ସ୍ପେଶାଲ

ଏକାଦଶୀ ଦିନ ଶ୍ରୀକୃଷ୍ଣଙ୍କୁ ଅର୍ପଣ କରନ୍ତୁ ପଦ୍ମ ଫୁଲ, ପୂରଣ ହେବ ସନ୍ତାନପ୍ରାପ୍ତି ଅଭିଳାଷା

ପଦ୍ମ ଫୁଲ ଗୁରୁବାରରେ ମା’ ଲକ୍ଷ୍ମୀଙ୍କ ପାଖରେ ଲାଗିଥାଏ, ତାହା ଆପଣମାନେ ନିଶ୍ଚିତ ଜାଣିଥିବେ । କେବେ ଏତିକି ନୁହେଁ, ଶିବଙ୍କ ରୁଦ୍ରାଭିଷେକ କରିବା ସମୟରେ ମଧ୍ୟ ପଦ୍ମ ଫୁଲ ଲାଗିଥାଏ। ଆୟୁର୍ବେଦରେ ପଦ୍ମ ଫୁଲର ବିଭିନ୍ନ ଭାଗରୁ ଅଲଗା ଅଲଗା ଉପାୟରେ ଔଷଧ ତିଆରି କରାଯାଏ। ପଦ୍ମ ଫୁଲ ବିଭିନ୍ନ ରଙ୍ଗର ହୋଇଥାଏ । ଧଳା, ଗୋଲାପୀ, ନୀଳ ଇତ୍ୟାଦି ରଙ୍ଗର ହୋଇଥାଏ। ଏହି ସମସ୍ତଙ୍କ ମଧ୍ୟ ଭିନ୍ନ ଭିନ୍ନ ଗୁଣ ରହିଥାଏ। ପଦ୍ମଫୁଲ ମନକୁ ଶାନ୍ତି ଦେଇଥାଏ। ତେଣୁ ବିଶେଷଜ୍ଞମାନେ ଏହାକୁ ଷ୍ଟ୍ରେସ କମ କରିବା ପାଇଁ ବ୍ୟବହାର କରିଥିଲେ। ପଦ୍ମଫୁଲ ବିଚଳିତ ହେବା ମନକୁ ନିୟନ୍ତ୍ରିତ କରିଥାଏ।

ପଦ୍ମଫୁଲରେ ମହତ୍ତ୍ୱପୂର୍ଣ୍ଣ ତତ୍ତ୍ୱ ରହିଥାଏ। ଏଥିରେ ଏପୋମୋର୍ଫିନ ଏବଂ ନ୍ୟୁସିଫୋରିନ ତତ୍ତ୍ୱ ରହିଥାଏ। ମସ୍ତିଷ୍କ ପାଇଁ ଦୁଇଟି ଯାକ ଭଲ ହୋଇଥାଏ। ଏହା ମସ୍ତିଷ୍କକୁ ଶାନ୍ତ କରିଥାଏ। ମନ ବିଚଳିତ ହେବା, ଡିପ୍ରେସନ ଭଳି ସମସ୍ୟାକୁ କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ। ପଦ୍ମଫୁଲରେ ଭିଟାମିନ ବି, ସି, ଆଇରନ ଭଳି ପୋଷକ ତତ୍ତ୍ୱ ରହିଥାଏ।

କିନ୍ତୁ କ’ଣ ଆପଣ ଜାଣନ୍ତି କି, ପଦ୍ମ ଫୁଲର ନାଡରୁ ଅନେକ ପ୍ରକାରର ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ହୋଇଥାଏ। ଏହାକୁ ନିୟମିତ ଭାବେ ଖାଇବା ଦ୍ୱାରା ଶରୀରକୁ ଅନେକ ଫାଇଦା ମିଳିଥାଏ। ପଦ୍ମ ଫୁଲ ନାଡ ଖାଇବା ଦ୍ୱାରା ମୁଣ୍ଡବ୍ୟଥା ଯନ୍ତ୍ରଣାରୁ ଉପଶମ ମିଳିଥାଏ। ମାନସିକ ଚିନ୍ତା କମ୍‌ କରିଥାଏ ପଦ୍ମଫୁଲ ନାଡ। ପଦ୍ମ ଫୁଲ ନାଡ ଖାଇଲେ କୋଲେଷ୍ଟ୍ରୋଲ ନିୟନ୍ତ୍ରଣ ହୋଇଥାଏ। ଆଲର୍ଜିକୁ ନେଇ ଚିନ୍ତିତ ଥିଲେ ପଦ୍ମଫୁଲ ନାଡ ଖାଇପାରିବେ। ଏହା ସ୍କିନରେ ହେଉଥିବା କୁଣ୍ଡାଇହେବା, ତ୍ୱଚା ନାଲିପଡିବା ଭଳି ସମସ୍ୟା ଦୂର ହୋଇଥାଏ।

