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ହାର୍ଟ ପେସେଣ୍ଟ ଆର୍ଟିଫିସିଆଲ ହାର୍ଟ ସହିତ ସବୁଠାରୁ ଅଧିକ ଦିନ ସୁସ୍ଥ ରହିବାର ରେକର୍ଡ କରିଛନ୍ତି। କୋଲକାତାରେ ରହୁଥିବା ଏହି ବ୍ୟକ୍ତିଙ୍କ ନାମ ସନ୍ତୋଷ ଦୁଗର। ସେ ପେଶାରେ ଜଣେ ଉଦ୍ୟେଗପତି, ଯିଏ କି ହୃଦରୋଗରେ ପୀଡିତ ଥିଲେ। ସନ୍ତୋଷଙ୍କ ଜୀବନ ବଞ୍ଚାଇବା ପାଇଁ ଅନେକ ପ୍ରକାର ଚିକିତ୍ସା କରିଯିବା ସହିତ ବହୁତ ପ୍ରକାର ଔଷଧ ଦିଆଗଲା। ଏହାସହିତ ତାଙ୍କୁ ଅନେକ ଡାକ୍ତରଙ୍କୁ ମଧ୍ୟ ଦେଖାଗଲା କିନ୍ତୁ କୌଣସି ବି ପଦ୍ଧତିର ପ୍ରଭାବ ପଡିଲାନାହିଁ।

ଏହାପରେ ତାଙ୍କର ଅପରେସନ ମଧ୍ୟ କରାଗଲା କିନ୍ତୁ ଏହାଦ୍ୱାରା ତାଙ୍କର କୌଣସି ଲାଭ ହେଲା ନାହିଁ। ତାଙ୍କର ହୃଦୟ ଅଳ୍ପ ବହୁତ କାମ କରୁଥିଲା ହେଁ ସେଥିରେ ତାଙ୍କର ବଞ୍ଚିରହିବା ଆଶା କମ୍‌ ଥିଲା କାରଣ ଅପରେସନ ପରେ ତାଙ୍କ ହାର୍ଟ ଯେତିକି କାମ କରିବା କଥା ସେତିକି କାମ କରିବା ବନ୍ଦ କରିଦେଇଥିଲା। ସମସ୍ତ ପଦ୍ଧତିକୁ ଆପଣାଇ ସାରିବା ପରେ ସେ ଏକ ପ୍ରକାର ଆଶା ଛାଡିଦେଇଥିଲେ।

santoshଏହାପରେ ତାଙ୍କ ଶରୀରରେ କୃତ୍ରିମ ହୃତପିଣ୍ଡ ଲଗାଗଲା। ଏ ପର୍ଯ୍ୟନ୍ତ ସେ ସ˚ପୂର୍ଣ୍ଣ ସୁସ୍ଥ ଜୀବନ ବିତାଉଛନ୍ତି। ବର୍ତ୍ତମାନ ସୁଦ୍ଧା ମୋଟ ୧୨୦ ଜଣ ଭାରତୀୟଙ୍କ ଶରୀରରେ ଏ ପରି କୃତ୍ରିମ ହୃତପିଣ୍ଡ ଲଗାଯାଇଥିଲେ ହେଁ, ସନ୍ତୋଷ ସବୁଠାରୁ ଅଧିକ ସମୟ ସୁସ୍ଥ ଭାବେ ବଞ୍ଚିରହିଥିବା ମଣିଷ। ଜୀବନର ଶେଷ ମୁହୂର୍ତ୍ତରେ ହୃଦରୋଗ ବିଶେଷଜ୍ଞ ପିକେ ହାଜରାଙ୍କ ପରାମର୍ଶ କ୍ରମେ ସନ୍ତୋଷ ଆମେରିକା ଯାଇଥିଲେ ଏବ˚ ୨୦୦୯ ସେପ୍ଟେମ୍ବରରେ ତାଙ୍କ ଶରୀରରେ କୃତ୍ରିମ ହୃତପିଣ୍ଡ ଲଗାଯାଇଥିଲା। ସେହି ବ୍ୟାଟେରି ଚାଳିତ ମେସିନର ଓଜନ ୪୦୦ ଗ୍ରାମ୍। ସେତେ ବେଳେ ମୂଲ୍ୟ ଥିଲା ଏକ କୋଟି ଟଙ୍କା। ଏବେ ଏହାର ମୂଲ୍ୟ ସାମାନ୍ୟ କମିଛି। ୨୦୧୮ରୁ ଆମ ଦେଶରେ ଏ ପରି କୃତ୍ରିମ ହୃତପିଣ୍ଡ ରୋପଣର ସୁବିଧା ମିଳିପାରୁଛି।ଯାହାର ମୂଲ୍ୟ ୪୦ ରୁ ୬୦ ଲକ୍ଷ ଟଙ୍କା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.