Below header

ପରଲୋକରେ ମହାଭାରତର ଇନ୍ଦ୍ର ସତିଶ କୌଲ, କୋଭିଡ୍‌ରେ ଚାଲିଗଲା ଜୀବନ

ଟିଭି ଧାରାବାହିକ ମହାଭାରତରେ ଇନ୍ଦ୍ର ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ଥିବା ଅଭିନେତା ସତିଶ କୌଲ ଆଉ ନାହାଁନ୍ତି । କୋଭିଡ୍‌ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୨ ବର୍ଷ ବୟସରେ ତାଙ୍କର ନିଧନ ହୋଇଛି । ସତିଶ ବିଭିନ୍ନ ଟିଭି ଶୋ ଓ ହିନ୍ଦୀ ଓ ପଞ୍ଜାବୀ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣିନେଇଥିଲେ ।

ସେ ପ୍ରାୟ ୩୦୦ ରୁ ଅଧିକ ଫିଲ୍ମରେ ଅଭିନୟ କରିଛନ୍ତି । ସତିଶ ଶାହାରୁଖ ଖାନ୍‌, ଅମିତାଭ ବଚ୍ଚନ, ଦେବ ଆନନ୍ଦ ଓ ଦିଲ୍ଲୀପ କୁମାରଙ୍କ ଭଳି ସୁପରଷ୍ଟାରଙ୍କ ସହ କାମ କରିବାର ମଧ୍ୟ ସୌଭାଗ୍ୟ ଅର୍ଜନ କରିଛନ୍ତି ।

ସତିଶଙ୍କର ଜନ୍ମ କଶ୍ମୀରରେ ହୋଇଥିବାବେଳେ ଶେଷ ସମୟରେ ସେ ତଙ୍ଗାହାଲିରେ ରହିଆସୁଥିଲେ । ସତିଶ ଏକ ଆକ୍ଟିଂ ସ୍କୁଲ ମଧ୍ୟ ଲୁଧିଆନାରେ ଖୋଲିଥିଲେ । ଶେଷ ସମୟ ତାଙ୍କର ବହୁ କଠିନରେ ବିତିଥିଲା । ସତିଶଙ୍କ ପତ୍ନୀ ତାଙ୍କୁ ତଲାକ୍‌ ଦେଇ ପିଲାମାନଙ୍କ ସହ ଆମେରିକା ଚାଲିଯାଇଥିଲେ । ସତିଶଙ୍କୁ ପଞ୍ଜାବୀ ଫିଲ୍ମ ଆଓ୍ଵାର୍ଡସରେ ଲାଇଫ ଟାଇମ ଆଚିଭିମେଣ୍ଟ ଆଓ୍ଵାର୍ଡ ମିଳିଥିଲା ।

ତାଙ୍କର ଫିଲ୍ମ ମଧ୍ୟରେ ‘ପ୍ୟାର୍‌ ତୋ ହୋନା ହି ଥା(୧୯୯୮), ଆଣ୍ଟି ନଂ ୧(୧୯୯୮), ଜଞ୍ଜିର (୧୯୯୮), ୟାରାନା(୧୯୯୫), ଏଲାନ୍‌(୧୯୯୪),ଇଲ୍‌ଜାମ୍‌(୧୯୮୬) ଓ ଶିବା କା ଇନ୍‌ସାଫ୍‌(୧୯୮୫) ଭଳି ଫିଲ୍ମରେ ବଡ଼ ଓ ଅଭିଜ୍ଞତା ସମ୍ପନ୍ନ କଳାକାରଙ୍କ ସହ କାମ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.