Below header

ପେଟର ଚର୍ବି କମ୍‌ କରିବାକୁ ଚାହୁଁଛନ୍ତି କି ? କରନ୍ତୁ ସବୁଠାରୁ ସହଜ ଯୋଗ ଆସନ ‘ବାଳାସନ’

ଆଜିକାଲିର ଖାଦ୍ୟପେୟ ମଣିଷର ଶାରୀରିକ ଗଠନକୁ ବଦଳିଦେଇଛି। ଫାଷ୍ଟଫୁଡ ଖାଇ ସମସ୍ତେ ନିଜର ପେଟକୁ ବଢାଇ ଦେଇଛନ୍ତି। ଆପଣଙ୍କର ଯଦି ଏପରି ସମସ୍ୟା ରହିଛି, ତେବେ ଆପଣାନ୍ତୁ ଏହି ଯୋଗାସନ। ଯୋଗ ମାଧ୍ୟମରେ ସଂପୂର୍ଣ୍ଣ ଶରୀରକୁ ସୁସ୍ଥ ରଖାଯାଇପାରିବ। କିନ୍ତୁ ଯଦି ଆପଣଙ୍କ ବଢୁଥିବା ପେଟକୁ ନେଇ ଆପଣ ଚିନ୍ତିତ ରହିଛନ୍ତି ତେବେ ଏହି ଯୋଗ ଆସନ ‘ବାଳାସନ’କୁ ନିୟମିତ ଭାବେ ଅଭ୍ୟାସ କରିବା ଦ୍ୱାରା ଜଲଦି ଫାଇଦା ମିଳିଥାଏ। ଏହାକୁ କରିବା ଦ୍ୱାରା ପେଟର ଚର୍ବି ହ୍ରାସ ହେବ। ଆସନ୍ତୁ ଜାଣିବା କିପରି କରିବେ ବାଳାସନ ….

563

– ପ୍ରଥମେ ଏହି ଆସନ କରିବା ପାଇଁ ମ୍ୟାଟ ଉପରେ (ବଜ୍ରାସନ) ଆଣ୍ଠୁକୁ ମାଡି ବସି ଅଣ୍ଟା ବିଲକୁଲ ସିଧା ରଖନ୍ତୁ। ଏବେ ଦୀର୍ଘ ନିଶ୍ୱାସ ନେଇ ନିଜ ଶରୀରକୁ ଭାଙ୍ଗି ଆଗକୁ ମୁଣ୍ଡିଆ ମାରିଲା ପରି ରଖନ୍ତୁ। ଦୁଇ ହାତକୁ ଆଗକୁ ସିଧା କରି ରଖନ୍ତୁ। ମୁଣ୍ଡକୁ ତଳେ ଲଗାଇ ରଖିବାକୁ ଚେଷ୍ଟା କରନ୍ତୁ।

– ଏବେ ଯେତେବେ ସମୟ ପାରିବେ ଏହି ମୁଦ୍ରାରେ ରହିବାକୁ ଚେଷ୍ଟା କରନ୍ତୁ। ଏବେ ପୁଣି ନିଶ୍ୱାସ ନେଇ ଶରୀରକୁ ଉପରି ଭାଗକୁ ଉଠାଇ ବଜ୍ରାସନ ମୁଦ୍ରାକୁ ଫେରି ଆସନ୍ତୁ।

78

– ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଏହି ଆସନ କରିବା ମନା।

– ଏହି ଆସନ ଶରୀରର ଅନ୍ୟ ଯନ୍ତ୍ରଣା ମଧ୍ୟ ଦୂର କରିଥାଏ। ଏହାଛଡା କୋଷ୍ଠକାଠିନ୍ୟ ଏବଂ ଏସିଡିଟି ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.