Below header

World Heart Day : ଆପଣ ଜାଣିଛନ୍ତି କି ଜୀବନସାଥୀ ସହିତ ସମ୍ପର୍କ ନ ରହିବା ଯୋଗୁଁ ହୋଇପାରେ ହାର୍ଟଆଟାକ

କୁହାଯାଏ, ପ୍ରେମ ହୃଦୟରୁ କରାଯାଏ, କିନ୍ତୁ ଯଦି ସେହି ପ୍ରେମ ନ ରୁହେ ତେବେ ହୃଦୟ ଉପରେ ପ୍ରଭାବ ପଡିଥାଏ। ଯଦି ଆପଣଙ୍କ ସମ୍ପର୍କ ନିଜ ଜୀବନସାଥୀ ସହିତ ସଠିକ ନଥାଏ, ତେବେ ଆପଣଙ୍କୁ ହାର୍ଟଆଟାକ ହେବାର ବେଶୀ ଆଶଙ୍କା ରହିଥାଏ। ନିକଟରେ ଏକ ଅନୁଧ୍ୟାନରୁ ଜଣାପଡିଛି। ମହିଳାମାନଙ୍କୁ ଏହି ସମ୍ପର୍କ ଯୋଗୁଁ ହେଉଥିବା ସମସ୍ୟା ବେଶୀ ସାମ୍ନା କରିବାକୁ ପଡିଥାଏ।

3

 

ଏହି ଅନୁଧ୍ୟାନରୁ ଜଣାପଡିଛି ଯେ, ପରିବାରର ଚିନ୍ତା, କାମ ପ୍ରେସର, ବିବାହିତ ଜୀବନରେ ଆସୁଥିବା ଅସୁବିଧା କାରଣର ଯୋଗୁଁ ମହିଳାମାନେ ମାନସିକ ରୂପେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି। ସେମାନଙ୍କ ଉପରେ ଅତ୍ୟଧିକ ଚାପ ପଡିଥାଏ। ଅଧିକ ମହିଳା ଚିନ୍ତା ଏବଂ ଦୁଃଖ କାରଣ ପରିବାର ରହିଥାଏ। କାହାର ମୃତ୍ୟୁ ହେବା, ଘରର କୌଣସି ବ୍ୟକ୍ତି ରୋଗରେ ପଡିବା ଇତ୍ୟାଦି କାରଣରୁ ମହିଳାମାନେ ଚିନ୍ତିତ ରହିଥାନ୍ତି।  ଏହାଛଡା ମହିଳାମାନେ ସ୍ୱାମୀ କିମ୍ବା ଜୀବନସାଥୀଙ୍କ ସହିତ ମନ ମନାନ୍ତର ଯୋଗୁଁ ଏପରି ଚିନ୍ତାରେ ରହିଥାନ୍ତି ଯେ, ସେମାନଙ୍କୁ ହାର୍ଟ ଆଟାକ ଆସିବାର ଅଧିକ ସମ୍ଭାବନା ରହିଥାଏ।

ଏହାସହ ପଢ଼ନ୍ତୁ ; ଏହି ସବୁ ପତ୍ରରେ ଲୁଚି ରହିଛି ବିଶେଷ ଗୁଣ, ଏହାକୁ ଖାଇବା ଦ୍ୱାରା ଭଲ ହୁଏ ଅନେକ ରୋଗ

87

ଏହାଛଡା ଖାଦ୍ୟପେୟର ପ୍ରଭାବ ଶରୀର ଉପରେ ପଡିଥାଏ। ଯଦି ଏହି ସମ୍ପର୍କରେ ମନମାଳିନ୍ୟ ଅଧିକ ଦିନ ରହେ, ତେବେ ଶରୀରରେ ଥିବା ଷ୍ଟ୍ରେସ ହରମୋନ ଅଧିକ ହୋଇଥାଏ, ଯାହା ଫଳରେ ହୃଦ୍‌ ସ୍ପନ୍ଦନ ବଢିବାରେ ଲାଗିଥାଏ ଏବଂ ବ୍ଲଡପ୍ରେସର ବଢିଯାଏ। ସେଥିପାଇଁ ହାର୍ଟଆଟାକ୍‌ର ଆଶଙ୍କା ବେଶୀ ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.