ସ୍ପେଶାଲ

ଭୁଶୁଡୁଛି ମାଓବାଦୀ ଦୁର୍ଗ ସଜାଡ଼ି ହେଉଛି ସ୍ୱାଭିମାନ ଅଞ୍ଚଳ, ଦେଖନ୍ତୁ ସେଠାରେ କେମିତି କଟୁଛି ଆମ ଯବାନଙ୍କ ଦିନ

ଲାଲଗଡ଼ରେ BSF କ୍ୟାମ୍ପ । ମାଓବାଦୀଙ୍କ ରାଜଧାନୀରେ, ମାଓବାଦୀଙ୍କ ଛାତି ଉପରେ ପାଦ ପକାଇଛି BSF, SOG, DVF ଏବଂ ଜିଲ୍ଲା ପୋଲିସ । ପାଦ ପାଦକେ ରହିଛି ମାଓବାଦୀଙ୍କ ଭୟ , ତଥାପି ଦିନରାତି ଏକ କରି ଲୋକଙ୍କ ସୁରକ୍ଷା ପାଇଁ ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷା ଦେଉଛନ୍ତି ଏହି ସୁରକ୍ଷା ବାହିନୀ। ସ୍ୱାଭିମାନ ଅଞ୍ଚଳରେ କେମିତି ରହିଛି ସୁରକ୍ଷା ବ୍ୟବସ୍ଥା ? ଜବାନ ଏହି ଶୀତ କାକରରେ କିଭଳି ସାମ୍ନା କରୁଛନ୍ତି .. ଗ୍ରାଉଣ୍ଡରୁ ଦେଖିବା ପାଇଁ ସେଠାରେ ପହଁଞ୍ଚିଥିଲା ଆମ ଟିମ ।

ମାଲକାନଗିରି ଜିଲ୍ଲାର ଲାଲ ଗଡ଼ ଭବେ ପରିଚିତ ସ୍ୱାଭିମାନ ଅଞ୍ଚଳ । ମାଓବାଦୀଙ୍କ ଚୋରା ଭୁଇଁ ହେଉଛି ଏହି ଅଞ୍ଚଳ । ଏହି ଅଞ୍ଚଳର ଭୌଗଳିକ ପରିସ୍ଥିତି କହିଲେ 45 କିଲୋମିଟର ବ୍ୟାପି ବାଲିମେଳା ଜଳଭଣ୍ଡାର । ପାଖକୁ ଲାଗିଛି ଘଞ୍ଚ ଜଙ୍ଗଲ, ତା ସାଙ୍ଗକୁ ଆଖି ନ ପହିଲା ଭଳି ପାହାଡ଼ ପର୍ବତ । ମାଓବାଦୀଙ୍କ ଅନୁକୂଳ ପରିବେଶ ରହିଥିବାରୁ ଦୀର୍ଘ ଦସନ୍ଧି ଧରି ଏହି ଅଞ୍ଚଳରେ ସେମାନେ ଆତଙ୍କ ରାଜ ଚଲେଇ ଆସୁଛନ୍ତି । ଏବେ କିନ୍ତୁ ସମୟ ବଦଳିଯାଇଛି ..ଆଉ ସ୍ୱାଭିମାନ ଅଞ୍ଚଳର ଅଧିକାଂଶ ଅଞ୍ଚଳ ଏବେ ସୁରକ୍ଷା ବାହିନୀଙ୍କ କବ୍ଜାରେ। ସ୍ୱାଭିମାନ ଅଞ୍ଚଳରେ ବର୍ତ୍ତମାନ 6 ଟି BSF କ୍ୟାମ୍ପ ପ୍ରତିଷ୍ଠା କରାଯାଇଛି । ଜାନବାଇ, ବଡ଼ପଡା, ଡଲିଆମ୍ବ, ହନ୍ତାଳଗୁଡା, ଦାର୍ଲ।ବେଡା ଏବଂ ଗୁରାସେତୁରେ ମୃତୟନ କରାଯାଇଛି ସୀମା ସୁରକ୍ଷା ବାହିନୀଙ୍କୁ । ସେମାନଙ୍କ ସହ ସାମିଲ ହୋଇଛନ୍ତି SOG ଏବଂ DVF ଜବାନ । ମିଳିତ ଭାବେ ଜଏଣ୍ଟ ଅପରେସନ କରି ସ୍ୱାଭିମାନ ଅଞ୍ଚଳରେ ଏବେ ଲୋକଙ୍କୁ ସୁରକ୍ଷା ଦେବାରେ ଅନେକ ମାତ୍ରାରେ ସଫଳ ହୋଇଛନ୍ତି ଏହି ଜବାନ । ଆଉ ଏମାନଙ୍କୁ ବିଭିନ୍ନ କ୍ଷେତ୍ରରେ ସହଯୋଗ କରୁଛନ୍ତି ଗୃହରଖି ବାହିନୀ । ଖରା କି ବର୍ଷାକୁ ଭୟ ନାହିଁ…ଶୀତ ହେଉ କି କାକର ସବୁ ପ୍ରତିକୂଳ ପରିବେଶରେ ଏହି ସୁରକ୍ଷା କର୍ମୀ ଅହରହ ଲୋକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି । ଏହି ସୁରକ୍ଷା କର୍ମୀଙ୍କ ଯୋଗୁଁ ଆଜି ଗୁରୁପ୍ରିୟା ସେତୁ ସମ୍ପୂର୍ଣ୍ଣ ହୋଇପାରିଛି । ଆଉ ଏହା ପରେ ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟ ଦ୍ରୁତ ଗତିରେ ଗଡ଼ି ଚାଲିଛି । ତେବେ ଏହି ଦୁର୍ଗମ ଅଞ୍ଚଳରେ କିଭଳି ପ୍ରତିକୂଳ ପରିବେଶକୁ ସାମ୍ନା କରି ନିୟୋଜିତ ରହିଛନ୍ତି ଜାଣିବା ପାଇଁ ଆମ ଟିମ ପହଞ୍ଚି ଥିଲା ସେହି ଲାଲ ଗଡ଼ରେ ଥିବା ଗୁରାସେତୁ BSF କ୍ୟାମ୍ପ ରେ । ଆମେ ଗୋଟିଏ ଦିନ ସେମାନଙ୍କ ସହ କଟେଇଥିଲୁ ।

