ଏମିତି କ’ଣ ହେଲା ଯେତେବେଳେ ବିଲେଇ ଛୁଆ ପ୍ରଥମ ଥର ଦେଖିଲା ନିଜ ଗୋଡ଼, ଦେଖନ୍ତୁ ଏହି କ୍ୟୁଟ୍‌ ଭିଡିଓ

ସୋସିଆଲ ମିଡିଆରେ ପଶୁପକ୍ଷୀମାନଙ୍କର ଲକ୍ଷ ଲକ୍ଷ ଫଟୋ ଏବଂ ଭିଡିଓ ରହିଛି। କିଛି ଫଟୋ ଏବଂ ଭିଡିଓ ଏତେ କ୍ୟୁଟ୍‌ ହୋଇଥାଏ ଯେ ଲୋକେ ଏହାକୁ ଦେଖି ଖୁସି ହୋଇଯାଆନ୍ତି। ଏବେ ଏମିତି ହିଁ ଏକ ମଜାଦାର ଭିଡିଓ ଇଣ୍ଟରନେଟ୍‌ରେ ଛାଇ ଯାଇଛି, ଯାହାକୁ ଦେଖି ଆପଣ ନିଜ ହସ କଣ୍ଟ୍ରୋଲ କରିପାରିବେନି।

ଭିଡିଓରେ ଆପଣ ଏକ ବିଲେଇ ଛୁଆକୁ ଦେଖିପାରିବେ। ବିଛଣାରେ ଶୋଇଥିବା କଳା ରଙ୍ଗର ଏହି କୁନି ବିଲେଇଟି ନିଜ ହାତ, ଗୋଡ଼ ହଲାଇ ଖେଳୁଛି ଏବଂ ଏହାକୁ ପାଟିରେ ନେଉଛି। କିନ୍ତୁ ଯେତେବେଳେ ହଠାତ୍‌ ତା’ର ନଜର ନିଜ ଗୋଡ଼ ଉପରେ ପଡ଼ୁଛି। ସେ ଏମିତି ଏକ୍ସପ୍ରେଶନ ଦେଉଛି, ଯାହାକି ଦେଖିବାକୁ ବେଶ୍‌ ମଜା ଲାଗୁଛି। ଭିଡିଓ ଦେଖିଲେ ଲାଗୁଛି, ଯେପରି କୁନି ବିଲେଇଟି ପ୍ରଥମ ଥର ତା’ ଗୋଡ଼ ଦେଖୁଛି। ତେଣୁ ସେ ଏକ୍‌ଦମ ଆଶ୍ଚର୍ଯ୍ୟ ହୋଇଯାଉଛି।

ଟ୍ଵିଟରରେ Nature & Animals ନାମକ ଆକାଉଣ୍ଟ ଏହି ଭିଡିଓକୁ ଶେୟାର କରିଛି, ଯାହାକୁ ସୋସିଆଲ ମିଡିଆ ୟୁଜରମାନେ ବେଶ୍‌ ପସନ୍ଦ କରିଛନ୍ତି। ଲୋକେ କେବଳ ଯେ ଏହା ଉପରେ ବିଭିନ୍ନ କମେଣ୍ଟ ଦେଉନାହାନ୍ତି, ବରଂ ଏହାକୁ ବହୁଳ ମାତ୍ରାରେ ଶେୟାର ମଧ୍ୟ କରୁଛନ୍ତି। କିଛି ୟୁଜର କହିଛନ୍ତି, ବିଲେଇ ଛୁଆକୁ ପ୍ରଥମ ଥର ଜଣାପଡ଼ିଲା କି, ତା’ ପାଖରେ ଗୋଡ଼ ଅଛି। କହିବାକୁ ଗଲେ ବିଲେଇଟିର ଫନି ଏକ୍ସପ୍ରେଶନ ସମସ୍ତଙ୍କୁ ପସନ୍ଦ ଆସିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.