Below header

ଟ୍ରାଫିକ୍‌ ଜାମ୍‌ରେ ଫସିଲେ, ତ ଟ୍ରକ୍‌ ତଳ ବାଟେ ଏମିତି ବାହାର କରି ନେଲେ ଗାଡ଼ି, ଭିଡିଓ ଭାଇରାଲ

ସୋସିଆଲ ମିଡିଆରେ ଏକ ଟ୍ରାଫିକ୍‌ ଜାମ୍‌ର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ କେବଳ ଆଶ୍ଚର୍ଯ୍ୟ ହେବେନି, ବରଂ ହସି ହସି ଗଡ଼ିଯିବେ। ସାଧାରଣତଃ ଦେଖାଯାଏ କି, ଭାରିଯାନଗୁଡ଼ିକ ଯୋଗୁ ଅନେକ ସମୟରେ ରାସ୍ତା ଜାମ୍‌ ହୋଇଯାଏ। ଛୋଟ ଯାନଗୁଡ଼ିକ ନିଜ ଜାଗା ବାହାର କରି ସେଠାରୁ ବାହାରି ଆସନ୍ତି। କିନ୍ତୁ ଏଠି ଜଣେ ବ୍ୟକ୍ତି ଟ୍ରାଫିକ୍‌ ଜାମ୍‌ରେ ନିଜ ସ୍କୁଟିକୁ ଟ୍ରକ୍‌ ତଳ ବାଟେ ବାହାର କରି ନେଇଛନ୍ତି।

ଇନ୍‌ଷ୍ଟାଗ୍ରାମରେ ଶେୟାର ହୋଇଥିବା ଏହି ଭିଡିଓରେ ବ୍ୟକ୍ତିଙ୍କ ଦେଶୀ ଯୋଗାଡ଼କୁ ୟୁଜରମାନେ ପସନ୍ଦ କରିଛନ୍ତି। କିନ୍ତୁ କିଛି ଜଣ ଏହାକୁ ବିପଦ ବୋଲି କହିଛନ୍ତି। ଏହି ଭିଡିଓକୁ ବିମଲ୍‌ ସୋନି ନାମକ ୟୁଜର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

ସେ ଏହି ଭିଡିଓକୁ କିଛିଦିନ ତଳେ ଶେୟାର କରିଥିଲେ, ଯାହାକୁ ଏ ପର୍ଯ୍ୟନ୍ତ ୨୦.୩ ମିଲିୟନ୍‌ ଭ୍ୟୁଜ୍‌ ମିଳିସାରିଲାଣି। ତେବେ ବ୍ୟାକ୍‌ଗ୍ରାଉଣ୍ଡରେ ‘ବେଟେ ମୌଜ୍‌ କରଦୀ…’ ମିମ୍‌ ସଙ୍ଗ ଚାଲିଛି। ଜଣେ ୟୁଜର କମେଣ୍ଟ କରି କହିଛନ୍ତି, ‘ଯେମିତି ରେଲେଓ୍ଵ ଫାଟକକୁ ଲୋକେ ପାର୍‌ କରିଥାଆନ୍ତି, ଠିକ୍‌ ସେମିତି ହିଁ ଏହି ବ୍ୟକ୍ତି ଜଣକ କରିଛନ୍ତି।’ ତେବେ ଭିଡିଓକୁ ୧୧ ଲକ୍ଷ ଲାଇକ୍ସ ମିଳିସାରିଛି।

 

View this post on Instagram

 

A post shared by VIMAL SAINI (@itz_saini_vimal)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.