ସ୍ପେଶାଲ

ମାଘେ ପର୍ବ ପାଇଁ ଉତ୍ସବ ମୁଖରିତ ହେଇପଡ଼ିଛି ମୟୂରଭଞ୍ଜ, ମାଦଲର ତାଳେ ତାଳେ ଝୁମୁଛନ୍ତି ଆଦିବାସୀ

ସକାଳୁ ସଞ୍ଜ ଯାଏଁ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ହଜିଯାଏ ଏମାନଙ୍କ ଜୀବନ। ରାତି ପାହିଲେ ସୁନେଲି ସକାଳ ଏମାନଙ୍କୁ ଭୁଲାଇ ଦିଏ ଜୀବନର ତମାମ ଯନ୍ତ୍ରଣାକୁ। ସମୟ ସହିତ ଇତିହାସ ପାଲଟିଛି କିଛି ଲୋକ କଳା । ମାଦଲ ବାଜିଲେ ଏମାନଙ୍କ ପାଦ ଅଧିର ହୁଏ ଏବଂ ବଇଁଶୀ ସୁର ମନ ମୁଗ୍ଧ କରିଦିଏ । ଏମାନେ ହେଲେ ମୟୂରଭଞ୍ଜ ଜିଲ୍ଲାର ପାରମ୍ପରିକ ଆଦିବାସୀ। ପରିଚିତ ଇତିହାସ ଏବଂ ପରମ୍ପରାକୁ ନେଇ ଗଢି ଉଠିଛି ଏମାନଙ୍କ ସଂସ୍କୃତି । ବର୍ଷ ସାରା ବିଭିନ୍ନ ପର୍ବପର୍ବାଣୀରେ ଅନୁଷ୍ଠିତ ହୁଏ ଉତ୍ସବ । ଆଉ ଉତ୍ସବ ସାଙ୍ଗକୁ ଆୟୋଜିତ ହୁଏ ନାଚଗୀତ। ମାତ୍ର ଏହି ସବୁ ଲୋକ କଳା ଏବେ ସଂକଟରେ । ଆଧୁନିକତାର ଚାକଚକ୍ୟ ପ୍ରଭାବିତ କରିଛି ଆଦିବାସୀଙ୍କ ଜୀବନ ଧାରାକୁ। ଆଉ ଧୀରେ ଧୀରେ ହଜିବାକୁ ବସିଛି ପାରମ୍ପରିକ ଲୋକ କଳା।

ମୟୂରଭଞ୍ଜ ଏକ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା । ଏହି ଜିଲ୍ଲାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି । ମୟୂରଭଞ୍ଜ ଜିଲ୍ଲାର ନୃତ୍ୟ ଅତି ଉଚ୍ଚକୋଟୀର। ବିନା ତାଲିମରେ ପାଦକୁ ପାଦ ମାଦଲ ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି ଏଠାକାର ଆଦିବାସୀ । ଏବେ ମାଘ ମାସରେ ମାଘେ ପର୍ବ ହେଉଥିବାରୁ ଉତ୍ସବ ମୁଖରିତ ହେଇପଡିଛି ମୟୂରଭଞ୍ଜ । ବିଭିନ୍ନ ଗାଁରେ ଏବେ ମାଘେ ପର୍ବ ପାଳନ ହେଉଥିଲେ ଆଜି ଆସନ୍ତୁ ଜାଣିବା ଶୁକୃଲି ବ୍ଲକ ଅନ୍ତର୍ଗତ ଗମ୍ଭୀରିଆପାଳ ଗାଁରେ କେମିତି ପାଳିତ ହୁଏ ମାଘେ ପର୍ବ।

ମୟୂରଭଞ୍ଜ ଜିଲ୍ଲାରେ ବିଭିନ୍ନ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ସେଥିମଧ୍ୟରୁ ହୋ ସମ୍ପ୍ରଦାୟର ଲୋକଙ୍କ ପରମ୍ପରା ନିଆରା । ମାଘ ମାସରେ ମାଘେ ପର୍ବ ପାଳନ କରୁଛନ୍ତି ଗମ୍ଭୀରିଆପାଳ ଗାଁ ଲୋକେ । ଏହି ପର୍ବ ଘଣ୍ଟେ କିମ୍ବା ଦୁଇଘଣ୍ଟା ନୁହେଁ ବରଂ ରାତି ତମାମ ଚାଲିଥାଏ । ଏହି ପର୍ବ ପ୍ରତି ଗାଁରେ ୭ ଦିନ ଧରି ଚାଲିଥାଏ । ଯିଏ ଯେଉଁଠି ବି ଥାଆନ୍ତୁ ନା କାହିଁକି ସମସ୍ତେ ଏହି ପର୍ବରେ ଏକାଠି ହେଇଥାନ୍ତି । ପର୍ବପର୍ବାଣୀରେ ସମସ୍ତେ ଏକା ରଙ୍ଗ ଓ ଢଙ୍ଗର ପୋଷାକ ପିନ୍ଧି ହାତକୁ ହାତକୁ ଛନ୍ଦି ପାରମ୍ପରିକ ଗୀତ ଗାଇ ମାଦଲ ତାଳେ ତାଳେ ନୃତ୍ୟ ପରିବେଷଣ କରିଥାନ୍ତି। ଏହି ପରମ୍ପରା ପୂର୍ବ ପୁରୁଷରୁ ପ୍ରଚଳନ ହେଇଆସୁଛି। ଏମାନେ ପାଦକୁ ପାଦ ମିଶେଇ ଏମିତି ନାଚନ୍ତି ଯେକୌଣସି ଲୋକ ଦେଖିଲେ ଆଶ୍ଚର୍ଯ୍ୟ ହେଇଯିବ ।

ମୟୂରଭଞ୍ଜ ଜିଲ୍ଲାର ଆଦିବାସୀମାନଙ୍କ ନୃତ୍ୟ ଓ ଗୀତ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ଏଣୁ କେନ୍ଦ୍ର ବା ରାଜ୍ୟ ସରକାରଙ୍କ ତରଫରୁ ଏହି ପାରମ୍ପରିକ ପ୍ରଥାକୁ ଏକାଡେମୀ ଖୋଲା ଯାଇ ତାଲିମ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

WCW 11

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

14 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

16 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

23 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

32 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

32 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

49 mins ago