Categories: ସ୍ପେଶାଲ

ଆସ ବୁଲିଯିବା ଗଂଜାମ ଜିଲ୍ଲାର ମହାକାଳେଶ୍ବର ମନ୍ଦିର, ମାମୁଁ ଭଣଜା ପାହାଡରେ ପୂଜା ପାଉଛନ୍ତି ଶିବ ଲିଙ୍ଗ

ଗଂଜାମ(କେନ୍ଯୁଜ୍) : ଗଂଜାମ ଜିଲ୍ଲା ଦିଗପହଣ୍ଡିରୁ ଗଲା ବେଳେ ମଦନମୋହନପୁର ଗାଁ ପରେ ଡାହାଣ ପଟ ରାସ୍ତାରେ ଦେଖିବାକୁ ମିଳିବ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଦୃଶ୍ୟ । ରାଜ୍ୟ ରାଜପଥ ଠାରୁ ଗୋଟିଏ ମାଟି ରାସ୍ତାରେ ଯିବାକୁ ହେବ । ଗଲା ପରେ ଦେଖିବେ ଏକ ପାହାଡ ଉପରେ ସୁନ୍ଦର ମନ୍ଦିରଟିଏ । ମନ୍ଦିରଟିର ନାମ ମହାକାଳେଶ୍ବର ମନ୍ଦିର । ମନ୍ଦିରଟି ମାମୁଁ ଭଣଜା ପାହାଡ ଉପରେ ନିର୍ମାଣ ହୋଇଛି । ମନ୍ଦିର ଉପରକୁ ଯିବାକୁ ହେଲେ ଷାଠିଏଟି ପାହାଚ ଚଢିବାକୁ ପଡିଥାଏ । ମନ୍ଦିର ଶିଖର କୁ ଲାଗି ଏକ ପଥରର ଦେଖିବାକୁ ମିଳିବ । ଯାହା ଏକ ବିଶେଷ ଭଙ୍ଗୀରେ ଯୁଗ ଯୁଗ ଧରି ରହିଅଛି । କେତେ ବର୍ଷା ପବନ ହେବା ସତ୍ତ୍ବେପଥର ଅକ୍ଷତ ହୋଇ ରହିଛି । ପଥର ତଳେ ପୂଜା ପାଉଛନ୍ତି ଶିବ ଲିଙ୍ଗ । ମନ୍ଦିର ଚାରି ପାଖରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଦୃଶ୍ୟ । ତା ସହିତ ମନ୍ଦିର ଆରପଟେ ରହିଛି ଜଳାଶୟ ।

ଭୀମସାଗର ଜଳାଶୟ

ଏହି ଜଳାଶୟଟିର ନାଁ ହେଉଛି ଭୀମ ସାଗର । ଲୋକଙ୍କ ଯିବା ଆସିବା  ସୁବିଧା ପାଇଁ ସରକାର ଏଠାରେ ପୋଲ ନିର୍ମାଣ କରିଛନ୍ତି । ପିକ୍ ନିକ୍ କରିବା ପାଇଁ ଭଲ ତୋଟା ଟିଏ ରହିଛି । ପଚାଶ ଷାଠିଏ ବର୍ଷ ଧରି ଏହି ମନ୍ଦିର ରହିଥିଲେ ମଧ୍ୟ ଏବେ କିଛି ବର୍ଷ ହେଲା ଲୋକ ମାନଙ୍କ ଗହଳି ହେଉଥିବା କହିଛନ୍ତି ସେବକ ପାଣ୍ଡବ ରଣା ।  ମହାକାଳେଶ୍ବରଙ୍କଠାରେ ମଦନମୋହନ ପୁର, ସାଗର ପଲ୍ଲୀ ଗାଁ ଲୋକଙ୍କ ସହାୟତାରେ ସକାଳୁ ଓ ମଧ୍ୟାହ୍ନ ଭୋଗ  କରାଯାଇଥାଏ ।

ମନ୍ଦିରର କିମ୍ବଦନ୍ତି

ମନ୍ଦିର ସଂପର୍କ ରେ ଏକ ଲୋକ କଥା ମଧ୍ୟ ଶୁଣିବାକୁ ମିଳେ । ବହୁ ବର୍ଷ ପୂର୍ବରୁ ଜଳାଶୟ ଆରପଟେ ଜଣେ ରୁଷି ରହୁଥିଲେ । ସେ ଏକ ଯଜ୍ଞ କୁଣ୍ଡ କରିଥିଲେ, ଆଖପାଖ ଅଞ୍ଚଳର ଲୋକେ ଯାହା ଦିଅନ୍ତି ସେ କୁଣ୍ଡ ରେ ପକାଇଦିଅନ୍ତି, ଆଉ କିଛି ଧରି ପାହାଡ ଉପରକୁ ଚାଲିଯାଉଥିଲେ। ଏହି କଥା ଲୋକ ମାନଙ୍କ ମଧ୍ୟରେ ପ୍ରଚାର ହେବା ପରେ ପାହାଡ ଉପରକୁ କିଛି ଲୋକେ ଏକାଠି ହୋଇ ଯାଇଥିଲେ । ହେଲେ ସେମାନେ କିନ୍ତୁ ସେହି ରୁଷି ଜଣଙ୍କୁ ସେଠାରେ ଦେଖିବାକୁ ପାଇନଥିଲେ । ଏହି କଥା ପରେ ଲୋକ ମାନଙ୍କ ଉତ୍କଣ୍ଠା ବଢାଥିଲା ଏବଂ ସେଠାରେ ଆରମ୍ଭ ହୋଇଥିଲା ପୂଜାର୍ଚ୍ଚନା । ପରବର୍ତ୍ତୀ ସମୟରେ ଶିବ ଲିଙ୍ଗ ସ୍ଥାପନ କରାଯାଇଥିଲା । ତେବେ ଏହି ଠାକୁରଙ୍କ ମହିମା ଅନେକ, ବହୁ ଲୋକ ମାନଙ୍କ ମନସ୍କାମନା ପୁରଣ ହୋଇଥିବା କହନ୍ତି ମଦନମୋହନପୁର ବାସିନ୍ଦାମାନେ ।

ମନ୍ଦିରଟିର ଅବସ୍ଥିତି

ବ୍ରହ୍ମପୁର ଠାରୁ ବୟାଳିଶି କିଲୋମିଟର ଦୂରରେ ଅବସ୍ଥିତ ରହିଛି ଏହି ସ୍ଥାନ । ରାତି ରହିବା ପାଇଁ ବ୍ୟବସ୍ଥା ନାହିଁ, କିନ୍ତୁ ଦିନରେ ବୁଲାବୁଲି କରିହେବ । ଭୋଜି କରିବା ପାଇଁ ହେଲେ କମିଟି ସହିତ ଯୋଗାଯୋଗ କରିବାକୁ ପଡିଥାଏ । ମନ୍ଦିରକୁ ଲାଗି ରହିଥିବା ଭୀମସାଗର ଜଳ ପାଖାପାଖି ଏକ ଶହ ଏକର ଧାନ ଜମିକୁ ପାଣି ଯୋଗାଥାଏ । ସରକାରୀ ଅନୁଦାନରେ କିଛି ଉନ୍ନତି ହୋଇଛି ତଥାପି ଅନେକ କିଛି ବାକି ଅଛି । ପ୍ରାକୃତିକ ପରିବେଶ ମଧ୍ୟରେ ଥିବା ଏହି ସ୍ଥାନକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେବା ର ଆବଶ୍ୟକତା ରହିଛି ।

 

Sonalisa

Recent Posts

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

13 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

15 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

50 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

1 hour ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

1 hour ago