ଆଜି ମହାଳୟା ଅମାବାସ୍ୟା, ଏହି ସବୁ ଭୋଗ ଦେଇ ପିତୃପୁରୁଷଙ୍କୁ କରନ୍ତୁ ଶାନ୍ତି
ଶାରଦୀୟ ନବରାତ୍ରୀ ଆରମ୍ଭ ହେବାର ଠିକ୍ ପୂର୍ବରୁ ହିଁ ଯେଉଁ ଅମାବାସ୍ୟା ପଡିଥାଏ ତାହାକୁ ପିତୃ ଅମାବାସ୍ୟା ବା ମହାଳୟା ବୋଲି କୁହାଯାଏ। ଏହି ଦିନ ପିତୃ ପୁରୁଷଙ୍କୁ ତିଳ ତର୍ପଣ ଦିଆଯାଇଥାଏ । ମାନ୍ୟତା ରହିଛି କି ଭାଦ୍ରବ ପୂର୍ଣ୍ଣିମା ଠାରୁ ପିତୃପକ୍ଷ ଆରମ୍ଭ ହୋଇଥାଏ । ପିତୃ ପୁରୁଷମାନେ ଏହି ଦିନଠାରୁ ଧରାପୃଷ୍ଠକୁ ଆସିଥାନ୍ତି ଏବଂ ଆମାବାସ୍ୟା ଦିନ ପୁନଶ୍ଚ ଫେରିଯାଇଥାନ୍ତି ।
ଆଜିର ଅମାବାସ୍ୟା ଏହିଦିନ ପିତୃ ପକ୍ଷର ସମାପ୍ତି ଘଟିଥାଏ । ଏହାର ପର ଦିନଠାରୁ ନବରାତ୍ରୀର ଆରମ୍ଭ ହୋଇଥାଏ । ହିନ୍ଦୁ ଧର୍ମରେ ପିତୃ ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଇଥାଏ । ଏହି ଦିନ ପିତୃପୁରୁଷଙ୍କୁ ବିଭିନ୍ନ ପ୍ରକାରର ଭୋଗ ଲଗାଯାଇଥାଏ ।
ଆସନ୍ତୁ ଜାଣିବା କେଉଁ ଭୋଗ ଲଗାଇବା ଦ୍ୱାରା ପିତୃପୁରୁଷ ଶାନ୍ତ ହୋଇଥାନ୍ତି।
କ୍ଷୀରି-ପୁରୀ ଏବଂ ମିଠା:
ପିତୃ ଅମାବାସ୍ୟାରେ କ୍ଷୀରି-ପୁରୀ ଏବଂ ମିଠା ଭୋଗ ଲଗାନ୍ତୁ ଏବଂ ବ୍ରାହ୍ମଣଙ୍କୁ ଖାଇବାକୁ ଦିଅନ୍ତୁ । ଶ୍ରାଦ୍ଧ ସମୟରେ କ୍ଷୀରି-ପୁରୀ ମିଠା ଭୋଗ ନିହାତି ଲଗାଇବା ଉଚିତ୍ । ମାନ୍ୟତା ରହିଛି କି ପିତୃପୁରୁଷଙ୍କ ଭୋଜନ ସ୍ୱାଦିଷ୍ଟ ଏବଂ ସାତ୍ୱିକ ହେବା ଉଚିତ୍ । ଏହାସହ ଭୋଜନ ଏପରି ଦେବା ଉଚିତ୍ ଯାହାକୁ ଖାଇବା ପରେ ବ୍ରାହ୍ମଣ ସନ୍ତୁଷ୍ଟ ହୋଇଯାଉଥିବେ । ଏହାଦ୍ୱାରା ଆପଣଙ୍କୁ ପିତୃପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତ ହେବ ।
ଏହାସହ ପଢନ୍ତୁ:
ଜାଣନ୍ତୁ ପିତୃ ପକ୍ଷରେ ପଶୁ-ପକ୍ଷୀମାନଙ୍କର କଣ ରହିଛି ମହତ୍ୱ
ବିରିରେ ପ୍ରସ୍ତୁତ ବ୍ୟଞ୍ଜନ:
ଶ୍ରାଦ୍ଧରେ ବିରି ଡାଲି ବିଶେଷ ମହତ୍ୱ ରଖିଥାଏ । ପିତୃପୁରୁଷଙ୍କ ତର୍ପଣ ପାଇଁ ଭୋଜନରେ ବିରି ଡାଲିରେ ପ୍ରସ୍ତୁତ ବ୍ୟଞ୍ଜନରେ ଭୋଗ ଲଗାଇବା ଜରୁରୀ । ପିତୃପୁରୁଷଙ୍କୁ ପ୍ରସନ୍ନ କରିବା ପାଇଁ ଅଲଗା ଅଲଗା ବ୍ୟଞ୍ଜନ ତିଆରି କରି ଭୋଗ ଲଗାନ୍ତୁ । ଆପଣ ପିତୃପୁରୁଷଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ସମୟରେ ବିରି ଡାଲରେ ଦହି ବରା, ପିଠା, ବିରି ଡାଲି କଚୋରୀ ଆଦି ରନ୍ଧନ କରିପାରିବେ ।
କଦଳୀ ଭୋଗ:
ଶ୍ରାଦ୍ଧ ସମୟରେ ଭୋଜନ ସହିତ ଫଳ ଭୋଗ କରନ୍ତୁ । ପିତୃପୁରୁଷଙ୍କ ପାଇଁ କଦଳୀ ଭୋଗ କରନ୍ତୁ । ମାନ୍ୟତା ରହିଛି କି ଫଳ ରୂପରେ ପାଚିଲା କଦଳୀ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ ।