ସ୍ପେଶାଲ

ସ୍ୱପ୍ନ ଦେଖିବ ତ ଏମିତି! IPS ହେବା ପରେ ବି ସନ୍ତୁଷ୍ଟ ନ ଥିଲେ ମହିଳା ଅଫିସର, ପୁଣିଥରେ ୟୁପିଏସ୍‌ସି ଦେଇ ବନିଗଲେ IAS

ପ୍ରକାଶ ପାଇଛି ୟୁପିଏସ୍‌ସି ସିଭିଲ ସେବା ପରୀକ୍ଷା ୨୦୨୨ର ଫଳ। ରେଜଲ୍ଟ ବାହାରିବା ପରେ ର‍୍ୟାଙ୍କ ଧାରୀଙ୍କ ପ୍ରେରଣାଦାୟୀ କାହାଣୀ ଧୀରେ ଧୀରେ ସାମ୍ନାକୁ ଆସୁଛି। ସେହିଭଳି ଏକ କାହାଣୀ ବିହାର ୟୁପିଏସ୍‌ସିର ଆଶାୟୀ ପ୍ରାର୍ଥୀ ଦିବ୍ୟଶକ୍ତିଙ୍କର, ଯିଏ ଲଗାତାର ଦୁଇଥର ପରୀକ୍ଷାରେ ସଫଳତା ଅର୍ଜନ କରି ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା।

ବିହାରର ଜଲାଲପୁର ଜିଲ୍ଲା ସାରଣର ବାସିନ୍ଦା ହେଉଛନ୍ତି ଦିବ୍ୟଶକ୍ତି। ସେ ଏକ ଡାକ୍ତରୀ ପରିବାରରେ ଜନ୍ମ। ପିଲା ଦିନୁ ହିଁ ସେ ଜଣେ ମେଧାବୀ ଛାତ୍ରୀ ଭାବେ ରହି ଆସିଛନ୍ତି। ପାଠପଢ଼ାରେ ତାଙ୍କର ଅଧିକ ରୁଚି ଥିଲା। ଇଣ୍ଟରମିଡିଏଟ୍‌ ପଢ଼ିବା ପାଇଁ ସେ ଡିପିଏସ୍‌ ବୋକାରୋ ଚାଲି ଯାଇଥିଲେ। ସେ ବିଟ୍ସ ପିଲାନୀରୁ କମ୍ପ୍ୟୁଟର ସାଇନ୍ସରେ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି। ସେହି କଲେଜରୁ ହିଁ ଦିବ୍ୟ ଅର୍ଥ ଶାସ୍ତ୍ରରେ ଏମ୍‌ଏସ୍‌ସି ମଧ୍ୟ କରିଛନ୍ତି। ତା’ ପରେ ସେ ୨ ବର୍ଷ ପାଇଁ ଆମେରିକାର ଏକ କମ୍ପାନୀରେ କାମ କରିଥିଲେ। ୨୦୧୯ ମସିହାରେ ସେ ୟୁପିଏସ୍‌ସି ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲେ।

ଦିବ୍ୟ ପ୍ରଥମ ପ୍ରୟାସରେ ହିଁ ୭୯ତମ ର‍୍ୟାଙ୍କ ହାସଲ କରିଥିଲେ ଓ ୨୦୧୯ ମସିହାରେ ଆଇପିଏସ୍‌ ଅଫିସର ଭାବେ ଚୟନିତ ହୋଇଥିଲେ। କିନ୍ତୁ ତାଙ୍କ ସ୍ୱପ୍ନ ଥିଲା ବଡ଼। ସେ ଆଇଏଏସ୍‌ ହେବାକୁ ଚାହୁଁଥିଲେ। ଏଥି ପାଇଁ ସେ ପ୍ରସ୍ତୁତି ଜାରି ରଖିଥିଲେ। ଏଣୁ ପୁଣି ଥରେ ୨୦୨୨ ମସିହାରେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ। ଦିବ୍ୟ ଶକ୍ତି ଆଇପିଏସ୍‌ର ପ୍ରଶିକ୍ଷଣ ସହ ୟୁପିଏସ୍‌ସି ପରୀକ୍ଷାର ପ୍ରସ୍ତୁତି ବି ଜାରି ରଖିଥିଲେ। ତେବେ ବର୍ତ୍ତମାନ ତାଙ୍କ ଚେଷ୍ଟା ସଫଳ ହୋଇଛି। ଚଳିତ ଥର ପରୀକ୍ଷାରେ ସେ ସାରା ଭାରତରେ ୟୁପିଏସ୍‌ସିରେ ୫୮ ତମ ସ୍ଥାନ ଗ୍ରହଣ କରିଛନ୍ତି। ଏହି ଖବର ଶୁଣିବା ପରେ ଦିବ୍ୟ ଶକ୍ତିଙ୍କ ପରିବାରର ଖୁସି କହିଲେ ନ ସରେ।

ତାଙ୍କ ବାପା ବୋତିୟାର ସରକାରୀ ମେଡିକାଲ କଲେଜ ହସ୍ପିଟାଲ (ଜିଏମ୍‌ସିଏଚ୍‌)ର ପୂର୍ବ ଅଧୀକ୍ଷକ ଥିଲେ। ସେ କହିଛନ୍ତି, ଦିବ୍ୟ ପ୍ରଥମରୁ ହିଁ ଜଣେ ପ୍ରତିଭାଶାଳୀ ଝିଅ ଥିଲା। ପରିବାର ଲୋକ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବେ ବୋଲି କହିଛନ୍ତି ଦିବ୍ୟଙ୍କ ପରିବାର ସଦସ୍ୟ।

Also Read: ସୁପ୍ରିମକୋର୍ଟସ୍ଥିତ ବ୍ୟାଙ୍କରେ ଲାଗିଲା ନିଆଁ, ଆୟତ୍ତ କରିବାକୁ ପହଞ୍ଚିଲା ୫ଟି ଅଗ୍ନିଶମ ଗାଡ଼ି

WCW 11

Recent Posts

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

25 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

32 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

2 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

2 hours ago

ଖୋର୍ଦ୍ଧା ଜେଲ୍ ପାଲଟିଛି ବ୍ରାଉନସୁଗର କାରବାରର ନୂଆ ଠିକଣା

ଖୋର୍ଦ୍ଧା(କେନ୍ୟୁଜ): ଖୋର୍ଦ୍ଧା ସହରକୁ ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କ ଯାଆସ । ଏତେ ଲୋକଙ୍କ ଭିଡ ଭିତରେ ଏଠି କେମିତି ଚାଲିଛି…

3 hours ago

୧୦୮ ସୁବାସିତ ଜଳରେ ସ୍ନାନ କରୁଛନ୍ତି ଦାରୁ ଦିଅଁ, ବର୍ଷାରେ ଭିଜି ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ (କେନ୍ୟୁଜ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଆଜି ସ୍ନାନ ବେଦୀରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ…

3 hours ago