ରାଜ୍ୟ

ଗଛରେ ଚଢି ତେନ୍ତୁଳି ଖାଉଛି ଭାଲୁ, ରାତି ସାରା ଉଜାଗର ରହି ଜଗିଛନ୍ତି ଗାଁ ଲୋକେ

କୋରାପୁଟ(କେ ନ୍ୟୁଜ): ଗଛ ଉପରେ ଭାଲୁ । କୋରାପୁଟ ବୋରିଗୁମ୍ମା ବ୍ଲକ ଆଉଁଳି ଗାଁରେ ଦେଖାଦେଇଛି ଭାଲୁ ଆତଙ୍କ। ଗତକାଲି ରାତିରେ ଏକ ଭାଲୁ ଗାଁ ଭିତରକୁ ପଶି ଆସିଛି। ଫଳରେ ଗାଁଲୋକେ ଭୟଭୀତ ହୋଇ ରାତି ସାରା ଉଜାଗର ରହି ଭାଲୁକୁ ଜଗି ରହିଛନ୍ତି। ଭାଲୁଟି ମଧ୍ୟ ଲୋକଙ୍କୁ ଦେଖି ଭୟଭୀତ ହୋଇ ଏକ ତେନ୍ତୁଳି ଗଛ ଉପରେ ଚଢି ଯାଇଛି । ଘଟଣାସ୍ଥଳରେ ବୋରିଗୁମ୍ମା ଅଗ୍ନିଶମ ବିଭାଗ ଓ ଜଙ୍ଗଲ ବିଭାଗ କର୍ମଚାରୀ ପହଞ୍ଚି ଭାଲୁକୁ ଜଙ୍ଗଲ ମଧ୍ୟକୁ ଘଉଡାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ସେପଟେ ଗଂଜାମ ଜିଲ୍ଲା ତାରାସିଂ ବନାଞ୍ଚଳ ସାରଙ୍ଗପଟା ଗାଁ ନିକଟରେ ଏଭଳି ଘଟଣା ଘଟିଛି । ଆହତ ଜଣକ ହେଲେ କଦଳୀଗଡ ଗାଁର ମହେଶ୍ଵର ମଲ୍ଲିକ । ଗତକାଲି କାମରେ ସାଇକେଲରେ ଯାଇ ଘରକୁ ଫେରୁଥିବା ବେଳେ, ରାସ୍ତାରେ ଦୁଇଟି ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ନିଜକୁ ବଞ୍ଚାଇବାକୁ ଯାଇ ମହେଶ୍ୱର ଏକ ଗଛରେ ଚଢିଯାଇଥିଲେ ମଧ ଗଛ ଉପରକୁ ଯାଇ ଭାଲୁଟି ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ତାଙ୍କୁ ଉଧାର କରିଥିଲେ । ପରେ ବନବିଭାଗ କର୍ମଚାରୀମାନେ ତାଙ୍କୁ ଭଂଜନଗର ମେଡିକାଲରେ ଭର୍ତି କରିଥିଲେ । ଆହତ ମହେଶ୍ୱର ସୁସ୍ଥ ଅଛନ୍ତି ।

KNews Bureau

Recent Posts

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

4 seconds ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

6 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

15 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

15 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

33 mins ago

ଲୋକସଭାରେ ରାହୁଲ ଗାନ୍ଧି ହେବେ ବିରୋଧୀ ନେତା, INDIA ବ୍ଲକ ବୈଠକରେ ନିଷ୍ପତ୍ତି

ଲୋକସଭାରେ ବିରୋଧୀ ନେତା ହେବେ ରାହୁଲ ଗାନ୍ଧି । ଇଣ୍ଡିଆ ବ୍ଲକ୍‌ ଏହା ଉପରେ ମୋହର ମାରିଛି । କଂଗ୍ରେସର…

33 mins ago