ରାଜ୍ୟ

ସୋସିଆଲ ମିଡିଆରେ ସ୍ତ୍ରୀର ଅଶ୍ଳୀଳ ଫୋଟୋ ପୋଷ୍ଟ କରି ସ୍ୱାମୀ ଗିରଫ

ଭୁବନେଶ୍ୱର (କେନ୍ୟୁଜ): ପତ୍ନୀ ଅଜାଣତରେ ପତି କରୁଥିଲା ଅଶ୍ଳୀଳ ଫଟୋ ଭାଇରାଲ । ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ ଦେଖି ପଡୋଶୀ ପତ୍ନିଙ୍କୁ ଜଣାଇଲେ । ଖବର ପାଇ ପତ୍ନୀ ଥାନାରେ ଅଭିଯୋଗ କରିଛନ୍ତି । ସୋସିଆଲ ମିଡିଆରେ ପତ୍ନୀର ଅଶ୍ଳିଳ ଫଟୋ ପୋଷ୍ଟ କରିବା ଅଭିଯୋଗରେ ପତିକୁ ଗିରଫ କରିଛି ଭୁବନେଶ୍ବର ସାଇବର ଥାନା ‌ପୋଲିସ ।

କେସ ନମ୍ବର‌ ୩/୨୨ ଆଧାରରେ ଆଇପିସର ଧାରା‌ ୪୨୦,୪୯୮,(A),୫୦୯, ଆଇଟି ଆକ୍ଟର ଧାରା ୬୭,୬୭(A)ରେ ଭଦ୍ରକରୁ ପତିକୁ ଗିରଫ କରିଛି କମିଶନରେଟ ପୋଲିସ । ଏନେଇ ପୋଲିସ ଉଭୟ ପତ୍ନୀ ଓ ପତିର ପରିଚୟ ଗୋପନ ରଖିଛି । ସୂଚନା ମୁତାବକ ଭୁବନେଶ୍ବର ମଞ୍ଚେଶ୍ବର‌ ଅଞ୍ଚଳରେ ଘରୋଇ ମେଡ ଭାବେ କାମ କରୁଥିଲେ ପତ୍ନୀ । ହେଲେ ସ୍ବାମୀ ଭଦ୍ରକରେ‌ ରହି ପାଇପ ମିସ୍ତ୍ରୀ ଭାବେ କାମ କରୁଥିଲେ । ପତ୍ନୀ ଧିରେ‌ ଧିରେ ସ୍ବାମୀକୁ କିଛି ଟଙ୍କା ପଠାଉଥିଲେ ।ଯେଉଁ ଟଙ୍କାରେ ସ୍ବାମୀ ନିଶା ପିଇ ମାତାଲ ହେଉଥିଲା । ହେଲେ ପତ୍ନୀର‌ ସମସ୍ୟା ଯୋଗୁଁ ପଇସା ପଠାଇପାରି ନଥିଲେ । ଯାହାକୁ ନେଇ ପତି ପତ୍ନୀ ମଧ୍ୟରେ ମତାନ୍ତର ହେଉଥିଲା । ଏନେଇ ସ୍ବାମୀ ପତ୍ନୀର ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋକୁ ଫେସବୁକରେ ପୋଷ୍ଟ କରିଥିଲା । ଆଉ ସେହି ପୋଷ୍ଟକୁ ପଡୋଶୀ ଦେଖି ପତ୍ନୀକୁ ଖବର ଦେଲା ପରେ ଭୁବନେଶ୍ବର ଡିସିପି ଅଫିସରେ ଅଭିଯୋଗ କରିଥିଲେ ପତ୍ନୀ । ତେବେ ସ୍ବାମୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।

Barsha

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ଲାଭ ବଢ଼ିବ ଏବଂ ଆୟରେ ବୃଦ୍ଧି ଘଟିବ । କୌଣସି ନୂଆ ଆଇଡିଆ ଆପଣଙ୍କୁ ଆଗକୁ ନେବାରେ ସହାୟକ…

4 hours ago

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ, କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି ରାଜ୍ୟ ରାଜପଥ ଅବରୋଧ

ଆଳି : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଦିନ ମଜୁରିଆଙ୍କ ମୃତ୍ୟୁ ଘଟିଛି । କ୍ଷତିପୁରଣ ଦାବିରେ କଟକ-ଚାନ୍ଦବାଲି…

6 hours ago

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଲା ଗ୍ୟାସ ଟାଙ୍କି, ଜଳିଗଲା ଘର

ବ୍ୟାଟେରୀ ଗାଡିରୁ ସର୍ଟ ସର୍କିଟ ହୋଇ ଫାଟିଗଲା ଗ୍ୟାସ ଟାଙ୍କି ଜଳିଗଲା ଘର । ବାରିପଦା ସଦର ଥାନା ଅନ୍ତର୍ଗତ…

7 hours ago

ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ…

8 hours ago

ମୃତ ଝିଅର ନ୍ୟାୟ ପାଇଁ ଥାନା ବାରଣ୍ଡାରେ ନେହୁରା ହେଉଛି ମା

ସୋର: ଥାନା ସମ୍ମୁଖରେ ହୋହାଲ୍ଲା ପାଟିତୁଣ୍ଡ । କମ୍ପୁଛି ସ୍‌ଥାନୀୟ ଅଞ୍ଚଳ । ଆପଣ ଭାବୁଥିବେ ଥାନା ସମ୍ମୁଖରେ ଏତେ…

9 hours ago

ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ

ପୁରୀ : ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଜେଟିପିଙ୍କୁ ଭକ୍ତଙ୍କ ଆକ୍ରମଣ ଅଭିଯୋଗ । ଆହତ ଜେଟିପି ହେଉଛନ୍ତି ଲଷ୍ମୀଧର ଉପାଧ୍ୟାୟ…

9 hours ago