ପ୍ରତିଦିନ ଭଳି ଭୋର ସକାଳୁ ଆରମ୍ଭ ହୋଇଯାଏ ସୁରକ୍ଷା କର୍ମୀଙ୍କ ନିତ୍ୟକର୍ମ। ଦୁର୍ଗମ ପାହାଡିଆ ଏବଂ ନିକଟରେ ବିସ୍ତୀର୍ଣ୍ଣ ଜଳଭଣ୍ଡାର ଯୋଗୁଁ ଏହି କ୍ୟାମ୍ପ ନିକଟରେ ଶୀତର ପ୍ରକୋପ ଟିକେ ଅଧିକା ଜଣା ପଡୁଥାଏ । ଏହି ଜଙ୍ଗଲ ମଧ୍ୟରେ ଜବାନଙ୍କ ରହିବା ପାଇଁ ସେଭଳି କିଛି ନାହିଁ ଯେମିଟି ଆମେ ଘରେ ରହୁଛେ । ଏହି ତାର୍ପାଲ ଟେଣ୍ଟ ହିଁ ଏମାନଙ୍କ ସାହା ଭରସା । ଆମେ ସେହି ଟେଣ୍ଟରେ ରାତି କଟେଇଥିଲୁ । ହାଡ଼ ଭଙ୍ଗା ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଜବାନଙ୍କ ସ୍ଲିପିଂ ବ୍ୟାଗର ସହାରା ନେବାକୁ ପଡିଥିଲା ଆମକୁ ।ତଥାପି ଶୀତରେ ଦେହ ଥରୁଥାଏ । ଖାଇବା ପିଇବା କଥା ନ କହିବା ଭଲ । ଯେତେବେଳେ ଯାହା ମିଳିଲା ଏମିତି କି ସମୟ ପଡିଲେ ବିସ୍କୁଟ ଖାଇ ନିଜ କର୍ତ୍ତବ୍ୟରେ ଲାଗି ପୋଡ଼ିଥାନ୍ତି ଆମ ଜବାନ। ରାତିରେ ଆମକୁ ଜବାନଙ୍କ ସହ ଖାଇବାର ସୌଭାଗ୍ୟ ମିଳିଥିଲା । ଆମର ଟିକିଏ ଶାନ୍ତିରେ ନିଦ ପାଇଁ ଏହି ଜବାନ ନିଜର ସବୁ ଦୁଃଖ କଷ୍ଟ ସହିଯାଇ ଆମକୁ ସୁରକ୍ଷା ଦେଇଥାନ୍ତି ଏବଂ ନିଜର କର୍ତ୍ତବ୍ୟ ନିଷ୍ଠାର ସହ କରିଯାଉଥାନ୍ତି । କେବେ ବି ଏମାନେ ହାର ମାନନ୍ତି ନାହିଁ ।

ଆମ ପାଇଁ ଜବାନ କେତେ କଷ୍ଟ ସହିଯାଆନ୍ତି ତାହା କଳ୍ପନା ବାହାରେ । ନିଜ ପରିବାର ଲୋକଙ୍କୁ ଛାଡି ନିଜ ଜୀବନକୁ ଦାଉ ଲଗେଇ ଆମ ପାଇଁ ସୁରକ୍ଷା ଦେଇଥାନ୍ତି ଆମ ସାହସୀ ଜବାନ । ଖାଲି ଯେ ଆମକୁ ସୁରକ୍ଷା ଦିଅନ୍ତି ତାହା ନୁହେଁ, ଗାଁ ଗାଁ କୁ ଯାଇ ଲୋକଙ୍କୁ ମାଓ ହିଂସା ଛାଡି କୀଭଳି ମୁଖ୍ୟ ସ୍ରୋତରେ ସାମିଲ ହେବେ ସେଥିପାଇଁ ସଚେତନ ମଧ୍ୟ କରିଥାନ୍ତି । ତା ସହ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଯୋଗ ସିଖାଉଛନ୍ତି BSF ଜବାନ। କାହାର କିଛି ସ୍ୱାସ୍ଥ୍ୟ ଖରାପ ହେଲେ ମେଡ଼ିସିନଠୁ ଆରମ୍ଭ କରି ଇଂଜେକସନ ପର୍ଯ୍ୟନ୍ତ ଦେଇ ଭଲ ମଧ୍ୟ କରୁଛନ୍ତି । ଜଙ୍ଗଲ ଭିତରେ ମାଓବାଦୀଙ୍କ ଗରିଲା ରଣ କୌଶଳ ଆପଣାନ୍ତି । ସୁରକ୍ଷା କର୍ମୀ ଙ୍କୁ ଟାର୍ଗେଟ କରିବା ପାଇଁ ପାଦ ପାଦକେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ, ଗ୍ଲେମୋର ମାଇଁନ ଖଞ୍ଜିଥିବା ଆଶଙ୍କା ରହିଥାଏ । କିନ୍ତୁ ମେଟାଲ ଡିଟକଟର ସାହାଯ୍ୟରେ ଏସବୁର ଖାନ୍ ତଲାସୀ କରି ମାଓବାଦୀଙ୍କ ଯୋଜନା କୁ ପଣ୍ଡ କରିଥାନ୍ତି ଜବାନ। ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ସହ ଯୁଦ୍ଧ କରି ଅନେକ ଟପ କ୍ୟାଡର ମାଓବାଦୀଙ୍କୁ ଏନକାଉଣ୍ଟର କରିବାରେ ସଫଳ ମଧ୍ୟ ହୋଇଛନ୍ତି ।ରାତି ହେଉ କି ଦିନ ଏହି ଜଙ୍ଗଲ ମଧ୍ୟରେ କେତେବେଳେ କାହାର ଗୁଳି କେଉଁ ପଟୁ ଆସୁଛି ତାହା ଜାଣିବା ବଡ଼ କଷ୍ଟ । ସତରେ ଏହି ଜବାନଙ୍କୁ ଆମର ସତ ସତ ପ୍ରଣାମ। ଏମାନଙ୍କ ଧର୍ଯ୍ୟ ଏମାନଙ୍କ ନିଷ୍ଠା ଆଉ ଏମାନଙ୍କ ସାହସ ପାଖରେ ଏବେ ହାର ମାନିବାକୁ ବାଧ୍ୟ ହେଉଛି ମାଓ ସଙ୍ଗଠନ ଆଉ ଭୁଶୁଡିବାରେ ଲାଗିଛି ମାଓବାଦୀ ଦୁର୍ଗ । ସଜାଡ଼ି ହେଉଛି ସ୍ୱାଭିମାନ ଅଞ୍ଚଳ ।

KNews Bureau

Recent Posts

ବିଦ୍ୟୁତ ଆଘାତରେ ଦନ୍ତା ମୃତ, ଖାଦ୍ୟ ଅନ୍ବେଷଣରେ ଗାଁକୁ ପଶି ଆସିଥିଲା

ସମ୍ବଲପୁର : ବିଦ୍ୟୁତ ଆଘାତରେ ଦନ୍ତା ମୃତ। ସମ୍ବଲପୁର ସଦର ରେଞ୍ଜ ଫରେଷ୍ଟ ଡିଭଜନ ଯୁଯୁମୁରା ରେଞ୍ଜ ବସିଆପଡା ଗାଁରେ…

23 mins ago

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ, ଦୁଇ ଗୁରୁତର

ନୂଆପଡ଼ା(କେନ୍ୟୁଜ): ଭୟଙ୍କର ସଡ଼କ ଦୁର୍ଘଟଣାରେ ଗଲା ୪ ଜୀବନ । ଦୁଇ ଜଣ ଗୁରୁତର ହୋଇ ଡାକ୍ତରଖାନରେ ଚିକିତ୍ସିତ ହେଉଛନ୍ତି…

60 mins ago

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

9 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

13 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

13 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

13 hours ago