ନୌସେନାରେ ସାମିଲ ହେଲା ଯୁଦ୍ଧଜାହାଜ ଖଣ୍ଡେରୀ

କେନ୍ୟୁଜ୍: ନୌସେନାରେ ସାମିଲ ହେଲା ଯୁଦ୍ଧଜାହାଜ ଖଣ୍ଡେରୀ। ମୁମ୍ବାଇରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପତାକା ଦେଖାଇ ଏହାକୁ ନୌସେନାରେ ସାମିଲ କରିଛନ୍ତି। ଏହା ଦ୍ୱାରା ନୌସେନାର ସାଇଲେଣ୍ଟ କିଲର କ୍ଷମତା ବୃଦ୍ଧି ହେବ। ଖଣ୍ଡେରୀ ଭାରତର ଦ୍ୱିତୀୟ ସ୍କର୍ପିଅନ ବର୍ଗର ଆକ୍ରମଣାତ୍ମକ ଯୁଦ୍ଧଜାହାଜ। ଏହି ଅତ୍ୟାଧୁନିକ ଯୁଦ୍ଧଜାହାଜର ୩ଶହ କିମି ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କ୍ଷମତା ରହିଛି। ଗଭୀର ସମୁଦ୍ର ମଧ୍ୟରେ ୨ବର୍ଷ ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରାଯିବା ପରେ ଏହାକୁ ନୌସେନାରେ ସାମିଲ କରାଯାଇଛି। ସମୁଦ୍ରମଧ୍ୟରେ ୪୦ରୁ ୪୫ ଦିନ ପର୍ଯ୍ୟନ୍ତ ଯାତ୍ରା କରିବାର କ୍ଷମତା ରଖିଛି ଖଣ୍ଡେରୀ। ଏହାକୁ ସାମିଲ କରିବା ପରେ ୨୬/୧୧ ଭଳି ଆକ୍ରମଣ ସଫଳ ହେବ ନାହିଁ ବୋଲି କହିଛନ୍ତି ରାଜନାଥ ସିଂହ।

Leave A Reply

Your email address will not be published.