Categories: ସ୍ପେଶାଲ

କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ

ଆଜି କୁମାର ପୂର୍ଣ୍ଣିମା । ଏହି ଦିନର ବିଶେଷତ୍ୱ ହେଉଛି ଆଜିର ଦିନରେ ପ୍ରଭୁ ଶିବ-ପାର୍ବତୀଙ୍କର ପୁତ୍ର କୁମାର କାର୍ତିକେୟଙ୍କର ଜନ୍ମ ହୋଇଥିଲା । ଆଶ୍ୱିନ ମାସର ପୂର୍ଣ୍ଣିମା ତଥା କାର୍ତିକ ମାସର ଆରମ୍ଭରେ ଏହି ପୂଜା ପାଳନ କରାଯାଇଥାଏ । ତେବେ ଏହା କୁମାରୀମାନଙ୍କର ଏକ ବିଶେଷ ପର୍ବ ବୋଲି ମଧ୍ୟ ବିବେଚନା କରାଯାଏ ।

ଆଶ୍ୱିନ ମାସ ପୂର୍ଣ୍ଣିମା ଦିନ ବଡି ଭୋର୍‌ରୁ ଉଠି କୁମାରୀମାନେ ଶୁଦ୍ଧପୂତ ଭାବରେ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଧାନ ଲଗା ଖଇ ବା ଲିଆକୁ ଅର୍ପଣ କରିଥାନ୍ତି । ସାତ ଆଞ୍ଜୁଳା ଖଇରେ ନଡିଆ, ଗୁଆ, କଦଳୀ, ଆଖୁ, ଜହ୍ନି ଆଦି ଦେଇ ଆଞ୍ଜୁଳା ଟେକି ଥାନ୍ତି । ସକାଳୁ ପୂଜା କରାଯାଇଥିବା ଖଇ ବା ଲିଆକୁ ଛେନା କଦଳୀ ନଡିଆ ଦହି ଆଦି ଦେଇ ଏକ ମିଶ୍ରଣ ପ୍ରସ୍ତୁତ କରାଯାଇଥାଏ ।

ଏହାକୁ ସଂଧ୍ୟାରେ ଚଉରା ମୂଳେ ଜହ୍ନି ପତ୍ରରେ ଚନ୍ଦ୍ରର ଆକାର ଦେଇ ଚନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପୂଜା କରାଯାଇଥାଏ । ‘କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳ ବେଣୀ..’ ଗୀତ ଗାଇଥାନ୍ତି । ଠିଆ ପୁଚି ସାଙ୍ଗକୁ ବସା ପୁଚି ମଧ୍ୟ ଖେଳିଥାନ୍ତି ଝିଅମାନେ। ପୂଜା ସମୟରେ ଚନ୍ଦ୍ର ଦେବତାଙ୍କୁ କାର୍ତିକେୟଙ୍କ ପରି ସୁନ୍ଦର ବର ମାଗିଥାନ୍ତି ।

ଅବଶ୍ୟ ଗଞ୍ଜାମ ଭଳି ରାଜ୍ୟର କେତେକ ଅଞ୍ଚଳରେ ପୁଅମାନେ ମଧ୍ୟ ପୂଜାରେ ସାମିଲ ହୁଅନ୍ତି । ଗାଁ ଗହଳିରେ ଦେଖା ଯାଉଥିବା ଏହି କୁମାରୀ ପୂର୍ଣ୍ଣିମା ସହରର ଝିଲିମିଲି ଆଲୁଅରେ ହଜି ଯାଇଥିଲେ ମଧ୍ୟ ଏବେ ତାର ସ୍ୱତନ୍ତ୍ରତା ବଜାଇ ରଖି ପାରିଛି । ଅନ୍ୟପକ୍ଷରେ ଆଜିଠାରୁ ଗଜଲକ୍ଷ୍ମୀ ପୂଜା ମଧ୍ୟ ଆରମ୍ଭ ହେଉଛି । ପୁଣି ଆରମ୍ଭ ହୋଇଛି କାର୍ତ୍ତିକବ୍ରତ ।

ପିପିଲିରୁ ଦିବାକର ଷଡ଼ଙ୍ଗୀ, କେନ୍ୟୁଜ୍

 

 

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

2 hours ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

5 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago