ଚୀନ୍କୁ ପୁଣିଥରେ ଲେଉଟିଛି କରୋନା। ଦୀର୍ଘଦିନ ଧରି ଚୀନ୍ରେ କରୋନାର ଗୋଟିଏ ବି ମାମଲା ସାମ୍ନାକୁ ଆସିନଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବଢ଼ିଛି। ସଂକ୍ରମଣ ରୋକିବାକୁ ଏବେ ଚୀନ୍ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଥିବା ଦେଖିବାକୁ ମିଳିଛି। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏବେ ଚୀନ୍ର ବେଜିଂ ସ୍ଥିତ ଖାଦ୍ୟପଦାର୍ଥର ସବୁଠୁ ବଡ଼ ମାର୍କେଟ ‘ସିନ୍ଫାଦି’କୁ ବନ୍ଦ କରି ଦିଆଯାଇଛି। କୁହାଯାଉଛି ଯେ ଏହି ମାର୍କେଟରୁ ହିଁ କରୋନା ଭାଇରସ୍ ସାରା ବିଶ୍ୱକୁ ବ୍ୟାପିଛି। ଚୀନ୍ର କମ୍ୟୁନିଷ୍ଟ ସରକାର ସଂକ୍ରମଣ ରୋକିବାକୁ କୋଲ୍ଡ-ଚେନ୍ ଓ ଆକ୍ୱାଟିକ୍ ଉତ୍ପାଦର ବିକ୍ରି ଓ ଷ୍ଟକ୍କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି।
ଚୀନ୍ରେ ଫ୍ରୋଜେନ୍ ଫୁଡ୍ ପ୍ରଡକ୍ଟର ଟେଷ୍ଟିଂକୁ ମଧ୍ୟ ବଢ଼ାଇ ଦିଆଯାଇଛି। ରିପୋର୍ଟ ମୁତାବକ ଚୀନ୍ ବାରମ୍ବାର ଦାବି କରି ଆସୁଛି ଯେ ଆମଦାନୀ ହେଉଥିବା ଉତ୍ପାଦ ଓ ତାହାର ପ୍ୟାକେଜିଂ ଉପରେ ଅନେକ ଥର କରୋନା ଭାଇରସ୍ ମିଳିଛି। ବାରମ୍ବାର ଏଭଳି ମାମଲା ସାମ୍ନାକୁ ଆସିବା ପରେ ସିନ୍ଫାଦି ମାର୍କେଟ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସଂକ୍ରମଣ ବଢ଼ୁଥିବାରୁ ସିନ୍ଫାଦି ମାର୍କେଟକୁ ପ୍ରଶାସନ ତରଫରୁ ସାନିଟାଇଜ୍ ମଧ୍ୟ କରାଯାଇଛି। ଏଥିସହ ସମସ୍ତ ଉତ୍ପାଦକୁ ନଷ୍ଟ କରି ଦିଆଯାଇଛି। ଏନେଇ ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏବେ ସଂକ୍ରମିତଙ୍କ ସଂଖ୍ୟା ଖୁବ୍ କମ୍ ଅଛି। ତଥାପି ଆମେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଛୁ। ଦେଶରେ ଯେପରି ଆଉଥରେ ପୂର୍ବଭଳି ଅଭାବନୀୟ ସ୍ଥିତି ସୃଷ୍ଟି ନ ହୁଏ, ତାହା ଉପରେ କଡ଼ା ନଜର ରଖାଯାଇଛି ବୋଲି ଅଧିକାରୀ ଜଣକ କହିଛନ୍ତି।
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…
ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…
ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…
ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…
ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…