ପଦ୍ମ ଫୁଲ ଦେଖିବାକୁ ବହୁତ ସୁନ୍ଦର। ସାଧାରଣତଃ ଆମେ ଏହାକୁ ଗୁରୁବାର ଦିନ ଲକ୍ଷ୍ମୀ ପୂଜା ପାଇଁ ବ୍ୟବହାର କରିଥାଉ। କିନ୍ତୁ ପଦ୍ମଫୁଲକୁ ନେଇ ଶାସ୍ତ୍ରରେ ଅନେକ ମହତ୍ୱ ରହିଛି। ମାତା ଲକ୍ଷ୍ମୀଙ୍କୁ ପଦ୍ମ ଫୁଲ ଅର୍ପଣ କରି ଭକ୍ତ ନିଜର ମନୋକାମନା ପୂର୍ଣ୍ଣ କରିଥାନ୍ତି। ଆପଣ ଯଦି ନିଜର ଉନ୍ନତି ଚାହୁଛନ୍ତି, ତେବେ କିପରି ପଦ୍ମଫୁଲକୁ ବ୍ୟବହାର କରିବେ ଆସନ୍ତୁ ଜାଣିବା…

– ଜୀବନରେ ଶୁଭ ଆଗମନର ପ୍ରତୀକ ଅଟେ ପଦ୍ମଫୁଲ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପଦ୍ମଫୁଲ ଦେବୀ ଦେବତାଙ୍କ ପ୍ରିୟ ହୋଇଥାଏ। ଏହାକୁ ଠାକୁରଙ୍କ ପାଖରେ ଅର୍ପଣ କରିବା ଫଳରେ ମନୋକାମନା ପୂର୍ଣ୍ଣ ହୋଇଥାଏ।

– ଯଦି ଆପଣ ଘରେ ସବୁବେଳେ ଧନ ରଖିବାକୁ ଚାହୁଁଛନ୍ତି, ତେବେ ନଡିଆ ସହିତ ଲାଲ, ହଳଦିଆ, ନୀଳ ଏବଂ ଧଳା ରଙ୍ଗର ପଦ୍ମଫୁଲକୁ ନେଇ ମା’ ଲକ୍ଷ୍ମୀଙ୍କ ପାଖରେ ପୂଜା କରନ୍ତୁ। ପୂଜା କରିବା ପର ଦିନ ଏହି ଫୁଲକୁ ଏକ ପୋଖରୀରେ ବିସର୍ଜିତ କରିଦିଅନ୍ତୁ। ତା’ ପରେ ସେହି ନଡିଆକୁ ଲାଲ କପଡାରେ ବାନ୍ଧି ଆଲମାରୀରେ ରଖିଦିଅନ୍ତୁ।

– ଯଦି ୨୭ ଦିନ ପର୍ଯ୍ୟନ୍ତ ପ୍ରତିଦିନ ମାତା ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ। ସୁଖ ଏବଂ ସମୃଦ୍ଧି ମିଳିବ।

– କୌଣସି ଏକାଦଶୀ ଦିନ ଶ୍ରୀକୃଷ୍ଣଙ୍କୁ ପଦ୍ମ ଫୁଲ ଅର୍ପଣ କରିବା ଦ୍ୱାରା ସନ୍ତାନ ପ୍ରାପ୍ତି ଅଭିଳାଷା ପୂରଣ ହୋଇଥାଏ।

– ନିଜ ପରିବାର ଭିତରେ ସ୍ନେହ, ଭଲପାଇବା ବୃଦ୍ଧି କରିବା ପାଇଁ ଘରେ ଥିବା ଲକ୍ଷ୍ମୀଙ୍କ ମୂର୍ତ୍ତି ନିକଟରେ ପଦ୍ମ ଫୁଲ ଅର୍ପଣ କରନ୍ତୁ।

– ଯଦି ଆପଣଙ୍କ ଜୀବନରେ ଧନର ଅଭାବ ରହିଥାଏ ତେବେ ଏହାକୁ ଦୂର କରିବା ପାଇଁ ମା’ ଲକ୍ଷ୍ମୀଙ୍କ ପାଖରେ ନୀଳ ରଙ୍ଗର ପଦ୍ମ ଫୁଲ ପୂଜା କରନ୍ତୁ। କାହାକୁ ନିଜ ଅଧିନରେ କରିବାକୁ ହେଲେ ଏହି ରଙ୍ଗ ଫୁଲ ମଧ୍ୟ ବ୍ୟବହାର କରିପାରିବେ।

 

Swagatika

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

6 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

25 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

33 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

49 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

1 hour ago