ସୋସିଆଲ ମିଡିଆରେ ଏକ ଟ୍ରାଫିକ୍ ଜାମ୍ର ଭିଡିଓ ଖୁବ୍ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ କେବଳ ଆଶ୍ଚର୍ଯ୍ୟ ହେବେନି, ବରଂ ହସି ହସି ଗଡ଼ିଯିବେ। ସାଧାରଣତଃ ଦେଖାଯାଏ କି, ଭାରିଯାନଗୁଡ଼ିକ ଯୋଗୁ ଅନେକ ସମୟରେ ରାସ୍ତା ଜାମ୍ ହୋଇଯାଏ। ଛୋଟ ଯାନଗୁଡ଼ିକ ନିଜ ଜାଗା ବାହାର କରି ସେଠାରୁ ବାହାରି ଆସନ୍ତି। କିନ୍ତୁ ଏଠି ଜଣେ ବ୍ୟକ୍ତି ଟ୍ରାଫିକ୍ ଜାମ୍ରେ ନିଜ ସ୍କୁଟିକୁ ଟ୍ରକ୍ ତଳ ବାଟେ ବାହାର କରି ନେଇଛନ୍ତି।
ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼କୁ ୟୁଜରମାନେ ପସନ୍ଦ କରିଛନ୍ତି। କିନ୍ତୁ କିଛି ଜଣ ଏହାକୁ ବିପଦ ବୋଲି କହିଛନ୍ତି। ଏହି ଭିଡିଓକୁ ବିମଲ୍ ସୋନି ନାମକ ୟୁଜର ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ସେ ଏହି ଭିଡିଓକୁ କିଛିଦିନ ତଳେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୨୦.୩ ମିଲିୟନ୍ ଭ୍ୟୁଜ୍ ମିଳିସାରିଲାଣି। ତେବେ ବ୍ୟାକ୍ଗ୍ରାଉଣ୍ଡରେ ‘ବେଟେ ମୌଜ୍ କରଦୀ…’ ମିମ୍ ସଙ୍ଗ ଚାଲିଛି। ଜଣେ ୟୁଜର କମେଣ୍ଟ କରି କହିଛନ୍ତି, ‘ଯେମିତି ରେଲେଓ୍ଵ ଫାଟକକୁ ଲୋକେ ପାର୍ କରିଥାଆନ୍ତି, ଠିକ୍ ସେମିତି ହିଁ ଏହି ବ୍ୟକ୍ତି ଜଣକ କରିଛନ୍ତି।’ ତେବେ ଭିଡିଓକୁ ୧୧ ଲକ୍ଷ ଲାଇକ୍ସ ମିଳିସାରିଛି।
ପତ୍ନୀ ହୋଇ ରହିଲେ ମାସକୁ ୫ ହଜାର ଟଙ୍କା ଦେବି । ଶଶୁରଙ୍କ ଏଭଳି କଥାରେ ଥାନାରେ ପହଞ୍ଚିଛି ବୋହୂ…
ରାଜସ୍ଥାନ ଜୟପୁରସ୍ଥିତ ଏସଏମଏସ ସରକାରୀ ଡାକ୍ତରଖାନାର ଡାକ୍ତରମାନେ ଲେପ୍ରୋସ୍କୋପି ସାହାଯ୍ୟରେ ଜଣେ ଯୁବକଙ୍କର ଅପରେସନ୍ କରିଛନ୍ତି ଏବଂ ଯୁବକଙ୍କ ପେଟରୁ…
ମୋହନା(କେନ୍ୟୁଜ) : ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ବଢ଼ିବାରେ ଲାଗିଥିବାବେଳେ ଗଜପତି ଜିଲ୍ଲାରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେଉଛି…
ଭୁବନେଶ୍ୱର (କେନ୍ୟୁଜ): ବିଜେପି ଉପରେ ପୁଣି ବର୍ଷିଲେ କାର୍ତ୍ତିକ ପାଣ୍ଡିଆନ୍ । କେନ୍ଦ୍ରରେ ଦଶ ବର୍ଷ କ୍ଷମତାରେ ରହିବା ସତ୍ତ୍ବେ…
ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ବ୍ୟାଙ୍କରେ ବିଭିନ୍ନ ପଦବୀ…
କଟକ (କେନ୍ୟୁଜ): କଟକ scb ବଡ଼ ମେଡିକାଲରେ ଭର୍ତ୍ତି ହେଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ସ୍ୱାସ୍ଥ୍ୟ ଅବସ୍ଥା ଖରାପ…